କନକ ବ୍ୟୁରୋ : ଗତବର୍ଷ ମେ ମାସରେ ପ୍ରାୟ ୧.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ସମ୍ବଲପୁରର ବଡ଼ ଓ ସାନ ସଡ଼କ ବା ଦଳେଇପଡ଼ାରୁ କୁଞ୍ଜେଲପଡ଼ା ପର୍ଯ୍ୟନ୍ତ ରାସ୍ତା । ଏହି ରାସ୍ତାକୁ ମାତ୍ର ୯ ମାସ ହୋଇଛି । ଆଉ ଏବେ ପୁଣି ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ରୋଡ୍ ନିର୍ମାଣ କରିବାକୁ ପଡ଼ିବ ।
ପ୍ରାୟ ଦେଢ଼ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଦଳେଇପଡ଼ାରୁ କୁଞ୍ଜେଲପଡ଼ା ପର୍ଯ୍ୟନ୍ତ ରାସ୍ତାକୁ ମାତ୍ର ୯ ମାସ ହୋଇଛି । ଏହି ରାସ୍ତାରେ ସ୍ୱେରେଜ ପାଇପ ବିଛାଯାଉଥିବାରୁ ପୂରା ରାସ୍ତା ଖୋଳି ପକାଇଛି ଠିକା ସଂସ୍ଥା । ୨ରୁ ୩ମାସ ପରେ ପୁଣି ଥରେ ଏହି ରାସ୍ତା ନିର୍ମାଣ ହେବ । ଏଠି ପ୍ରଶ୍ନ ଉଠୁଛି, ଏହି ରାସ୍ତାରେ ସ୍ୱେରେଜ ପାଇପ୍ ବିଛାଯିବ ବୋଲି ଏସ୍ଏମ୍ସି ଜାଣିଥିଲା ନା ନାହିଁ ? ଯଦି ଜାଣିଥିଲା କାହିଁକି ଏତେ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ହୋଇଥିଲା ? ପାଇପ୍ ବିଛାଇବା ପରେ ମଧ୍ୟ ରାସ୍ତା ନିର୍ମାଣ ହୋଇପାରିଥାନ୍ତା ।
ଏଥିରୁ ପ୍ରମାଣିତ ଯେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଫଳରେ କୋଟି କୋଟି ଟଙ୍କା ଅଯଥା ଖର୍ଚ୍ଚ ହେଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସମ୍ବଲପୁର ବାସିନ୍ଦା ।
ଅଧିକ ପଢ଼ନ୍ତୁ : ମନମୋହୁଛି ରାୟଗଡ଼ା ଲାଞ୍ଜିଆ ସୌରା ସମ୍ପ୍ରଦାୟର ଇଡ଼ିତାଲ୍ ଚିତ୍ରକଳା, ଦେବଦେବୀଙ୍କୁ ଆବାହନ କରି ଘରର କାନ୍ଥରେ ଚିତ୍ର ଆଙ୍କୁଛି ଆଦିମ ମଣିଷ
ପୂରା ସମ୍ବଲପୁରରେ ପ୍ରଥମେ ଏସ୍ଏମ୍ସି ରାସ୍ତା ନିର୍ମାଣ କରୁଛି କିଛି ମାସ ପରେ ପୂରା ରାସ୍ତାକୁ ଖୋଳି ପକାଉଛି ସ୍ୱେରେଜ କାମ କରୁଥିବା ଠିକା ସଂସ୍ଥା । ଠିକା ସଂସ୍ଥାର କାମ ନେଇ ଖୋଦ ଜିଲ୍ଲାପାଳ ଅସନ୍ତୁଷ୍ଟ ଥିବା ବେଳେ ସମନ୍ୱୟରେ କାମ ଚାଲିଥିବା କହିଛନ୍ତି ଏସ୍ଏମ୍ସି କମିସନର । ୨୦୧୭ରୁ ଚାଲିଥିବା ସ୍ୱେରେଜ ପ୍ରକଳ୍ପ କଇଁଛ ଠାରୁ ବି ମନ୍ଥର ଗତିରେ ଚାଲିଥିବା ବେଳେ ଠିକା ସଂସ୍ଥା ଉପରେ ଆକ୍ସନ ନେବାକୁ ଚିଠି ହୋଇଥିଲେ ମଧ୍ୟ ବିଭାଗ ଚୁପ୍ ହୋଇ ବସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/12/sewerage-line-work-2026-02-12-19-28-48.jpg)