ରୟାଲ ସଟଲର୍ସ ବ୍ୟାଡ୍‌ମିଣ୍ଟନ୍‌: ପ୍ରେମ୍‌-ସାଇ କନିଷ୍ଠ ବର୍ଗ ବିଜେତା

Advertisment

ରୟାଲ୍‌ ସଟଲର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଉପକନିଷ୍ଠ ବା ୧୩ ବର୍ଷରୁ କମ୍‌ ବର୍ଗରେ ଆର୍ଯ୍ୟନ ସାହୁ ଓ ଧାରିୟା ଗୁପ୍ତା ବିଜେତା ହୋଇଥିଲା ବେଳେ ମୟଙ୍କ ପରିଡ଼ା ଓ ଅଭିନବ ମହାପାତ୍ର ଉପବିଜେତା ହୋଇଛନ୍ତି । ସେହିଭଳି ୧୫ବର୍ଷରୁ କମ୍‌ ବା କନିଷ୍ଠ ବର୍ଗରେ ପ୍ରେମ ପ୍ଲାବନ ମହାନ୍ତି-ସାଇଦୀପ, ଆୟୁଷ ଓ ପ୍ରତ୍ୟୁଷ ଏବଂ ଜନ୍ମେଜୟ-ରାଣୀ, ତାରିଣୀ-ସାଇ ପ୍ରଭାତ ଯଥାକ୍ରମେ ୧୫ବର୍ଷରୁ କମ୍‌ ଓ ମିଶ୍ରିତ ଯୁଗଳ‌ରେ ବିଜେତା ଓ ଉପବିଜେତା ଟ୍ରଫି ଜିତିଛନ୍ତି । 

Royal Shuttlers Badminton Tournament

କନକ ବ୍ୟୁରୋ: ସ୍ଥାନୀୟ ନୀଳାଦ୍ରିବିହାରସ୍ଥିତ ଇନ୍‌ଡୋର ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ରୟାଲ୍‌ ସଟଲର୍ସ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୬୫,୦୦୦ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ଉପକନିଷ୍ଠ ବା ୧୩ ବର୍ଷରୁ କମ୍‌ ବର୍ଗରେ ଆର୍ଯ୍ୟନ ସାହୁ ଓ ଧାରିୟା ଗୁପ୍ତା ବିଜେତା ହୋଇଥିଲା ବେଳେ ମୟଙ୍କ ପରିଡ଼ା ଓ ଅଭିନବ ମହାପାତ୍ର ଉପବିଜେତା ହୋଇଛନ୍ତି । ସେହିଭଳି ୧୫ବର୍ଷରୁ କମ୍‌ ବା କନିଷ୍ଠ ବର୍ଗରେ ପ୍ରେମ ପ୍ଲାବନ ମହାନ୍ତି-ସାଇଦୀପ, ଆୟୁଷ ଓ ପ୍ରତ୍ୟୁଷ ଏବଂ ଜନ୍ମେଜୟ-ରାଣୀ, ତାରିଣୀ-ସାଇ ପ୍ରଭାତ ଯଥାକ୍ରମେ ୧୫ବର୍ଷରୁ କମ୍‌ ଓ ମିଶ୍ରିତ ଯୁଗଳ‌ରେ ବିଜେତା ଓ ଉପବିଜେତା ଟ୍ରଫି ଜିତିଛନ୍ତି ।

ଏହା ବି ପଢ଼ନ୍ତୁ: ଖେଲୋ ଇଣ୍ଡିଆ ଅସ୍ମିତା ମହିଳା ପେନ୍‌ଚାକ୍‌ ସିଲାଟ୍‌: ଓଡ଼ିଶା ଓଭରଅଲ୍‌ ବିଜେତା

ଆଉଟ୍‌ଡୋର ଯୁଗଳରେ ଅଜିତ-ନିହାର, ଆକାଶ-କାହ୍ନା, ଇନ୍‌ଡୋର ଯୁଗଳରେ ଅଭିଜିତ-ତନ୍ମୟ, ରାନେଶ-ବିକାଶ ଏବଂ ମହିଳା ଯୁଗଳରେ ରାଣୀ-ରାଜେଶ୍ବରୀ ଓ ବିଶାଖା-ପ୍ରତୀକ୍ଷା ବିଜେତା ଓ ଉପବିଜେତା ହୋଇଥିଲେ । ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଖେଳ ରତ୍ନ ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । କ୍ଲବ୍‌ର ପ୍ରତିଷ୍ଠାତା ଭିକି ବିକ୍ରମାଦିତ୍ୟ, ସଭାପତି ମାଧବ ବେହେରା, ସଂପାଦକ ପ୍ରିୟାଂଶୁ ମହାନ୍ତି ଓ କୋଷାଧ୍ୟକ୍ଷ ପ୍ରଭାବ କୁମାର ପ୍ରମୁଖ ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe