ରାଉରକେଲାରେ ବ୍ୟାଡମିଣ୍ଟନ୍‌ର ଜଲ୍‌ବା; ଲେଟ୍‌ସ ସଟଲ୍ ୪.୦ରେ ୮୦ ଟିମ୍‌

Advertisment

ବ୍ୟାଡମିଣ୍ଟନ କେବଳ ରାକେଟ୍ ଓ ସଟଲ୍‌ର ଖେଳ ନୁହେଁ, ଏହା ହେଉଛି ଗତି, ଶକ୍ତି, ଧୈର୍ଯ୍ୟ ଓ ମନୋବଳର ଏକ ଅଦ୍ଭୁତ ସଂଘର୍ଷ । କୋର୍ଟ ଉପରେ ଯେତେବେଳେ ସଟଲ୍ ଉଡେ, ସେଠାରେ କେବଳ ପଏଣ୍ଟ ଜିତା ହୁଏ ନାହିଁ, ସେଠାରେ ଜିତା ଯାଏ ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ସଂଯମତା ।

ବ୍ୟାଡମିଣ୍ଟନ କେବଳ ରାକେଟ୍ ଓ ସଟଲ୍‌ର ଖେଳ ନୁହେଁ, ଏହା ହେଉଛି ଗତି, ଶକ୍ତି, ଧୈର୍ଯ୍ୟ ଓ ମନୋବଳର ଏକ ଅଦ୍ଭୁତ ସଂଘର୍ଷ । କୋର୍ଟ ଉପରେ ଯେତେବେଳେ ସଟଲ୍ ଉଡେ, ସେଠାରେ କେବଳ ପଏଣ୍ଟ ଜିତା ହୁଏ ନାହିଁ, ସେଠାରେ ଜିତା ଯାଏ ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ସଂଯମତା ।

Let’s Shuttle 4.0

Let’s Shuttle 4.0 Photograph: (Kanak News)

କନକ ବ୍ୟୁରୋ : ରାଉରକେଲାରେ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଲେଟ୍‌ସ ସଟଲ ୪.୦ । ଏଥିରେ ଭାଗ ନେଇଛନ୍ତି ଜିଲ୍ଲାର ବଛାବଛା ଖେଳାଳି । ଖେଳକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ପ୍ରତିଯୋଗୀ ।

ବ୍ୟାଡମିଣ୍ଟନ କେବଳ ରାକେଟ୍ ଓ ସଟଲ୍‌ର ଖେଳ ନୁହେଁ, ଏହା ହେଉଛି ଗତି, ଶକ୍ତି, ଧୈର୍ଯ୍ୟ ଓ ମନୋବଳର ଏକ ଅଦ୍ଭୁତ ସଂଘର୍ଷ । କୋର୍ଟ ଉପରେ ଯେତେବେଳେ ସଟଲ୍ ଉଡେ, ସେଠାରେ କେବଳ ପଏଣ୍ଟ ଜିତା ହୁଏ ନାହିଁ, ସେଠାରେ ଜିତା ଯାଏ ଆତ୍ମବିଶ୍ୱାସ, ଧୈର୍ଯ୍ୟ ଓ ସଂଯମତା । ଗୋଟିଏ ସ୍ମାସ୍‌ ଦର୍ଶକଙ୍କ ହୃଦୟକୁ ଉତ୍ସାହରେ ଭରିଦିଏ, ଗୋଟିଏ ଡ୍ରପ୍‌ ପ୍ରତିଦ୍ୱନ୍ଦୀଙ୍କ ଯୋଜନାକୁ ଭାଙ୍ଗି ଦିଏ । ବ୍ୟାଡମିଣ୍ଟନ୍ ଆମକୁ ଶିଖାଏ ଯେ ହାରିଲେ ମଧ୍ୟ ଭାଙ୍ଗି ପଡ଼ିବା ନାହିଁ । ପୁଣି ଉଠି ଆଗକୁ ବଢ଼ିବା । ଏଭଳି ଏକ ନିଆରା ଖେଳର ଆୟୋଜନ କରିଛି ‘ସମ୍ବାଦ ଡିଜିଟାଲ’ । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଖେଳାଳି ।

ଅଧିକ ପଢ଼ନ୍ତୁ : ପାହାଡ଼ କୋଳରେ ପର୍ଯ୍ୟଟକଙ୍କ ମନମୋହୁଛି ଜଳପ୍ରପାତ

ରାଉରକେଲା ପାନପୋଷ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଏହି ଟୁର୍ଣ୍ଣମେଣ୍ଟ ଆରମ୍ଭ ହୋଇଛି । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ପାଖାପାଖି ୮୦ ଟିମ୍‌ ଏଥିରେ ଭାଗ ନେଇଛନ୍ତି । ସ୍ଥାନୀୟ ରିମ୍‌ସର ଏମବିଏ ଛାତ୍ରଛାତ୍ରୀ ଏହାକୁ ପରିଚାଳନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe