କନକ ବ୍ୟୁରୋ; ରାଉଲକେଲାରେ ବସ୍ ଟର୍ମିନାଲ ନିର୍ମାଣ ନାଁରେ ହୋଇଛି ବଡ଼ ଡିଲ୍‌ । ଘରୋଇ କମ୍ପାନିକୁ ୨ ଲକ୍ଷ ମେଟ୍ରିକ୍ ଟନ୍ ବିଷାକ୍ତ ପାଉଁଶ ଦେବାକୁ ଚିଠି ଲେଖିଛି ଠିକା ସଂସ୍ଥା । କନକ ନ୍ୟୁଜ୍‌ ହାତରେ ସଂସ୍ଥାର କଳା କାରନାମାର ଚିଠା । ଝାରସୁଗୁଡ଼ାର ଘରୋଇ ଠିକା ସଂସ୍ଥା ମେସର୍ସ ଡାଇଭର୍ସିଫାଏଡ୍‌ ଏନର୍ଜି ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌  ଏକ ଘରୋଇ କମ୍ପାନିକୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଫ୍ଲାଏ ଆସ୍‌ ଯୋଗାଇବାକୁ ଚିଠି ଲେଖିଛି । ଏପରିକି ଏହି ବିଷାକ୍ତ ଫ୍ଲାଏ ଆସ ଟ୍ରାନ୍ସପୋର୍ଟ ପାଇଁ ମେସର୍ସ ହିଲ୍‌ଷ୍ଟୋନ୍‌ କ୍ୟାରିୟର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଦେବା ପାଇଁ ଚିଠିରେ କୁହାଯାଇଛି l

Advertisment

ଅଧିକ ପଢନ୍ତୁ: ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏଠାରେ ପ୍ରଶ୍ନ ଉଠୁଛି ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ବିଷାକ୍ତ ପାଉଁଶ ସହର ଭିତରେ ପଡ଼ିଥିବା ବେଳେ କେମିତି ଜାଣି ପାରିଲାନି କ୍ରୁଟ୍। ଯଦି କ୍ରୁଟ୍‌ର ଅଜାଣତରେ ଏସବୁ ସାଙ୍ଘାତିକ କାରବାର ହୋଇଛି, ତେବେ ଜାଣିବା ପରେ ଠିକା ସଂସ୍ଥା ବିରୋଧରେ ହେବ କି ଆକ୍ସନ? ସେପଟେ ପଡ଼ିଥିବା ବିଷାକ୍ତ ପାଉଁଶ ଗଦାକୁ ଉଠାଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି ସହରବାସୀ ।