କନକ ବ୍ୟୁରୋ : ରାଉରକେଲା ସରକାରୀ ହସ୍ପିଟାଲର ବିକଳ ଚିତ୍ର। ଗରିବ ରୋଗୀଙ୍କୁ ସେବା ଯୋଗାଇବା ଲାଗି ଖୋଲାଯାଇଥିଲା ସେଣ୍ଟ୍ରାଲ ଲାବରେଟୋରି। ଏବେ ସେଠି ଝୁଲୁଛି ତାଲା। ଆଉ ଖତ ଖାଉଛି କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି। ଚିଠି ଲେଖି କାମ ସାରିଦେଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ସେପଟେ ଘରୋଇ କ୍ଲିନିକ ଭରସାରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ।
ରାଉରକେଲା ସରକାରୀ ହସ୍ପିଟାଲର ସେଣ୍ଟ୍ରାଲ ଲାବରେଟୋରି। ୨୦୨୨ରେ ଆରମ୍ଭ ହେବା ଦିନଠୁ ଏମିତି ଝୁଲୁଛି ତାଲା। କନକ ନ୍ୟୁଜ ହାତରେ ଲାଗିଥିବା ତଥ୍ୟ ଅନୁସାରେ ଲାବ୍ରେ ରହିଛି ଅତ୍ୟାଧୁନିକ ବାୟୋମେଟ୍ରିକ ଆନାଲାଇଜର୍, ଇମ୍ୟୁନୋଲୋଜି ଅଟୋ ଆନାଲାଇଜର୍, ଏଚ୍ବି ଏୱାନ୍-ସି ଅଟୋ ଆନାଲାଇଜର୍ ଭଳି ଅନେକ ଅତ୍ୟାଧୁନିକ ମେସିନ। ଏଥି ସହ ୩୬ ପ୍ରକାରର ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରପାତି ରହିଛି। ଏଠି ପ୍ରଶ୍ନ ଉଠୁଛି, ଯଦି ବ୍ୟବହାର ହେବନି ତେବେ କାହିଁକି କିଣାଯାଇଥିଲା କୋଟି କୋଟି ଟଙ୍କାର ଯନ୍ତ୍ରପାତି? ନା ଯନ୍ତ୍ରପାତି କିଣି ମୋଟା ଅଙ୍କର କମିସନ କମାଇବା ଥିଲା ଟାର୍ଗେଟ୍? ଏପଟେ ରୋଗର ପରୀକ୍ଷା କରାଇବା ପାଇଁ ଘରୋଇ କ୍ଲିନିକରେ ଟଙ୍କା ଗଣୁଛନ୍ତି ରୋଗୀ। ୨୦୨୧ରେ ଜିଲ୍ଲା ଖଣିଜ ପାଣ୍ଠି ଓ ଏନ୍ଏସ୍ପିସିଏଲ୍ ସେଣ୍ଟ୍ରାଲ ଲାବୋରୋଟୋରି ପାଇଁ ଟଙ୍କା ଦେଇଥିଲେ ୨୦୨୨ରେ ସେଣ୍ଟ୍ରାଲ ଲ୍ୟାବ୍ ଖୋଲିବା ପରେ ଯନ୍ତ୍ରପାତି ଆସିଥିଲା
ଅଧିକ ପଢ଼ନ୍ତୁ: ବିକାଶରେ ପଛୁଆ ସ୍ମାର୍ଟ ସିଟି ରାଉରକେଲା ! କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ବଦଳୁନି ସହରର ଚିତ୍ର
୨୦୨୧ ମସିହାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଏନ୍ଏସ୍ପିସିଏଲ୍ ଏହି ସେଣ୍ଟ୍ରାଲ ଲାବରେଟୋରି ପାଇଁ ଟଙ୍କା ଦେଇଥିଲେ। ୨୦୨୨ରେ ସେଣ୍ଟ୍ରାଲ ଲ୍ୟାବ ଖୋଲିବା ପରେ ଏହି ଯନ୍ତ୍ରପାତି ଆସିଥିଲା। ଷ୍ଟାଫ୍ ଓ ଟେକନିସିଆନ ଅଭାବ ଦେଖାଇ ଲାବ୍ରେ ତାଲା ଝୁଲୁଥିବା ଜଣାପଡ଼ିଛି। ତେବେ ନୂଆ ସରକାର ଆସିବାର ଏତେ ଦିନ ପରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନଜର ପଡ଼ୁନି କେମିତି? କାହା ସ୍ୱାର୍ଥରେ ସମସ୍ତେ ଚୁପ୍? ଅପରପକ୍ଷରେ ହସ୍ପିଟାଲ୍ର ଅନ୍ୟ ବିଭାଗକୁ ଯନ୍ତ୍ରପାତି ସବୁ ଦିଆଯିବ ବୋଲି ମେଡିକାଲ ଅଧୀକ୍ଷକ କହିଛନ୍ତି।
Follow Us