ରୋହିତ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍, ସାମ୍ନାକୁ ଆସିଲା ଧମକ ପୂର୍ଣ୍ଣ ପୋଷ୍ଟ

Advertisment

ଗତକାଲି ରାତିରେ, ଜଣେ ଅଜଣା ବ୍ୟକ୍ତି ରୋହିତ ଶେଟ୍ଟୀଙ୍କ ଘର ବାହାରେ ୪-୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଛି।

ଗତକାଲି ରାତିରେ, ଜଣେ ଅଜଣା ବ୍ୟକ୍ତି ରୋହିତ ଶେଟ୍ଟୀଙ୍କ ଘର ବାହାରେ ୪-୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଛି।

Rohit-shetty

Rohit-shetty Photograph: (Google)

ବଲିଉଡ୍ ଷ୍ଟାର ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ମୁମ୍ବାଇର ଜୁହୁ ସ୍ଥିତ ବାସଭବନ ଉପରକୁ ଗୁଳିମାଡ଼ କରିଛି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ। ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜାରି କରି ଏହାକୁ ସ୍ଵିକାର କରିଛି ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍। ଗତକାଲି ରାତିରେ, ଜଣେ ଅଜଣା ବ୍ୟକ୍ତି ରୋହିତ ଶେଟ୍ଟୀଙ୍କ ଘର ବାହାରେ ୪-୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏହି ମାମଲାରେ ୫ଜଣଙ୍କୁ ଗିରଫ କରିଛି।

ତେବେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ସୋସିଆଲ୍ ମିଡିଆରେ ଏହି ଗୁଳିକାଣ୍ଡ ଘଟାଇଥିବା ନେଇ ସ୍ବିକାର କରିବା ସହ ଏକ ଧମକ ପୂର୍ଣ୍ଣ ପୋଷ୍ଟ କରିଛି। ସେଥିରେ ଲେଖାଯାଇଛି, “ସମସ୍ତ ଭାଇମାନଙ୍କୁ ରାମ୍ ରାମ୍, ଜୟ ବଜରଙ୍ଗ ବଲୀ। ମୁମ୍ବାଇରେ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼, ଆମ ଗ୍ୟାଙ୍ଗ ଦ୍ବାରା କରାଯାଇଥିବା ନେଇ ସ୍ବିକାର କରୁଛୁ। ଆମେ ରୋହିତ ଶେଟ୍ଟୀଙ୍କୁ ଅନେକଥର ମେସେଜ୍ ଦେଇଥିଲୁ କି ସେ ଆମ କାମରେ ହସ୍ତକ୍ଷେପ ନ କରନ୍ତୁ, କିନ୍ତୁ ସେ ବୁଝିଲେ ନାହିଁ। ଏହା ତ କେବଳ ଗୋଟିଏ ଛୋଟ ଟ୍ରେଲର ମାତ୍ର। ଯଦି ସେ ସୁଧାରିବେ ନାହିଁ, ତେବେ ପରବର୍ତ୍ତୀ ଗୁଳି ଘର ବାହାରେ ନୁହେଁ, ବରଂ ତାଙ୍କ ବେଡରୁମରେ ଫୁଟିବ, ତାଙ୍କ ଛାତିରେ ଲାଗିବ,” ବୋଲି ପୋଷ୍ଟରେ ଲେଖାଯାଇଛି।

ସେପଟେ ପୁଲିସ କହିବା ଅନୁସାରେ, ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ବାସଭବନ ଉପରକୁ ଗୁଳିମାଡ଼ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ଏକ ୧୨ଜଣିଆ ସ୍ଵତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ତୁରନ୍ତ ଅନ୍ୟ ଅପାରାଧୀଙ୍କୁ ଗିରଫ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe