କନକ ବ୍ୟୁରୋ: ଦୁଇ ବିଶ୍ବକପ୍‌ ବିଜୟୀ କ୍ରିକେଟ ଅଧିନାୟକ ରୋହିତ ଶର୍ମା ଓ ହରମନପ୍ରୀତ୍‌ କୌରଙ୍କ ସମେତ ୯ଜଣ କ୍ରୀଡ଼ା ତାରକା ଶନିବାର ଘୋଷିତ ପଦ୍ମ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି । ରୋହିତ ଓ ହରମନ୍‌ପ୍ରୀତ୍‌ଙ୍କ ସହ ଭାରତୀୟ ମହିଳା ହକି ଦଳର ଅଧିନାୟିକା ସବିତା ପୁନିଆଙ୍କୁ ପଦ୍ମଶ୍ରୀ ଏବଂ ଟେନିସ୍‌ କିଂବଦନ୍ତି ବିଜୟ ଅମୃତରାଜ ପଦ୍ମ ଭୂଷଣ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । 

Advertisment

ଏହା ବି ପଢ଼ନ୍ତୁ: ‌ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ: ବାବର ସାମିଲ; ବାଦ୍‌ ପଡ଼ିଲେ ରୌଫ୍‌, ରିଜୱାନ

ସେହିଭଳି ଜର୍ଜିଆର ମହାନ କୁସ୍ତି ପ୍ରଶିକ୍ଷକ ଭ୍ଲାଦିମିର ମେସ୍ତଭିରିସଭିଲିଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ସେ ବହୁ ଭାରତୀୟ କୁସ୍ତି ଯୋଦ୍ଧାଙ୍କୁ ଅଲିମ୍ପିକ୍ସରେ ପହଞ୍ଚାଇଥିବାରୁ ଏଭଳି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ଭେଟେରାନ୍‌ ହକି ପ୍ରଶିକ୍ଷକ ବଲଦେବ ସିଂହ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇବେ । ପଦ୍ମ ପୁରସ୍କାର-୨୦୨୬ ପାଇଁ ମନୋନୀତ ଖେଳାଳି: ବିଜୟ ଅମୃତରାଜ (ପଦ୍ମ ଭୂଷଣ), ବଳଦେବ ସିଂହ (ପଦ୍ମଶ୍ରୀ), ଭଗବାନଦାସ ରାଏକର (ପଦ୍ମଶ୍ରୀ), ହରମନ୍‌ପ୍ରୀତ୍‌ ସିଂହ (ପଦ୍ମଶ୍ରୀ), କେ ପାଜାନିଭେଲ (ପଦ୍ମଶ୍ରୀ), ପ୍ରବୀଣ କୁମାର (ପଦ୍ମଶ୍ରୀ), ରୋହିତ ଶର୍ମା (ପଦ୍ମଶ୍ରୀ), ସବିତା ପୁନିଆ  (ପଦ୍ମଶ୍ରୀ) । ଭ୍ଲାଦିମିର ମେସ୍ତଭିରିସଭିଲି (ପଦ୍ମଶ୍ରୀ, ମରଣୋତ୍ତର) ।