ଅବସର ନେବେନି ରୋହିତ: କହିଲେ୨୦୨୭ ବିଶ୍ବକପ୍‌ ଜିତିବାକୁ କିଛି ବି କରିବି’

Advertisment

ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି । ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ।

ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି । ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି ।

Rohit Sharma-

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି । ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି । ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି । ରୋହିତଙ୍କ ଏଭଳି ସ୍ପଷ୍ଟୋକ୍ତି ତାଙ୍କ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛି । ଘରୋଇ ପରିବଶେରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ତିନିଟି ପାଳିରୁ ରୋହିତ ମାତ୍ର ୬୧ ରନ୍‌ କରିବା ପରେ ତାଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏପରିକି ଖୁବ୍‌ଶୀଘ୍ର ସେ ‌ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ ଭଳି ଦିନିକିଆରୁ ମଧ୍ୟ ଅବସର ନେଇଯିବେ ବୋଲି ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା ।ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିିଡିଓରେ ୫୦ ଓଭରିଆ ବିଶ୍ବକପ୍‌ ସହ ତାଙ୍କର ଥିବା ଆବଗଭରା ସଂପର୍କ ବିଷୟରେ ଖୋଲାଖୋଲା ମନ୍ତବ୍ୟ ରଖିଛନ୍ତି ସେ । ସେହିଭଳି ଭାରତ ପାଇଁ ୨୦୨୭ ବିଶ୍ବକପ୍‌ ଟ୍ରଫି ଉତ୍ତୋଳନ କରିବାକୁ ସେ କେତେ ବ୍ୟଗ୍ର ତା’ର ଝଲକ ଦେଖାଇଛନ୍ତି । ଏହି ଚର୍ଚ୍ଚିତ ଭିଡିଓରେ ରୋହିତ କହିଛନ୍ତି, ମୁଁ ବିଶ୍ବକପ୍‌ ଖେଳିବା ସହ ଦେଶ ପାଇଁ ଏହାକୁ ଜିତିବା ଲାଗି ନିଶ୍ଚିତ ଚାହିବି । ଏହି ସ୍ବପ୍ନ ମୁଁ ବରାବର ଦେଖି ଆସୁଛି । ୫୦ ଓଭରିଆ ବିଶ୍ବକପ୍‌ ଦେଖିଦେଖି ବଡ଼ ହୋଇଛି । ସେତେବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ କି ଆଇପିଏଲ୍‌ ନଥିଲା । ସେଥିପାଇଁ ପ୍ରତି ୪ବର୍ଷରେ ଥରେ ହେଉଥିବା ବିଶ୍ବକପ୍‌ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ବୋଲାଉଥିଲା । ସେଥିପାଇଁ ମନରେ ବ୍ୟାକୁଳତା ବଢ଼ିବଢ଼ି ଚାଲିଛି । ୨୦୨୭ ବିଶ୍ବକପ୍‌ ଜିତିବାକୁ ସବୁକିିଛି କରିବି । କଠିନ ପରିଶ୍ରମ ବି ଆରମ୍ଭ କରି ଦେଇଛି । 

ଏହା ବି ପଢ଼ନ୍ତୁ: ପାକିସ୍ତାନ ବିନା ବିଶ୍ବକପ୍‌ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ

ଦକ୍ଷିଣ ଆଫ୍ରିକାରେ ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବା ଲକ୍ଷ୍ୟ

ତିନି ବର୍ଷ ତଳେ ଅର୍ଥାତ୍ ୨୦୨୩ ମସିହା ବିଶ୍ବକପ୍‌ରେ ରୋହିତ ନିଜ ବଳିଷ୍ଠ ନେତୃତ୍ବରେ ଭାରତକୁ ଫାଇନାଲ୍‌କୁ ନେଇଥିଲେ । ହେଲେ ସେଠାରେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ । ଏଣୁ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣରେ ସେହି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଏହା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ବିଶ୍ବକପ୍‌ ହେବ ବୋଲି ସଙ୍କେତ ଦେଇଛନ୍ତି ସେ । ୨୦୨୭ ବିଶ୍ବକପ୍‌ ପାଖାପଖା ଗୋଟିଏ ବର୍ଷ ବାକି ରହିଛି । ଏଣୁ ରୋହିତଙ୍କୁ ତା’ ପୂର୍ବରୁ ନିଜ ଫର୍ମ ଓ ଫିଟ୍‌ନେସ୍‌କୁ ଠିକ୍‌ ରଖିବାକୁ ହେବ । ଦକ୍ଷିଣ ଆଫ୍ରିକା ଯାଇ ବିଶ୍ବକପ୍‌ ପାଇ ଲଢ଼େଇ କରିବା ପୂର୍ବରୁ ଚଳିତବର୍ଷ ଜୁଲାଇରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ‌ରେ ନିଜ ପୁରୁଣା ଯାଦୁ ଦେଖାଇବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ ୨୦୨୭ ଏକଦିବସୀୟ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟା ମିଳିତ ଭାବେ ଆୟୋଜନ କରିବେ । ୨୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେରେ ଖେଳାଯାଇଥିବା ୨୦୦୩ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଫାଇନାଲ୍‌ରେ ପ୍ରବେଶ କରିଥିଲା । ସେଠାରେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe