କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ନିଷ୍ପତ୍ତିରୁ ୟୁଟର୍ଣ୍ଣ ନେବା ପରେ ପାକିସ୍ତାନ ଏବେ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି । ସବୁ ମହଲରେ ପାକିସ୍ତାନର ଦୋମୁହାଁ ନୀତିର ଚର୍ଚ୍ଚା ଚାଲିଛି । ପାକିସ୍ତାନକୁ କଡ଼ା ସମାଲୋଚନା କରି ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ କହିଛନ୍ତି ଯେ ସେମାନେ ୟୁ-ଟର୍ଣ୍ଣ କରିବେ ବୋଲି ପୂର୍ବରୁ ହିଁ ଜଣାଥିଲା । ଏହି ପ୍ରତିଯୋଗିତାର ବାସ୍ତବିକତା ସଂପର୍କରେ ହୃଦ୍ବୋଧ ହେବା ପରେ ପାକିସ୍ତାନ ନିଜ ମତ ବଦଳାଇବାକୁ ବାଧ୍ୟ ହେଲା । ସେ କହିଛନ୍ତି ଯେ ବିଳମ୍ବରେ ହେଉ ପଛେ ପାକିସ୍ତାନ ବୁଝିଲା ଯେ ବିଶ୍ବକପ୍ ସେମାନଙ୍କ ବିନା ହୋଇପାରିବ, କିନ୍ତୁ ଭାରତ ବିନା ନୁହେଁ । ସେମାନେ ପୂର୍ବରୁ ଅନେକ ପ୍ରକାରର ବାହାନା ଦେଖଉଥିଲେ, ଯେ ବାଂଲାଦେଶକୁ ସମର୍ଥନ କରିବା ପାଇଁ ଏପରି କରାଯାଉଛି । କିନ୍ତୁ ଏହା ମୂଳରୁ ହିଁ ଜଣାଥିଲା ଯେ ସେମାନେ ୟୁ-ଟର୍ଣ୍ଣ ନେବେ । କାରଣ ଏହା ସହିତ ବିପୁଳ ଆର୍ଥିକ କ୍ଷତି ଜଡ଼ିତ ଥିଲା । ଯେତେବେଳେ ଅର୍ଥ କଥା ଉଠେ ସେମାନେ ନିଶ୍ଚିତ ଖେଳିବାକୁ କାକୁତି ମିନତି କରିବେ ଏହା ଆଗରୁ ଜଣାଥିଲା ।
ଏହା ବି ପଢ଼ନ୍ତୁ: ପାକିସ୍ତାନ ପରେ ବାଂଲାଦେଶର ବି ୟୁ-ଟର୍ଣ୍ଣ
ପାକିସ୍ତାନକୁ ସମାଲୋଚନା କରି ସେ କହିଛନ୍ତି ଯେ ଯଦି ସେମାନେ ସତରେ ମ୍ୟାଚ୍ ବର୍ଜନ କରିଥାନ୍ତେ ତେବେ ଆଇସିସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା । ଏସବୁ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରହିଛି ଆର୍ଥିକ ଦଣ୍ଡ ଓ ଶୃଙ୍ଖ​ଳାଗତ କାର୍ଯ୍ୟାନୁଷ୍ଠାନ । ଭବିଷ୍ୟତରେ ପାକିସ୍ତାନରେ ହେବାକୁ ଥିବା ଆଇସିସି ପ୍ରତିଯୋଗିତାର ଆୟୋଜନ ଦାୟିତ୍ବ ପ୍ରତ୍ୟାହାର କରାଯାଇଥାନ୍ତା । ଏପରିକି ଆଇସିସି ସେମାନଙ୍କ ଉପରେ ବାସନ୍ଦ ମଧ୍ୟ ଲଗାଇଥାନ୍ତା । ଏସବୁ ଭୟରେ ସେମାନେ ଖେଳିବାକୁ ବାଧ୍ୟ ହେଲେ ବୋଲି ହରଭଜନ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/11bbs_10_11022026_111-2026-02-11-21-57-54.jpg)