କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ମନି ହାଇଷ୍ଟ ବା ଟଙ୍କା ଲୁଟ୍ । ଦିନ ଦ୍ବିପହରରେ ଫିଲ୍ମ ଷ୍ଟାଇଲରେ ଲୁଟି ନେଲେ ଟଙ୍କା । ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏପରି ଘଟଣା । ଆର.ବି.ଆଇ ଅଧିକାରୀ ଭାବେ ପରିଚୟ ଦେଇ ପାଞ୍ଚ-ଛଅ ଜଣ ସଶସ୍ତ୍ର ଲୁଟେରା ମାତ୍ର ୩୦ ମିନିଟ୍ ଭିତରେ ଭ୍ୟାନ୍ ଭିତରୁ ୭ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । ତାହା ପୁଣି ଏମିତି ସେମିତି ଭ୍ୟାନ ନୁହେଁ, ସିଏମଏସ୍ କ୍ୟାସ୍ ଭ୍ୟାନ୍ । ଭିତରେ ଥିବା ୭ କୋଟି ୧୦ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି ଲୁଟେରା ।
କୋରାପୁଟ ଜୟପୁରରେ ଆତଙ୍କ ଖେଳାଇଲେଣି ଚୋର, ରାତିରେ ଘରେ ପଶି କରୁଛନ୍ତି ଲୁଟ୍
ଗତକାଲି ଦିନ ପ୍ରାୟ ୧୨ଟା ୩୦ ମିନିଟରେ ଜୟନଗର ଦ୍ବିତୀୟ ବ୍ଲକ୍ ଆଶୋକା ପିଲାର୍ ନିକଟରେ ଏହି ଲୁଟ ହୋଇଛି । ସିଏମଏସ୍ କ୍ୟାସ୍ ଭ୍ୟାନ୍କୁ ଏକ ମାରୁତି ଜେନ୍ ଗାଡ଼ି ଅଟକାଇଥିଲା । ପରେ ନକଲି ସରକାରୀ ଲୋଗୋ ଥିବା ଅନ୍ୟ ଦୁଇଟି କାର୍ରୁ ପାଞ୍ଚଜଣ ଯୁବକ ବାହାରିଥିଲେ । ସେମାନେ ନିଜକୁ ରିଜର୍ଭ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଭ୍ୟାନ୍ ଚାଳକ ବିନୋଦ କୁମାର, କଷ୍ଟୋଡିଆନ୍ ଆଫତାବ୍ ଓ ଗନମ୍ୟାନ୍ ରାଜନ୍ନାଙ୍କୁ ଭୟଭୀତ କରି ଟଙ୍କା ଲୁଟି ହୋଇଛି । ଅଭିଯୁକ୍ତମାନେ କହିଥିଲେ ଯେ, ରିଜର୍ଭ ବ୍ୟାଙ୍କ ନିୟମକୁ ଏହି କମ୍ପାନି ଭାଙ୍ଗିଛି। ତେଣୁ ତୁରନ୍ତ ଯାଞ୍ଚ ହେବ ।
ବ୍ରାଉନ ସୁଗାର କବଳରେ ଓଡ଼ିଶା: ଯେଉଁଠି ହାତ ମାରିବ, ସେଇଠି ପୁଳାପୁଳା ନିଶା
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସରକାରୀ ଲୋଗୋ ଓ ନମ୍ବର ପ୍ଲେଟ୍ ଦେଖି କେହି ସନ୍ଦେହ କରିନଥିଲେ । ଲୁଟ୍ ସମ୍ପର୍କରେ ଜାଣିବାକୁ ସିଏମଏସ୍କୁ ପ୍ରାୟ ୪୫ ମିନିଟ୍ ଲାଗିଥିଲା । ଏନେଇ ସିଏମଏସ୍ ବ୍ରାଞ୍ଚ ମ୍ୟାନେଜର ବିନୋଦ ଚନ୍ଦ୍ରା ସିଦ୍ଧପୁରା ଥାନାରେ ଏଫ୍ଆଇଆର୍ ଦେଇଛନ୍ତି । ବେଙ୍ଗାଲୁରୁ ପୁଲିସ କମିସନର ସୀମନ୍ତ କୁମାର ସିଂହ କହିଛନ୍ତି, ଏହା ଏକ ସୁପରିକଳ୍ପିତ ଅପରାଧ । ଆଠଟି ସ୍ପେଶାଲ ଟିମ୍, ଦୁଇ ଡିସିପି ଓ ଯୁଗ୍ମ କମିସନରଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି । ସିସିଟିଭି ଫୁଟେଜ୍, ନମ୍ବର ପ୍ଲେଟ୍ ଓ ମୋବାଇଲ୍ ଟ୍ରାକିଂ କରାଯାଉଛି ।
ଫିଲ୍ମ ଷ୍ଟାଇଲରେ ମନି ହାଇଷ୍ଟ!
ଭ୍ୟାନରୁ ଲୁଟି ନେଲେ ଟଙ୍କା
ନିଜକୁ ଆର୍ବିଆଇ ଅଧିକାରୀ ପରିଚୟ ଦେଇ ଲୁଟ୍
ଦିନ ଦ୍ୱିପ୍ରହରରେ ୭ କୋଟିରୁ ଅଧିକ ଟଙ୍କା ଲୁଟ୍
୫ ଅଭିଯୁକ୍ତ ସାମିଲ, ପୁଲିସ ତଦନ୍ତ ଜାରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/loot-2025-11-20-14-41-26.jpeg)