Roads Photograph: (Kanak News)
କନକ ବ୍ୟୁରୋ : କାମ ସରିବାକୁ ୧୫ ଦିନ ହୋଇନି । ହାତ ମାରିଲେ ଉଠୁଛି ଫଡ଼ା ଫଡ଼ା ପିଚୁ । ଯେଉଁଠି ହାତ ମାରିବେ ସେଠୁ ଉଠିବ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ନାଉବାଙ୍କରୁ ଅନ୍ଧାଳକୁ ସଂଯୋଗ କରୁଛି ଏହି ରାସ୍ତା । ପ୍ରାୟ ୨ କିଲୋମିଟର ଯାଏଁ ହୋଇଥିବା ରାସ୍ତା କାମ ଏମିତି ନିମ୍ନମାନର ହୋଇଛି । ଯାହାର ପ୍ରମାଣ ସମସ୍ତଙ୍କ ସାମନାରେ ।
ଅଧିକ ପଢ଼ନ୍ତୁ : ପାଣିରେ ପଡ଼ିଲା ଦେଢ଼ କୋଟି ଟଙ୍କା; ସ୍ୱେରେଜ ପାଇପ୍ ବିଛାଇବା ପାଇଁ ଭଲ ରାସ୍ତା ଖୋଳିଦେଲା ଠିକା ସଂସ୍ଥା
କାର୍ଯ୍ୟ ବାବଦରେ କୌଣସି ସୂଚନାଫଳକ ନାହିଁ ! କନିଷ୍ଠ ଯନ୍ତ୍ରୀ ବି କହିପାରୁନାହାନ୍ତି କେତେ ଟଙ୍କାର କାର୍ଯ୍ୟ ? ଯେଉଁଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି । ପୁଣି କାମ ଏମିତି ହୋଇଛି ରାସ୍ତାକୁ ଫୁଟି ଘାସ ଉଠିଲାଣି । ଆଉ ଠିକାଦାର ଏଥିପାଇଁ ଘାସମରା ଔଷଦ ପକାଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତା କାମ କରିଥିବା ଠିକାଦାରଙ୍କ ନାଁରେ ପୂର୍ବରୁ ଅନେକ ଥର ଏମିତି ଅଭିଯୋଗ ଆସିଛି । ଏହା ପରେ ବି କାହିଁକି ତାଙ୍କୁ କାର୍ଯ୍ୟ ଦାୟିତ୍ୱ ଦିଆଗଲା ? ନା ଠିକାଦାରଙ୍କ ମୁଣ୍ଡ ଉପରେ ରହିଛି ସରକାରୀ ବାବୁଙ୍କ ହାତ ? ତାହା ଏକ ବଡ଼ ପ୍ରଶ୍ନ ।
ତେବେ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ନିମ୍ନମାନର କାମ କରି ସରକାରୀ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ଆସିଛି । ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
Follow Us