ଜବରଦଖଲକାରୀଙ୍କ କବଜାରେ ରାସ୍ତା !  ବଢ଼ୁଛି ଟ୍ରାଫିକ୍‌ ସମସ୍ୟା, ହନ୍ତସନ୍ତ ଯାତ୍ରୀ

ଉଠା ଦୋକାନୀଙ୍କ ପାଇଁ ସଙ୍କୁଚିତ ହେଉଛି ରାସ୍ତା।

Road problem

Road problem Photograph: (KanakNews)

କନକ ବ୍ୟୁରୋ: ରାସ୍ତାକଡ଼ରେ ପସରା ମେଲାଇ ବସିଛନ୍ତି ଦୋକାନୀ । ଠେଲା ଗାଡ଼ି ବି ଛିଡ଼ା ହେଉଛି । ବାରିପଦା ସହର ଷ୍ଟେସନ ବଜାର, କଚେରୀ ପାଖ, ମୂର୍ଗାବାଡ଼ି, କେସି ଗୋଲେଇ ଛକ ହେଉ କି ଆଶୀର୍ବାଦ ଛକ, ସବୁଠି ସମାନ ସ୍ଥିତି । ମୁଖ୍ୟ ରାସ୍ତାଗୁଡ଼ିକ ବି ବ୍ୟବସାୟୀଙ୍କ ଜବରଦଖଲରେ । ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ୍‌ ସମସ୍ୟା ବଢ଼ୁଛି । ଗାଡ଼ି ତ ଦୂରର କଥା ବେଳେବେଳେ ଚାଲିକି ଯିବା ବି ମୁସ୍କିଲ୍‌ ହୋଇପଡ଼ୁଛି ।
 

ଯାଜପୁର ଜିଲ୍ଲା ବରୀରେ ନିମ୍ନମାନର ରାସ୍ତା କାମକୁ ନେଇ ଅଭିଯୋଗ । ତଦାରଖ ସହ କାର୍ଯ୍ୟାନୁଷ୍ଠାନ ଦାବି

ଉଠାଦୋକାନୀଙ୍କ ଜୀବନଜୀବିକା କହି ବାରିପଦା ପୌରପାଳିକା ଜବରଦଖଲ ଉଚ୍ଛେଦ ପାଇଁ ମନବଳାଉନାହିଁ । ଅନ୍ୟପଟେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ୍‌ର ବ୍ୟବସ୍ଥା କରବା ସହ ରାସ୍ତାକୁ ଅବରୋଧ ମୁକ୍ତ କରିବା ପାଇଁ ଦାବି ହୋଇଛି । ବଢ଼ୁଥିବା ବଜାରୀକରଣ ସହ ସହର ରାସ୍ତାକୁ ଜବରଦଖଲ ମୁକ୍ତ କରିବାରେ ଜରୁରୀ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe