କନକ ବ୍ୟୁରୋ : ପୂର୍ବରୁ-ପଶ୍ଚିମ...ଉତ୍ତରରୁ ଦକ୍ଷିଣ, ସବୁଠି ଜମି ମାଫିଆଙ୍କ ରାଜ। ଏକରେ ନୁହେଁ କି ଦି ଏକର ନୁହେଁ ଆଇନ କାନୁନ, ବିଧି ବ୍ୟବସ୍ଥାକୁ ମୋଡ଼ି ମକଚି ୧୦ହଜାର ଏକରରୁ ଅଧିକ ପରିମାଣର ଗୋଚର ଜମିକୁ କବଜାକୁ ନେଇଛନ୍ତି ଜବରଦଖଲକାରୀ । ବିଧାନସଭାରେ ଶାସକ ଦଳର ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ତଥ୍ୟ। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଜମି ହୋଇଛି ଜବରଦଖଲ । 

Advertisment

କେଉଁ ଜିଲ୍ଲାରେ କେତେ ଜମି ଜବରଦଖଲ  ? 
-ରାଜ୍ୟର ମୋଟ ଗୋଚର ଜମି ୧୧ ଲକ୍ଷ ୨୦ ହଜାର ୭୭୯.୫୯୨ ଏକର
-୧୦ ହଜାର ୯୭୧.୧୧୨ ଏକର ଗୋଚର ଜମି ହୋଇଛି ଜବରଦଖଲ
-ଅନୁଗୁଳରେ ସର୍ବାଧିକ ୨ହଜାର ୯୧୪.୪୨୪ ଏକର ଗୋଚର ଜମି କବଜାରେ
-କେନ୍ଦୁଝରରେ ୧ହଜାର ୨୫.୮୯୯, କଳାହାଣ୍ଡିରେ ୯୪୧.୭୪ ଏକର ଜମି ଜବରଦଖଲ
-ନବରଙ୍ଗପୁରରେ ୯୦୧.୧୫ ଓ ଗଞ୍ଜାମରେ କବଜାରେ ରହିଛି ୪୭୩.୯୪୧ ଏକର ଗୋଚର  

ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଆସିବା ପରେ ତେଜିଛି ରାଜନୀତି, ମୁହାଁମୁହିଁ ଶାସକ-ବିରୋଧୀ। ତତ୍କାଳୀନ ବିଜେଡି ସରକାରର ପୃଷ୍ଠପୋଷକତାରେ ପ୍ରଭାବଶାଳୀ ମାନେ ଗୋଚର ଜମିକୁ କବଜାକୁ ନେଇଥିବା ବିଜେପି ଅଭିଯୋଗ କରିଛି। ଗୋଚର ଜମିକୁ ସରକାରୀ ତହବିଲକୁ ଫେରାଇ ଆଣିବାକୁ ରାଜ୍ୟ ସରକାର କଥାରେ ନକହି କାମରେ କରି ଦେଖାନ୍ତୁ ବୋଲି କହିଛି ବିଜେଡ଼ି।  କେମିତି ଜବରଦଖଲ ହୋଇଛି ୧୦ହଜାର ଏକରରୁ ଉର୍ଦ୍ଧ୍ବ ଜମି? ପ୍ରଭାବଶାଳୀଙ୍କ ପଛରେ ରହିଛି କାହାର ପୃଷ୍ଠପୋଷକତା? ତଥ୍ୟ ସାମ୍ନାକୁ ଆସିଲା, ସରକାରୀ ଖାତାକୁ ଫେରିବ ତ ଗୋଚର ଜମି? ଜବରଦଖଲକାରୀଙ୍କ ଉପରେ ହେବ ତ କାର୍ଯ୍ୟାନୁଷ୍ଠାନ?