କନକ ବ୍ୟୁରୋ: ରାସ୍ତାକଡ଼ରେ ପସରା ମେଲାଇ ବସିଛନ୍ତି ଦୋକାନୀ । ଠେଲା ଗାଡ଼ି ବି ଛିଡ଼ା ହେଉଛି । ବାରିପଦା ସହର ଷ୍ଟେସନ ବଜାର, କଚେରୀ ପାଖ, ମୂର୍ଗାବାଡ଼ି, କେସି ଗୋଲେଇ ଛକ ହେଉ କି ଆଶୀର୍ବାଦ ଛକ, ସବୁଠି ସମାନ ସ୍ଥିତି । ମୁଖ୍ୟ ରାସ୍ତାଗୁଡ଼ିକ ବି ବ୍ୟବସାୟୀଙ୍କ ଜବରଦଖଲରେ । ଫଳରେ ରାସ୍ତା ସଙ୍କୁଚିତ ହୋଇ ଟ୍ରାଫିକ୍ ସମସ୍ୟା ବଢ଼ୁଛି । ଗାଡ଼ି ତ ଦୂରର କଥା ବେଳେବେଳେ ଚାଲିକି ଯିବା ବି ମୁସ୍କିଲ୍ ହୋଇପଡ଼ୁଛି ।
ଯାଜପୁର ଜିଲ୍ଲା ବରୀରେ ନିମ୍ନମାନର ରାସ୍ତା କାମକୁ ନେଇ ଅଭିଯୋଗ । ତଦାରଖ ସହ କାର୍ଯ୍ୟାନୁଷ୍ଠାନ ଦାବି
ଉଠାଦୋକାନୀଙ୍କ ଜୀବନଜୀବିକା କହି ବାରିପଦା ପୌରପାଳିକା ଜବରଦଖଲ ଉଚ୍ଛେଦ ପାଇଁ ମନବଳାଉନାହିଁ । ଅନ୍ୟପଟେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ୍ର ବ୍ୟବସ୍ଥା କରବା ସହ ରାସ୍ତାକୁ ଅବରୋଧ ମୁକ୍ତ କରିବା ପାଇଁ ଦାବି ହୋଇଛି । ବଢ଼ୁଥିବା ବଜାରୀକରଣ ସହ ସହର ରାସ୍ତାକୁ ଜବରଦଖଲ ମୁକ୍ତ କରିବାରେ ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/24/traffic-2025-10-24-19-19-53.jpg)