କନକ ବ୍ୟୁରୋ : ସିମେଣ୍ଟ ଢଳେଇ ରାସ୍ତାକୁ ମାସେ ପୂରିନି । ରାସ୍ତା ସାରା ଫାଟି ଆଁ କଲାଣି । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବିଲି ତେନ୍ତୁଳିଆ ଗାଁରୁ ଏଭଳି ଅଭିଯୋଗ ଆସିଛି । ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ତିଆରି ହୋଇଥିବା ଏହି ଢ଼ଳେଇ ରାସ୍ତାଟି କାର୍ଯ୍ୟ ଅତି ନିମ୍ମମାନର ହୋଇଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିଛନ୍ତି ଗ୍ରାମବାସୀ ।
ଗତ ଡିସେମ୍ବର ମାସରେ ବାଙ୍କୀ ଉପଖଣ୍ଡ ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ବ୍ରହ୍ମପୁରା ପାଟରୁ ବିଲି ତେନ୍ତୁଳିଆ ଗାଁକୁ ଏହି କଂକ୍ରିଟ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା । ମାସଟେ ବି ଯାଇନି ରାସ୍ତା । ଫାଟି ଆଁ କରିଛି । ପ୍ରାୟ ୧ କିଲୋମିଟର ଯାଏଁ ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ ଆସିଛି । ସେଥିରେ ପୁଣି କାମର କୌଣସି ସୂଚନା ଫଳକ ନାହିଁ ! ଯାହା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ସନ୍ଦେହକୁ ଆହୁରି ଘନୀଭୂତ କରୁଛି । ଠିକାଦାର ସିମେଣ୍ଟ ବଦଳରେ ଅଧିକ ଡଷ୍ଟ ପକାଇ କାମ କରିଥିବାରୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି ।
ଅଧିକ ପଢ଼ନ୍ତୁ : କାଠଚୂଲା ଭରସାରେ ମଧ୍ୟାହ୍ନଭୋଜନ; କାଠ ଚୂଲି ପାଇଁ ହେଉଥିବା ବାୟୁ ପ୍ରଦୂଷଣ ଲାଗି ଦାୟୀ କିଏ ?
ଏହି ରାସ୍ତା ଉପରେ ବ୍ରହ୍ମପୁରା ପଞ୍ଚାୟତର ଚାଷୀମାନେ ନିର୍ଭର କରିଥାନ୍ତି । ବଡ଼ ବଡ଼ ଟ୍ରକ ଓ ଟ୍ରାକ୍ଟରରେ ଏହି ରାସ୍ତା ଦେଇ ଆଖୁ ବାହାରକୁ ଯାଇଥାଏ । ବନ୍ୟା ସମୟରେ ରାସ୍ତାଟି ସମ୍ପୂର୍ଣ୍ଣ ବୁଡ଼ିଯାଏ । ସେଥିପାଇଁ ରାସ୍ତାଟିକୁ ମଜବୁତ କରିବା ପାଇଁ ଢଳେଇ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ଲକ୍ଷାଧିକ ଟଙ୍କା ହଡ଼ପ କରିବା ଉଦ୍ଦେଶ୍ୟରେ ଅତି ନିମ୍ନମାନର କାର୍ଯ୍ୟ କରିଥିବା ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଏହି ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି, ସରକାରଙ୍କ କୋଟିକୋଟି ଟଙ୍କାକୁ ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଆତ୍ମସାତ କରୁଛନ୍ତି । ଆଉ ଏପଟେ ସାଧାରଣ ଲୋକ ହିନସ୍ତା ଭୋଗୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/11/road-construction-2026-01-11-19-26-24.jpg)