ରାୟଗଡ଼ାରେ ବଢୁଛି ସଡ଼କ ଦୁର୍ଘଟଣା ; ଅକାଳରେ ଲିଭି ଯାଉଛି ଜୀବନ ଦୀପ

Advertisment

କେଉଁଠି ଟ୍ରକ ଓଲଟିପଡ଼ିଛି ଆଉ କେଉଁଠି ବାଇକ୍‌। ରାୟଗଡ଼ା ଜିଲ୍ଲାରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅକାଳରେ ନିରୀହ ଜୀବନ ଚାଲିଯାଉଛି । ଅନାଥ ହୋଇଯାଉଛି ଅନେକ ପରିବାର ।

କେଉଁଠି ଟ୍ରକ ଓଲଟିପଡ଼ିଛି ଆଉ କେଉଁଠି ବାଇକ୍‌। ରାୟଗଡ଼ା ଜିଲ୍ଲାରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅକାଳରେ ନିରୀହ ଜୀବନ ଚାଲିଯାଉଛି । ଅନାଥ ହୋଇଯାଉଛି ଅନେକ ପରିବାର ।

Accident

Accident Photograph: (kanak news)

କନକ ବ୍ୟୁରୋ : ରାୟଗଡ଼ାରେ ବଢ଼ୁଛି ସଡ଼କ ଦୁର୍ଘଟଣା । ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି । ବିଭାଗ ପକ୍ଷରୁ ଯାଞ୍ଚ ଓ ସଚେତନତା ଅଘଟଣକୁ ରୋକିପାରୁନି । ଯାହାରିଫଳରେ ଦୁର୍ଘଟଣା ବୃଦ୍ଧି ପାଇବା ସହ ସାଧାରଣ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଛି । କେଉଁଠି ଟ୍ରକ ଓଲଟିପଡ଼ିଛି ଆଉ କେଉଁଠି ବାଇକ୍‌। ରାୟଗଡ଼ା ଜିଲ୍ଲାରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଜିଲ୍ଲାର ସଡ଼କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅକାଳରେ ନିରୀହ ଜୀବନ ଚାଲିଯାଉଛି । ଅନାଥ ହୋଇଯାଉଛି ଅନେକ ପରିବାର । ଆହତ ମାନଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ଭାଙ୍ଗି ପଡ଼ୁଛି । ଦୁର୍ଘଟଣା ରୋକିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କିନ୍ତୁ ବର୍ଦ୍ଧିତ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉପରେ ରୋକ ଲାଗିପାରୁନି । ଯାହା ଚିନ୍ତାର କାରଣ ପାଲଟିଛି । 

ତଥ୍ୟ ଅନୁସାରେ, ୨୦୨୫ରେ ରାୟଗଡ଼ାରେ ୨୪୫ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଏଥିରେ ୧୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୮ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୪ରେ ମୋଟ୍‌ ୨୪୧ଟି ସଡ଼କ ଦୁର୍ଘଟଣାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଆହତଙ୍କ ସଂଖ୍ୟା ୧୦୬ ଜଣ । ଜିଲ୍ଲାର ସଡ଼କ ଦୁରାବସ୍ଥା ଓ ପର୍ଯ୍ୟାପ୍ତ ସଙ୍କେତ ନଥିବା ମଧ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ମତ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।

ଅଧିକ ପଢ଼ନ୍ତୁ---ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଭୟଙ୍କର ରାଜନୈତିକ ହିଂସା: ୧୧ ମୃତ, ଶହ ଶହ ଆହତ

ତୀବ୍ର ଗତିରେ ଓ ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍‌ ନପିନ୍ଧିବା, ସିଟ ବେଲ୍ଟ ନପିନ୍ଧିବା, ଟ୍ରାଫିକ ନିୟମ ନମାନିବା ଓ ସଡକ ସୁରକ୍ଷା ନିୟମର ସଚେତନତାର ଅଭାବ ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ଦର୍ଶାଯାଉଛି । ବିଭାଗ ପକ୍ଷରୁ ଏ ଦିଗରେ ଧ୍ୟାନ ଦିଆଯାଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରାଗଲେ ଅନେକ ଜୀବନ ଦୀପ ଅକାଳରେ ଲିଭିବନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe