କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଜରିମାନା ତ କଟୁଛି, ମାତ୍ର ଅସୁରକ୍ଷିତ ରାଜପଥ ପ୍ରତି ଯେମିତି କାହାରି ନଜର ନାହିଁ । ନିଇତି ଘଟୁଛି ଦୁର୍ଘଟଣା, ଅକାରଣରେ ଯାଉଛି ଜୀବନ । ଗୋଟିଏ ପଟେ ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଏପଟେ କିନ୍ତୁ ଚିନ୍ତା ବଢ଼ାଉଛି ବଢୁଥିବା ଦୁର୍ଘଟଣା।

Advertisment

କଟକ କମିସନରେଟ ପୁଲିସ ଅଧିନରେ ଥିବା ୪ଟି ଥାନା ଅଞ୍ଚଳରେ ଦୁର୍ଘଟଣାକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ। ୩ ବର୍ଷ ଭିତରେ ମୋଟ ୮୪୬ ଦୁର୍ଘଟଣାରେ ଯାଇଛି ୩୨୨ ଜଣଙ୍କ ଜୀବନ । ଏଥିସହ ୩୨୦ ଜଣ ଆହତ ହୋଇଛନ୍ତି। ଯାହାକୁ ନେଇ ବଢ଼ିଛି ଚିନ୍ତା।

  • ୨୦୨୩ରେ ୨୮୩ ଦୁର୍ଘଟଣା, ୧୦୨ ମୃତ
  • ୨୦୨୪ରେ ୨୮୯ ଦୁର୍ଘଟଣା, ୧୧୭ ମୃତ
  • ୨୦୨୫ରେ ୨୭୪ ଦୁର୍ଘଟଣା, ୧୦୨ ମୃତ

 ଦ୍ରୁତ ଗତିରେ ଗାଡ଼ିଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ରଙ୍ଗ୍ ରୁଟ୍ ଡ୍ରାଇଭିଂ ଯୋଗୁଁ ବଢ଼ିଚାଲିଛି ଦୁର୍ଘଟଣା। ସେହିପରି ଓଭର ଲୋଡିଂ ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଏବଂ ମୃତ୍ୟୁ ହାର ବଢୁଥିବା କହିଛନ୍ତି ପୂର୍ବତନ ଟ୍ରାଫିକ ଡିସିପି । ଦୁର୍ଘଟଣାପ୍ରବଣ ଅଞ୍ଚଳକୁ ବ୍ଲାକ୍ ସ୍ପଟ ଭାବେ ଚିହ୍ନଟ କରାଯାଇଛି। ଆଗକୁ ଏ ନେଇ ସଚେତନ କରାଯିବ ବୋଲି ଆର୍‌ଟିଓ କହିଛନ୍ତି। 

୪ଟି ଥାନା ଅଞ୍ଚଳର ୩ ବର୍ଷର ତଥ୍ୟ

  • କଟକ ସଦର ଥାନା ଅଞ୍ଚଳରେ ସର୍ବାଧିକ ୧୪୫ ଦୁର୍ଘଟଣାରେ ୬୧ ମୃତ
  • ଜଗତପୁର ଥାନା ଅଞ୍ଚଳରେ ୯୬ ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ
  • ବାରଙ୍ଗ ଥାନା ଅଞ୍ଚଳରେ ୯୧ଟି ଦୁର୍ଘଟଣାରେ ୩୯ ଜଣଙ୍କ ଯାଇଛି ଜୀବନ
  • ଚୌଦ୍ଵାର ଥାନା ଅଞ୍ଚଳରେ ୮୨ଟି ଦୁର୍ଘଟଣାରେ ମୋଟ ୩୫ ଜଣଙ୍କ ମୃତ୍ୟୁ 

 କେତେବେଳେ ଚାଳକଙ୍କ ଭୁଲ୍ ତ କେତେବେଳେ ଖରାପ ରାସ୍ତା ଯୋଗୁଁ ଘଟୁଛି ବଡ଼ ଦୁର୍ଘଟଣା। କେବେ ବଢ଼ୁଥିବା ଦୁର୍ଘଟଣା ହାରରେ ଲାଗିବ ବ୍ରେକ୍? ତାକୁ ଅପେକ୍ଷା।