କନକ ବ୍ୟୁରୋ : ରାଜ୍ୟର ସବୁଠୁ ବଡ଼ କେଳେଙ୍କାରୀ କୁହାଯାଉଥିବା ଏସଆଇ ନିଯୁକ୍ତି ମାମଲା ଏବଂ ହୋମଗାର୍ଡ ପୋଷ୍ଟ ପାଇଁ ସମ୍ୱଲପୁରରେ ଏୟାରିଷ୍ଟ୍ରପରେ ପରୀକ୍ଷା ଦେଇଥିବା ଶହ ଶହ ପିଲାଙ୍କ କଥା ମନେ ପଡିଲେ ଆଶାୟୀଙ୍କ ମନରେ ନିଜର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି 

Advertisment

ଚାକିରି ମିଳିଲାନି ବୋଲି ମୃତ୍ୟୁକୁ ଆପଣାଇ ନେଲେ। ବ୍ୟବସ୍ଥା ପଛରେ ବୁଲି ବୁଲି ମୃତ୍ୟୁକୁ ବାଛିଲେ ଚାକିରି ଆଶାୟୀ । ଯୋଗ୍ୟ ଥିଲେ ବି କାହା ନଜରରେ ପଡିଲେନି। ଦୌଡି ଦୌଡି ସରକାରୀ ବ୍ୟବସ୍ଥା ଆଗରେ ହାର ମାନିଲେ କଟକ ଜିଲ୍ଲା ବାଙ୍କୀ ବିଷ୍ଣୁପୁର ଗାଁର ଅମିୟ ରଞ୍ଜନ ସିଂ । ସୋମବାର ତାଙ୍କର ମୃତ୍ୟୁ ପରେ ଏବେ ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । 

ଅଧିକ ପଢ଼ନ୍ତୁ :  ଡିଜିଟାଲ ଯୁଗରେ ବି ଜାତିପ୍ରଥାର କଳଙ୍କ : ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ୮୧ ଦିନ ଧରି ବନ୍ଦ ଅଙ୍ଗନବାଡି

୨୦୨୪ରେ ନୂଆ ସରକାର ଆସିବା ପରେ ୧୯୯୦ ପୁନର୍ବାସ ଆଇନକୁ ରାଜ୍ୟରେ ଲାଗୁ କରାଗଲା ।  ଏଥିସହ ୨୦୨୦ ମସିହା ପୂର୍ବରୁ ପୁନର୍ବାସ ଥଇଥାନ କରିବା ପାଇଁ ଆଇନ ପ୍ରଚଳନ କରାଗଲା । କିନ୍ତୁ ଏହି ଆଇନ୍ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ପ୍ରାଶାସନିକ ସ୍ତରରେ ସ୍ଥାଣୁତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଆଇନର ସଠିକ୍ କାର୍ଯ୍ୟକାରୀ ହୋଇପାରିନାହିଁ । ଆଗକୁ ବଢିପାରୁନାହିଁ ଫାଇଲ୍‌ । ଫଳରେ ସାତରୁ ୮ ହଜାର ଆଶାୟୀ ପୁନର୍ବାସ ଚାକିରି ପାଇଁ ଅପେକ୍ଷା କରି ରହିଛନ୍ତି । ସେପଟେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା, ସରକାର ଅନୁଧ୍ୟାନ କରୁଛନ୍ତି, ଖୁବଶୀଘ୍ର ନିର୍ଯାସ  ବାହାରିବ  

 କଟକ ଜିଲ୍ଲା ବାଙ୍କୀର ଏହି ଘଟଣା ଉତ୍କଟ ବେକାରି ସମସ୍ୟାର ଚିତ୍ରକୁ ପୁଣି ଉଜାଗର କରିଛି। ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ସ୍ନାତକୋତ୍ତର କରିଥିବା ଚାକିରି ଆଶାୟୀଙ୍କ ସଂଖ୍ୟା ୧୩.୬ ପ୍ରତିଶତ ରହିଛି । ତା’ଠୁ ଅଧିକ ଯୋଗ୍ୟତା ଥିବା ଆଶାୟୀଙ୍କ ସଂଖ୍ୟା ୧୮ ପ୍ରତିଶତରୁ ଅଧିକ । ଏହାସହ ବାରମ୍ବାର ପରୀକ୍ଷା ବାତିଲ୍, ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ଆଶାୟୀଙ୍କ ମନୋବଳକୁ ଦୁର୍ବଳ କରିଛି । କେବଳ ଅମିୟ ରଞ୍ଜନ ସିଂ ନୁହେଁ, ଆହୁରି ଅନେକ ଆଶାୟୀ ଏବେ ବି ଚାକିରି ଆଶାରେ ଅନେଇ ବସିଛନ୍ତି...