କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ବଞ୍ଚିଛି ଜାତିପ୍ରଥା । ଜାତିପ୍ରଥାର ଏଭଳି କୁତ୍ସିତ ପରମ୍ପରା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ । ଜଣେ ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଯାଉନାହାନ୍ତି ଶିଶୁ । ରାଜନଗର ଥାନା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଜାତିପ୍ରଥାର କଳଙ୍କିତ ଅଧ୍ୟାୟ । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅନୁସୂଚିତ ଜାତିର ଯୁବତୀ ସହାୟିକା ଭାବେ ନିଯୁକ୍ତି ପାଇଲେ ବୋଲି ଅଙ୍ଗନବାଡି କେନ୍ଦ୍ରକୁ ଶିଶୁଙ୍କୁ ପଢିବାକୁ ଛାଡୁ ନାହାନ୍ତି ଗ୍ରାମବାସୀ ।
ଏପରିକି ସହାୟିକାଙ୍କ ହାତରୁ ଗର୍ଭବତୀ ଓ ପ୍ରସୂତି ମହିଳା ଏବଂ ଶିଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟ ମଧ୍ୟ ଗ୍ରହଣ କରୁନାହାନ୍ତି । ପରମ୍ପରା ଓ ଜାତିପ୍ରଥାକୁ ନେଇ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଛି । ଏ ବାବଦରେ ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ସୁପରଭାଇଜର ଓ ସିଡିପିଓ ବାରମ୍ବାର ଗାଁକୁ ଯାଇ ଗାଁ ମୁରବି ଓ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଗ୍ରାମବାସୀ ପରମ୍ପରା ଓ ଜାତିପ୍ରଥାକୁ ଧରି ଶିଶୁଙ୍କୁ ପଢିବାକୁ ଛାଡୁନାହାନ୍ତି କି ଖାଦ୍ୟ ଗ୍ରହଣ କରୁନାହାନ୍ତି । ଗତ ନଭେମ୍ବର ୨୧ ତାରିଖ ଠାରୁ ଆଜିଯାଏଁ ୮୧ ଦିନ ହେଲା ଅଙ୍ଗନବାଡି କେନ୍ଦ୍ରକୁ ଗାଁର କୌଣସି ଶିଶୁ ପଢିବାକୁ ଆସୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/anganwadi-2026-02-10-09-28-04.jpg)