କନକ ବ୍ୟୁରୋ : ଓଡ଼ିଶା ପୁଲିସକୁ ଘାରିଛି ଆତ୍ମହତ୍ୟା ଚିନ୍ତା । ୧୫ବର୍ଷ ଭିତରେ ୧୯ଜଣ ଆତ୍ମହତ୍ୟା କଲେଣି । ଜୀବନ ହାରିବା ଉଦ୍ୟମ କରି ବଞ୍ଚିଯାଇଛନ୍ତି ୪ଜଣ । ବଡ଼ କଥା ହେଉଛି ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ୧୦ଜଣଙ୍କ ଜୀବନ ଯାଇଛି । କର୍ମକ୍ଷେତ୍ରରେ ଚାପ, ତଦନ୍ତ ଚାପ, ପରିବାର ସହ ସମୟ କାଟିବାର ସୁଯୋଗ ନ ମିଳିବାରୁ ମାନସିକ ଚାପ ବଢ଼ିବା ଭଳି କାରଣରୁ ଆତ୍ମହତ୍ୟା ବଢୁଥିବା କୁହାଯାଉଛି ।
ରିପୋର୍ଟ୍ ଅନୁସାରେ ଫ୍ରେବୁଆରି ଆରି ୫ରେ ନୟାଗଡ଼ ପୁଲିସ ବାରାକରେ କନେଷ୍ଟବଳ ସୁନିଲ ସେଠୀ ଆତ୍ମହତ୍ୟା କରିଥିଲେ । ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ୨୦୨୬ ଫେବ୍ରୁଆରି ୯ରେ ସୁନ୍ଦରଗଡ଼ କ୍ୟାମ୍ପରେ ରହୁଥିବା ସିଆରପିଏଫ୍ ହାବିଲଦାର ସୁବାସ ପ୍ରସାଦଙ୍କ ଆତ୍ମହତ୍ୟା । ସୁବାସ ମଧ୍ୟ ନିଜ ସର୍ଭିସ ରିଭଲଭରରେ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।
ଅଧିକ ପଢନ୍ତୁ : ପତ୍ନୀଙ୍କୁ ଗୁଳିକରି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ଗୁଜରାଟ କଂଗ୍ରେସ ସାଂସଦଙ୍କ ସମ୍ପର୍କୀୟ
୨୦୨୫ ଏପ୍ରିଲ ୭ରେ ବାଲେଶ୍ବର ପୁଲିସ ବାରାକରେ କନେଷ୍ଟବଳ ଯଶୋଦା ଦାସଙ୍କ ଆତ୍ମହତ୍ୟା
୨୦୨୫ ଜୁନ ୧୯ରେ କେନ୍ଦୁଝରର ପୁଲିସ କନେଷ୍ଟବଳ ସୁବ୍ରତ କୁମାର ସାହୁ ଜୀବନ ହାରିଥିଲେ
୨୦୨୫ ଅଗଷ୍ଟ ୧୬ରେ ନୂଆପଡ଼ା ରେଳଷ୍ଟେସନ ନିକଟ ଗଛରେ କନେଷ୍ଟବଳ ରୁକ୍ମଣୀ ନାଗଙ୍କ ଆତ୍ମହତ୍ୟା
୨୦୨୫ ମେ ୧୪ରେ ବାଲେଶ୍ବର ବସ୍ତା ଏସ୍ଡିପିଓ ବ୍ରଜ ମୋହନ ପ୍ରଧାନ ଆତ୍ମହତ୍ୟା ଉଦ୍ୟମ କରି ଅସୁସ୍ଥ ହୋଇଥିଲେ
୨୦୨୪ ଅଗଷ୍ଟ ୩୧ରେ କଟକ ଓଏମ୍ପି ଷଷ୍ଠ ବାଟାଲିୟନରେ ହାବିଲଦାର ତ୍ରିଲୋଚନ ସେଠୀଙ୍କ ଆତ୍ମହତ୍ୟା
୨୦୨୩ ଏପ୍ରିଲ ୬ରେ ମାଲକାନଗିରି ଏମଭି-୪୨ ଗାଁରେ ପୁଲିସ ରିଜର୍ଭରେ କନେଷ୍ଟବଳ ସୁଶାନ୍ତ ହାଲଦାରଙ୍କ ଆତ୍ମହତ୍ୟା
୨୦୨୩ ଏପ୍ରିଲ ୨୦ରେ ଯାଜପୁର ଧାନମଣ୍ଡଳରେ ସିଆରପିଏଫ୍ ଯବାନ ସୂର୍ଯ୍ୟକାନ୍ତ କୁଅଁର ଗଛରେ ଝୁଲି ପଡ଼ିଥିଲେ
୨୦୨୩ ଏପ୍ରିଲ ୨୫ରେ ରାୟଗଡ଼ା ୪ର୍ଥ ବାଟାଲିୟନରେ କାର୍ଯ୍ୟରତ ସିଆରପିଏଫ୍ ଅଫିସର ସୁନିଲ କୁମାରଙ୍କ ଆତ୍ମହତ୍ୟା
୨୦୨୩ ଜୁଲାଇ ୨୬ରେ କୋରାପୁଟ ଜିଲ୍ଲାର ଡେପୁଟି ସୁବେଦାର ନରେନ୍ଦ୍ର ବିଶ୍ବାଳ ଏକେ-୪୭ରେ ଆତ୍ମହତ୍ୟା କରିଥିବା ବେଳେ ୨୦୨୩ ଅଗଷ୍ଟ ୪ରେ ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଦୁଇ ଗୋଡ଼ ହରାଇଥିଲେ
୨୦୨୨ ଫେବ୍ରୁଆରି ୧୫ରେ ଅନୁଗୁଳ କଣିହାଁର ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିରଞ୍ଚି ପ୍ରଧାନ ଆତ୍ମହତ୍ୟା କରିଥିଲେ
୨୦୨୧ ଅଗଷ୍ଟ ୨୮ରେ ଗଞ୍ଜାମ କରଡ଼ା ଥାନା କନେଷ୍ଟବଳ ଯାଜ୍ଞସେନୀ ବେହେରା ଝୁଲିପଡ଼ି ଆତ୍ମହତ୍ୟା କରିଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/police-odisha-2026-02-10-09-02-18.jpg)