କନକ ବ୍ୟୁରୋ:  ଗୁଜରାଟରେ ଏକ ହାଇପ୍ରୋଫାଇଲ ହତ୍ୟା ଘଟଣା ସାମ୍ନାକୁ ଆସିଛି । କଂଗ୍ରେସ ରାଜ୍ୟସଭା ସାଂସଦ ଶକ୍ତିସିଂହ ଗୋହିଲ୍‌ଙ୍କ ପୁତୁରା ୟଶରାଜ ଗୋହିଲ୍‌ ତାଙ୍କ ପତ୍ନୀ ରାଜେଶ୍ବରୀ ଜାଡେଜାଙ୍କୁ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଦମ୍ପତିଙ୍କ ଘର ଭାବନଗରରେ । ଦୁଇ ମାସ ତଳେ ବିବାହ ପରେ ସେମାନେ ଅହମଦାବାଦରେ ରହୁଥିଲେ । ଏହା ଉଭୟଙ୍କର ଦ୍ବିତୀୟ ବିବାହ ଥିଲା । ଏହି ଚାଞ୍ଚଲ୍ୟକର ଘଟଣା ମଙ୍ଗଳବାର ରାତିରେ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ।

Advertisment

ଅଧିକ ପଢନ୍ତୁ:  ବେଆଇନ୍ ଖଣି କାରବାରକୁ ନେଇ ଖୋର୍ଦ୍ଧା ବେଗୁନିଆରେ ଗୁଳିକାଣ୍ଡ : ଜଣେ ଯୁବକ ମୃତ୍ୟୁ

ୟଶରାଜ ଗୁଜରାଟ ମାରିଟାଇମ୍‌ ବୋର୍ଡ଼ ଅଫିସର ଥିଲେ। ମଙ୍ଗଳବାର ରାତିରେ ଦମ୍ପତି ବାହାରୁ ଭୋଜନ କରି ଫେରିବା ପରେ ୟଶରାଜ ପତ୍ନୀ ରାଜେଶ୍ବରୀ (୩୦)ଙ୍କୁ ଘରେ ଥିବା ବନ୍ଧୁକରୁ ଗୁଳି କରିଥିଲେ । ଘଟଣାସ୍ଥଳରେ ରାଜେଶ୍ବରୀଙ୍କର ମୃତ୍ୟୁ  ହୋଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଯଶରାଜ ରାଜେଶ୍ବରୀଙ୍କ ମୁଣ୍ଡକୁ ପଛରୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିଲେ । କେଉଁ କାରଣରୁ ଏପରି ଦୁଃଖଦ ଘଟଣା ଘଟିଲା ସେ ନେଇ ପୁଲିସ ତଦନ୍ତ କରୁଛି। ୟଶରାଜ କ’ଣ ପାଇଁ ଏବଂ କେମିତି ବନ୍ଧୁକ ଘରେ ରଖିଥିଲେ ପୁଲିସ ସେ ଦିଗରୁ ମଧ୍ୟ ତଦନ୍ତ କରୁଛି ।