ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍‌ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍‌ସ ରାଜଧାନୀ

କ୍ଷଣିକ ଅସଂଯମତା, ଟିକିଏ ଅସାବଧାନତା । ଅଜାଣତରେ ଛୁଇଁଲା ଏଡ୍‌ସ ସଂକ୍ରମଣ । ରାଜ୍ୟରେ ପ୍ରତିବର୍ଷ ୨ ରୁ ୩ ହଜାର ଲୋକଙ୍କୁ କବଳିତ କରୁଛି ଏଚ୍‌ଆଇଭି/ଏଡ୍‌ସ । ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍‌ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍‌ସ ରାଜଧାନୀ ।

HIV Threat

HIV Threat Photograph: (Kanak News)

କନକ ବ୍ୟୁରୋ : ଏଚ୍‌ଆଇଭି ସଂକ୍ରମଣରେ ଜାତୀୟ ହାର ତୁଳନାରେ, ତୃତୀୟ ସ୍ଥାନରେ ଓଡ଼ିଶା । ରାଜ୍ୟରେ ଏହାର ମୁକାବିଲା ପାଇଁ ସଚେତନତା ବଢ଼ୁଥିଲେ ବି, ସଂକ୍ରମଣରେ ରୋକ୍ ଲାଗିପାରୁନି । ଏହାକୁ ନେଇ ପ୍ରକାଶ ପାଇଛି ଉଦବେଗ । ରାଜ୍ୟରେ ଚଳିତ ବର୍ଷ ପ୍ରାୟ ଅଢ଼େଇ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପୂର୍ବଭଳି ଆଗରେ ରହିଛି ଗଞ୍ଜାମ ।

କ୍ଷଣିକ ଅସଂଯମତା, ଟିକିଏ ଅସାବଧାନତା । ଅଜାଣତରେ ଛୁଇଁଲା ଏଡ୍‌ସ ସଂକ୍ରମଣ । ରାଜ୍ୟରେ ପ୍ରତିବର୍ଷ ୨ ରୁ ୩ ହଜାର ଲୋକଙ୍କୁ କବଳିତ କରୁଛି ଏଚ୍‌ଆଇଭି/ଏଡ୍‌ସ । ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍‌ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍‌ସ ରାଜଧାନୀ । ଏଡ୍‌ସ ପଞ୍ଝାରେ ବହୁ ଦାଦନ ଶ୍ରମିକ, କିନ୍ନର ଓ ଯୁବପିଢ଼ି । ଗଞ୍ଜାମ ଜିଲ୍ଲାରେ ଅଛନ୍ତି ରାଜ୍ୟର ୨୮ ପ୍ରତିଶତ ସଂକ୍ରମିତ । ମାସକୁ ଚିହ୍ନଟ ହେଉଛନ୍ତି ହାରାହାରି ୫୦ ଜଣ । ନିଶା ପାଇଁ ବ୍ୟବହୃତ ସିରିଞ୍ଜ ଓ ଅସୁରକ୍ଷିତ ତଥା ଅପ୍ରାକୃତିକ ଯୌନ ସଂପର୍କ ଆଦି କାରଣରୁ ୧୫ ରୁ ୨୨ ବର୍ଷର କଲେଜ ଛାତ୍ର ଓ କିନ୍ନରଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଛି । ଗତ ୫ ବର୍ଷରେ ରାଜ୍ୟରେ ୬୬ ହଜାର ୧୨୧ ସଂକ୍ରମିତ ପଞ୍ଜୀକୃତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୧୯ ହଜାର ୪୦ ରହିଛି । ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨ହଜାର ୪୬୨ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ : ରାଜ୍ୟରେ ବଢ଼ୁଛି ଏଡସ୍‌ ଆକ୍ରାନ୍ତଙ୍କ ସଂଖ୍ୟା;ଏକ ନମ୍ବର ଗଞ୍ଜାମ

ପର୍ଯ୍ୟଟନ ନଗରୀ ପୁରୀରେ ବି ଏଡ୍‌ସ ସ୍ଥିତି କିଛି କମ୍ ଉଦବେଗଜନକ ନୁହେଁ । ପୁରୀ ଜିଲ୍ଲାରେ ୧ହଜାର ୫୩ ଏଡ୍‌ସ ଆକ୍ରାନ୍ତ ଥିବା ବେଳେ ସହରରେ ଅଛନ୍ତି ୩୫୩ । ଏମାନଙ୍କ ମଧ୍ୟରୁ ୨୮ ଜଣ ଶିଶୁ । ସେପଟେ ମାଲକାନଗିରି ଜିଲ୍ଲାରେ ଗତ ଅକ୍ଟୋବର ଶେଷ ସୁଦ୍ଧା ଚିହ୍ନଟ ୪୭୧ ସଂକ୍ରମିତଙ୍କ ମଧ୍ୟରୁ ୧୬୮ ଜଣ ଗର୍ଭବତୀ ମହିଳା ଅଛନ୍ତି ।

ବିଶ୍ୱ ଏଡ୍‌ସ ଦିବସରେ ଆଜି ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭୁବନେଶ୍ୱରରେ ସଚେତନତା ପଦଯାତ୍ରା ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe