Junk Food Photograph: (Kanak News)
କନକ ବ୍ୟୁରୋ : ସରକାରକୁ ଜଙ୍କ ଫୁଡ୍ ଚିନ୍ତା । ତେଲ ବୋର୍ଡ ଲଗାଇବେ ସରକାର । କେଉଁ ଖାଦ୍ୟରେ ଅଛି କେତେ ତେଲ, ତାକୁ ଖାଇଲେ କ’ଣ ହେବ । ସେ ନେଇ ତେଲ ବୋର୍ଡ ଜରିଆରେ କରାଯିବ ସଚେତନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଚିଠି । ସମସ୍ତ ଅଙ୍ଗନବାଡ଼ି ସେଣ୍ଟର, ଶିଶୁ ଯତ୍ନ କେନ୍ଦ୍ର, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ସହ ଘରୋଇ ପ୍ରତିଷ୍ଠାନରେ ଲାଗିବ ତେଲ ବୋର୍ଡ ।
ଅଧିକ ପଢ଼ନ୍ତୁ : ଚା’ ପତି ପାଣିରେ ବୁଡ଼ାଇ ବିକୁଛନ୍ତି ନକଲି ଅଣ୍ଡା, ଏମିତି ଚିହ୍ନନ୍ତୁ ଅସଲି ଏବଂ ନକଲି ଅଣ୍ଡା
ଯେଉଁଥିରେ ରହିବ କେଉଁ ଖାଦ୍ୟରେ କେତେ ତେଲ ପରିମାଣ ରହିଛି । ଯେମିତି କି ସିଙ୍ଗଡ଼ା, ପକୁଡ଼ି, ଆଳୁ ଚପ୍, ଛଣା ସେଉ, ମୁଡୁକିରେ କେତେ ପରିମାଣର ତେଲ ରହିଛି । ଯାହାକୁ ଖାଇଲେ ହୃଦରୋଗ, ମୋଟାପଣ, ଯକୃତ ରୋଗ ସହ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି । ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲାଗିବ ତେଲ ବୋର୍ଡ ।
କେଉଁ ଖାଦ୍ୟରେ କେତେ ତେଲ ?
ସିଙ୍ଗଡ଼ା
୧୦୦ ଗ୍ରାମ= ୨୮ ଗ୍ରାମ ତେଲ
ପକୋଡ଼ି
୧୦୦ ଗ୍ରାମ = ୨୦ ଗ୍ରାମ ତେଲ
ଆଳୁ ଚିପ୍ସ
୧୦୦ ଗ୍ରାମ = ୩୫ ଗ୍ରାମ ତେଲ
ନିମ୍କି
୧୦୦ ଗ୍ରାମ= ୪୦ ଗ୍ରାମ ତେଲ
ଆଳୁ ଚପ୍
୧୦୦ ଗ୍ରାମ= ୨୪ ଗ୍ରାମ ତେଲ
ଛଣା ସେଓ
୧୦୦ ଗ୍ରାମ= ୩୮ ଗ୍ରାମ ତେଲ
ମୁଡୁକି
୧୦୦ ଗ୍ରାମ= ୩୫ ଗ୍ରାମ ତେଲ
ଅଧିକ ତେଲ ଖାଇଲେ ବିପଦ
- ହୃଦ୍ରୋଗ
- ମୋଟାପଣ
- ଯକୃତ ରୋଗ
- ଉଚ୍ଚ ରକ୍ତଚାପ
Follow Us