ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ: ଘରୁ ରହି କାମ କରିବେ ଅଧା ସରକାରୀ କର୍ମଚାରୀ:

Advertisment

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ । ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

delhi pollution

delhi pollution Photograph: (kanak news)

କନକ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ । ଘରୁ ରହି କାମ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଉ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଓ୍ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୋଟିଏ ଦିନ ପୂର୍ବରୁ, ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଥିଲେ ଯେ ପ୍ରଦୂଷଣମୁକ୍ତ ପ୍ରମାଣପତ୍ର ବିନା ଯାନବାହନଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ମିଳିବ ନାହିଁ । ଏବେ ଏହାପରେ ଆଜି ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ଆହୁରି ପଢ଼ନ୍ତୁ : ମୃତ୍ୟୁ ବେଡରୁ ପ୍ରେମିକାର ଶେଷ କଥା: ‘ମୋ ପ୍ରେମର କିଛି ବି କରିବନି’

ସୂଚନାଯୋଗ୍ୟ ଯେ, ଗତକାଲି ଦିଲ୍ଲୀର ବାୟୁ ପ୍ରଦୂଷଣ ଭୟଙ୍କର ସ୍ତରରେ ପହଞ୍ଚିବା ପରେ ଦିଲ୍ଲୀ ସରକାର କଡ଼ା ପଦକ୍ଷେପ ନେଇଥିଲେ । ଡିସେମ୍ବର ୧୮ଠାରୁ ବୈଧ PUC ସର୍ଟିଫିକେଟ୍ ନ ଥିବା ଯାନବାହନକୁ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । କ୍ୟାମେରା ମାଧ୍ୟମରେ ଏହାର ନିରୀକ୍ଷଣ କରାଯିବ। ଏହାସହିତ ଦିଲ୍ଲୀ ବାହାରୁ ଆସୁଥିବା BS-VI ନର୍ମ୍ ତଳେ ଥିବା ଯାନବାହନ, ବିଶେଷକରି ଟ୍ରକ୍ ଓ କମର୍ସିଆଲ୍ ଗାଡ଼ିଗୁଡ଼ିକୁ ସହରକୁ ପ୍ରବେଶ ନିଷେଧ କରାଯାଇଛି। ଅତ୍ୟାବଶ୍ୟକ ସେବା ଗାଡ଼ି ବ୍ୟତୀତ ଅନ୍ୟମାନଙ୍କୁ ବାରଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe