କନକ ବ୍ୟୁରୋ :ମୁଁ ବିଷ ଖାଇଦେଇଛି । ହେଲେ ଯଦି ବି ଏଠୁ ବଞ୍ଚିବି, ତେବେ ମୋ ପ୍ରେମ ପାଇଁ ବଞ୍ଚିବି । ଆଉ ମୋ ପ୍ରେମ ସହ ହିଁ ରହିବି । ଯଦି ମରିଗଲି ତେବେ ମୋ ସ୍ୱାମୀଙ୍କର କିଛି ବି କରିବନି । ସେ ବିଲକୁଲ୍ ନିର୍ଦ୍ଦୋଷ...

Advertisment

ହସ୍ପିଟାଲ ବେଡରୁ କିଛି ଏମିତି କଥା କହିଥିଲେ ମାନସୀ । ନିଜ ପ୍ରେମ ପାଇଁ ଆଉ ନିଜ ପ୍ରେମିକ ପାଇଁ ଏହି କିଛି ପଦ କଥା, ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ପରିବାର, ଆଉ ପ୍ରେମ ଭିତରେ କେମିତି ଗୋଟିଏ ଝିଅ ଜୁଝି ହେଉଛି, ଆଉ ନିଜ ସ୍ୱାମୀକୁ ବଞ୍ଚାଇବାକୁ କେମିତି ଗୁହାରି କରୁଛି ତାହା ଏଇ କେଇ ପଦ ହିଁ ବତେଇଦେଉଛି ।

ଆହୁରି ପଢ଼ନ୍ତୁ : କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? କିଏ ଧରିବେ ରାଜ୍ୟ ପ୍ରଶାସନର ମଙ୍ଗ?

ଉତ୍ତରପ୍ରଦେଶ କାନପୁରର ମାନସୀ । ୩ ବର୍ଷ ତଳେ ମାନସୀଙ୍କର ବାହାଘର ହେଇଥିଲା । ହେଲେ ଭୁଲ୍ କୁହନ୍ତୁ ବା ପ୍ରେମରେ ପାଗେଳି । ମାନସୀ କିନ୍ତୁ ବାହାଘର ପରେ ପୁଣିଥରେ ପ୍ରେମରେ ପଡ଼ିଲେ । ଇନଷ୍ଟାଗ୍ରାମରେ କଥା ହେଉ ହେଉ ସେ ମନିଷଙ୍କ ପ୍ରେମରେ ସେ ଏତେ ପଡ଼ିଗଲେ ଯେ, ଦୁହେଁ ନିଷ୍ପତ୍ତି ନେଲେ ବିବାହ କରିବେ । ମାନସୀ ସେଇ ସମୟରେ ନିଜ ସ୍ୱାମୀଙ୍କୁ ଛାଡ଼ି ମନିଷଙ୍କ ସହ ସଂସାର ଗଢ଼ିବାକୁ ବାହାରିପଡ଼ିଲେ । ହେଲେ କିଏ ବା ଜାଣିଥିଲା ତାଙ୍କୁ ତାଙ୍କ ପ୍ରେମକୁ ବଞ୍ଚେଇବାକୁ ଏମିତି କିଛି କଥାକୁ ହସ୍ପିଟାଲ ବେଡରୁ କହିବାକୁ ପଡ଼ିବ ।

ଗତ ୯ ତାରିଖରେ ମାନସୀ କୌଣସି କାରଣରୁ ହଠାତ୍ ବିଷ ପିଇ ଦେଇଥିଲେ । ଯାହାପରେ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି ବି କରାଯାଇଥିଲା । ତାଙ୍କ ବିଷ ପିଇବାର କାରଣ ଜଣାପଡ଼ିନଥିଲେ ବି, ହସ୍ପିଟାଲ ବେଡରୁ କିନ୍ତୁ ସେ ନିଜର କଥା ରଖିଥିଲେ । ନିଜ ପରିବାର କବଳରୁ ନିଜ ପ୍ରେମକୁ ରକ୍ଷା କରିବାକୁ ଗୁହାରି କରିଥିଲେ ମାନସୀ। ମାନସୀଙ୍କ ଏହି ଭିଡିଓର କାରଣ ହେଉଛି, ତାଙ୍କ ପରିବାର। ମାନସୀ ବିଷ ଖାଇବା ପରେ ତାଙ୍କ ପରିବାର ଲୋକ, ତାଙ୍କ ପ୍ରେମିକଙ୍କ ବିରୋଧରେ ଏବେ ଥାନାରେ ଏଫଆଇଆର କରିଛନ୍ତି । ମାନସୀଙ୍କୁ ମନିଷ ଜାଣିଶୁଣି ମାରିଦେଇଛନ୍ତି ବୋଲି ତାଙ୍କ ପରିବାର ଲୋକ ପୋଲିସ ପାଖରେ ଏଫଆଇଆର୍ ଦେଇଛନ୍ତି । ଆଉ ଯାହାପରେ ମାନସୀଙ୍କ ଏହି ଭିଡିଓ, ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।