ରସିକିଆ ରିକ୍ସାବାଲାର ୩ହଜାର ଗର୍ଲଫ୍ରେଣ୍ଡ, ଟାର୍ଗେଟ୍ ହାଇପ୍ରୋଫାଇଲ ଯୁବତୀ

ଭାୟା ଫେସବୁକ୍, ଫେକ୍ ଆଇଡି : ଟାର୍ଗେଟ୍ ହାଇପ୍ରୋଫାଇଲ ଯୁବତୀ

Rickshawwala girlfriend

Rickshawwala girlfriend Photograph: (KanakNews)

କନକ ବ୍ୟୁରୋ;  ସୋସିଆଲ ମିଡିଆ, କିଏ ଖବର ସାଉଁଟୁଛି, ତ କିଏ ପୁଣି କ୍ରାଇମ କରୁଛି । କାହା ପାଇଁ କେମିତି ଏ ସୋସିଆଲ ମିଡିଆ । ହେଲେ ରସିକିଆ ରିକ୍ସାବାଲା ପାଇଁ ରୋମାନ୍ସର ଜରିଆ ପାଲଟିଥିଲା ସୋସିଆଲ ମିଡିଆ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ ଯେ ଜଣେ ରିକ୍ସାବାଲାର ୩ହଜାର ପ୍ରେମିକା , ତାହା ପୁଣି ଛୋଟକାଟିଆ ନୁହେଁ ଅଧିକାଂଶ ହାଇପ୍ରୋଫାଇଲ ଯୁବତୀ । କଥାଟା ଅଡ଼ୁଆ ଲାଗୁଛି ନା । ଭାବୁଥିବେ ରିକ୍ସାବାଲାର ପ୍ରେମରେ ଏତେ ଝିଅ ପଡ଼ିଯିବାଟା ଜମା ହଜମ ହଉନି । 

ହସ୍ପିଟାଲରେ ଟିମ୍ ଇଣ୍ଡିଆ ଅଧିନାୟକ ଶୁବମନ ଗିଲ୍,  କୋଲକାତା ଟେଷ୍ଟରେ ବ୍ୟାଟିଂ ବେଳେ ବେକରେ ଲାଗିଥିଲା ଆଘାତ

ଘଟଣା ଉତ୍ତରପ୍ରଦେଶ ବରେଲିର । ଯେଉଁଠି ଜଣେ ରିକ୍ସାବାଲା ୩୦ ହଜାରରୁ ଅଧିକ ଝିଅଙ୍କୁ ନିଜ ପ୍ରେମ ଜାଲରେ ପକାଇ ରୋମାନ୍ସ କରୁଥିଲା । ରିକ୍ସାବାଲା ଏମିତି ଫିକର କରିଥିଲା ଯେ ହାଇପ୍ରୋଫାଇଲ ଝିଅ ତା’ର ପ୍ରେମ ଜାଲରେ ପଡ଼ିଯାଉଥିଲେ ଆଉ ନିଜଆଡ଼ୁ ତାକୁ ନିଜର ଆପତ୍ତିଜନକ ଫଟୋ ପଠାଉଥିଲେ । ସୂଚନା ମୁତାବକ, ବରେଲିର ବାସିନ୍ଦା ଜାଭେଦ୍ ରିକ୍ସା ଚଲାଉଥିଲା । ହେଲେ ଫେସବୁକରେ ଫେକ୍ ଆଇଡି କରି ନିଜକୁ ଆଇପିଏସ୍ ନୁରୁଲ ହାସନ ବୋଲି ପରିଚୟ ଦେଉଥିଲା । ଏହାପରେ ହଜାର ହଜାର ଝିଅ ଫେସବୁକରେ ହିଁ ତା ସହ ବନ୍ଧୁତା କରିଥିଲେ ।

ପ୍ରଚଣ୍ଡ ବହୁମତ ହାସଲ କରିବ ଏନ୍‌ଡିଏ ? ପ୍ରତିକ୍ରିୟା ଦେଇ ଏମିତି କହିଲେ ଶାହ

ସେଥିରୁ ଅନେକ ଝିଅଙ୍କୁ ସେ ନିଜ ପ୍ରେମ ଜାଲରେ ଫସାଇଥିଲା । ସେ କେବଳ ଜେଗାଟିଏ ଫେକ୍ ଆଇଡିରେ ନୁହେଁ ବରଂ ଅକାଧିକ ଫେକ୍ ଆଇଡି କରି ଝିଅଙ୍କୁ ଫସାଉଥିଲା । କିନ୍ତୁ ଆଇପିଏସ୍ ନୁରୁଲ ହାସନ ନାଁରେ ଫେକ୍ ଆଇଡି ବନାଇବା ପରେ ଝିଅଙ୍କ ଲାଇନ୍ ଲାଗିଥିଲା । ହେଲେ ଜାଣିନଥିଲା ତାକୁ ଏ ଫେକ୍ ଆଇଡି ଭାରି ପଡ଼ିବ ବୋଲି । କାରଣ ଏଇ ନାଁରେ ପ୍ରକୃତରେ ଜଣେ ଆଇପିଏସ୍ ଥିଲେ । ଯିଏ ଏହି ଫେକ୍  ଆଇଡି ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆଉ ଖୋଳତାଡ କରିଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ସତ ବାହାରିଲା ହେଲେ ସତ ଜାଣି ପୁଲିସ ବି ତାଜୁବ୍ ହୋଇଗଲେ ।

ରିକ୍ସାବାଲା ଆଇପିଏସଙ୍କ ନାଁରେ ଆଇଡି ବନାଇ ନର୍ସଙ୍କଠାରୁ ଆରମ୍ଭ କରି ମହିଳା ଓକିଲଙ୍କ ପରି ହାଇପ୍ରୋଫାଇଲ ମହିଳାଙ୍କ ସହ ବନ୍ଧୁତା କରୁଥିଲେ । ଏଥିରେ ଅଶ୍ଳିଳ ଚାଟିଂ ବି କରୁଥିଲେ । ଝିଅମାନେ ବି ନିଜ ଆଡ଼ୁ ନ୍ୟୁଡ୍ ଫଟୋ ପଠାଉଥିଲେ । ଜେରା ସମୟରେ  ରିକ୍ସାବାଲା ଜାଭେଦ୍ ପୁଲିସକୁ କହିଥିଲା, ତାକୁ ଏସବୁ କରିବାରେ ଖୁବ୍ ମଜା ଲାଗୁଥିଲା। ହେଲେ ଜାଣିନଥିଲା ଏମିତି ଧରାପଡ଼ିଯିବ ବୋଲି । କହିଥିଲା, ଘରେ ତା’ର ଆଉ ଏକ ଫୋନ ରଖିଛି । ଯେଉଁଥିରେ ଅନେକ ଭିଡଓ ଓ କଲ୍ ରିକେର୍ଡ ଅଛି । ୫୨ ବର୍ଷୀୟ ଜାଭେଦ୍ ହାଇ ହାଇସ୍କୁଲ ଫେଲ୍ କିନ୍ତୁ ଟିକେ ଟିକେ ଇଂଲିସ୍ ତାକୁ ଜଣାଥିଲା ଯାହା ସେ ମେସେଜ ଲେଖିବାରେ ବ୍ୟବହାର କରୁଥିଲା । କିଛି ଝିଅଙ୍କୁ ତ ବିବାହ ପାଇଁ ବି କହିସାରିଥିଲା । ମେସଜେରେ ଆଇଲଭ୍ ୟୁ ମେସଜ୍ ପଠାଉଥିଲା ଆଉ ଝିଅମାନେ ବି ଲଭ୍ ୟୁ ଇମୋଜି ପଠାଇବାରେ କମି କରୁନଥିଲେ । ତେଣୁ ହୁସିଆର । ଜମା ସୋସିଆଲ ମିଡିଆରେ ପ୍ରେମରେ ପଡ଼ିବା କଥା ଚିନ୍ତା ବି କରନ୍ତୁନି । ନଚେତ୍ ତା’ ପରର ପରିଣାମ ଯାହାହେବ ସେଥିରେ କେହି ପିଠିରେ ପଡ଼ିବେନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe