କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଟ୍ରେଣ୍ଡ ଅନୁଯାୟୀ ଏନଡିଏ ପ୍ରଚଣ୍ଡ ବହୁମତ ହାସଲ କରିପାରେ । ଏବେ ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଛନ୍ତି । ଶାହ କହିଛନ୍ତି ଯେ ଏହା ବିକଶିତ ବିହାର ଉପରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବିହାରବାସୀଙ୍କ ବିଜୟ । ଜଙ୍ଗଲ ରାଜ ଏବଂ ତୁଷ୍ଟୀକରଣ ରାଜନୀତି କରୁଥିବା ବ୍ୟକ୍ତି ଯେକୌଣସି ରୂପରେ ଆସନ୍ତୁ ନା କାହିଁକି, ସେମାନଙ୍କୁ ଲୁଟ୍ କରିବାକୁ ସୁଯୋଗ ମିଳିବ ନାହିଁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ବିରୋଧୀଙ୍କୁ ଶାହଙ୍କ ଟାର୍ଗେଟ
ଅମିତ ଶାହ ଆହୁରି କହିଛନ୍ତି, "ବିହାରବାସୀଙ୍କ ପ୍ରତ୍ୟେକ ଭୋଟ ଭାରତର ସୁରକ୍ଷା ଏବଂ ସମ୍ବଳ ସହିତ ଖେଳୁଥିବା ଅନୁପ୍ରବେଶକାରୀ ଏବଂ ସେମାନଙ୍କ ଶୁଭେଚ୍ଛୁଙ୍କ ବିରୋଧରେ ମୋଦୀ ସରକାରଙ୍କ ନୀତିରେ ବିଶ୍ୱାସର ପ୍ରତୀକ । ଭୋଟବ୍ୟାଙ୍କ ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ଜନତା କଡ଼ା ଜବାବ ଦେଇଛନ୍ତି । ବିହାରର ଜନତା ସମଗ୍ର ଦେଶର ମୁଡ୍ କହି ଦେଇଛନ୍ତି ଯେ ମତଦାତା ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ରାଜନୀତିର କୌଣସି ସ୍ଥାନ ନାହିଁ, ସେଥିପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଆଜି ବିହାରରେ ଶେଷ ସ୍ଥାନରେ ପହଞ୍ଚିଛି ।"
ଏହା ବି ପଢ଼ନ୍ତୁ; ନୀତିଶଙ୍କୁ ଛାଡି ବିହାରରେ ସରକାର କରିବ କି ବିଜେପି, ଜେଡିୟୁକୁ ବାଦ୍ ଦେଇ ଏନଡିଏ ୧୨୪ ଆସନରେ ଆଗୁଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଏନଡିଏର ସମସ୍ତ ନେତା-କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, "ଏହା ଏକ ବିକଶିତ ବିହାରରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବିହାରବାସୀଙ୍କ ବିଜୟ । ଜନତା ଏବେ କେବଳ ସେମାନଙ୍କ ପାଇଁ କାମ କରୁଥିବା ଲୋକଙ୍କ ଉପରେ ବିଶ୍ୱାସ କରୁଛନ୍ତି । ଅକ୍ଳାନ୍ତ ପରିଶ୍ରମ ବଳରେ ଏଭଳି ପରିଣାମ ହାସଲ କରିଥିବା କରିଥିବା ବୁଥ୍ସ୍ତରୀୟ କର୍ମୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସ୍ତରର ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।"
ବିହାର ନିର୍ବାଚନର ଏ ପର୍ଯ୍ୟନ୍ତର ଟ୍ରେଣ୍ଡରେ ଏନଡିଏ ୨୦୦ଟି ଆସନରେ ଆଗୁଆ ଅଛି । କିଛି ସମୟ ମଧ୍ୟରେ ଏନ୍ଡିଏକୁ କେତେ ବହୁମତ ମିଳିଛି ସ୍ପେଷ୍ଟ ହେବ । ବିଜେପି ବର୍ତ୍ତମାନ ସୁଦ୍ଧା ୯୧ଟି ଆସନ ସହିତ ସବୁଠାରୁ ବଡ଼ ଦଳ ଭାବରେ ଉଭା ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଜେଡିୟୁ ୮୩, ଏଲଜେପି (ଆର) ୧୯, ହାମ୍ ୫ ଏବଂ ଆରଏଲଏମ ୪ଟି ଆସନରେ ବିଜୟ ହାସଲ କରିପାରନ୍ତି ବୋଲି ଆକଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/14/shah-amit-2025-11-14-18-31-47.jpeg)