କନକ ବ୍ୟୁରୋ :ତାମିଲନାଡୁ ରାଜନୀତିରୁ ଆସୁଛି ଏକ ବଡ଼ ଖବର। ଆସନ ବୁଝାମଣାକୁ ନେଇ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କଂଗ୍ରେସକୁ ଏକ ପ୍ରକାର ଅଲ୍ଟିମେଟମ୍ ଦେଇଛନ୍ତି। ଡିଏମକେ ପକ୍ଷରୁ ସ୍ପଷ୍ଟ କୁହାଯାଇଛି, "୨୫ଟି ବିଧାନସଭା ଆସନ ଏବଂ ଗୋଟିଏ ରାଜ୍ୟସଭା ସିଟ୍ ନିଅ, ନଚେତ୍ ମେଣ୍ଟ ଛାଡ଼ିଦିଅ। କଂଗ୍ରେସ ଅଧିକ ଆସନ ଦାବି କରୁଥିବା ବେଳେ ଷ୍ଟାଲିନ୍ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। 

Advertisment

ଏମକେ-କଂଗ୍ରେସ ମଧ୍ୟରେ ଛିଡ଼ୁନି ଅଙ୍କ। ତାମିଲନାଡୁ ରାଜନୀତିରେ ଏବେ ହଟଚମଟ ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପାଇଁ ‘ଇଣ୍ଡିଆ’ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ଏବେ କଂଗ୍ରେସକୁ ଏକ ପ୍ରକାର ଚରମ ବାଣୀ ଶୁଣାଇ ଦେଇଛି। ସୂଚନା ଅନୁସାରେ, ଡିଏମକେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ— "୨୫ଟି ବିଧାନସଭା ଆସନ ଏବଂ ଗୋଟିଏ ରାଜ୍ୟସଭା ଆସନ ନିଅ, ନଚେତ୍ ମେଣ୍ଟରୁ ବାହାରିଯାଅ।"

ଅଧିକ ପଢ଼ନ୍ତୁ : ବିଜେପିର ମିସନ ତାମିଲନାଡୁ ; ଆଜିଠୁ ଅମିତ ଶାହଙ୍କ ଦୁଇଦିନିଆ ଗସ୍ତ

କାହିଁକି ଅମଙ୍ଗ ହେଉଛନ୍ତି ଷ୍ଟାଲିନ୍?
କଂଗ୍ରେସ ପକ୍ଷରୁ ଅଧିକ ଆସନ ପାଇଁ ଦାବି କରାଯାଉଥିବା ବେଳେ ଷ୍ଟାଲିନ୍ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି
ଗତ ନିର୍ବାଚନ ତୁଳନାରେ କଂଗ୍ରେସର ପ୍ରଭାବ କମିଥିବା ଦର୍ଶାଇ ଡିଏମକେ ଅଧିକ ଆସନ ରଖିବାକୁ ଚାହୁଁଛି
ବିଶେଷ କରି କିଛି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ, ଯେଉଁଠାରେ କଂଗ୍ରେସ ନିଜର ଦାବି ଉପସ୍ଥାପନ କରୁଛି
କଂଗ୍ରେସ ଖରାପ କରିଥିବା ଆସନରେ ଡିଏମକେ ପ୍ରାର୍ଥୀ ଦେବାକୁ ଜିଦ୍ ଧରିଛି

କଂଗ୍ରେସ ହାଇକମାଣ୍ଡ ଡିଏମକେ ପ୍ରସ୍ତାବରେ ଖୁସି ନଥିଲେ ମଧ୍ୟ ସେମାନଙ୍କ ପାଖରେ ବିକଳ୍ପ ସୀମିତ। ତାମିଲନାଡୁରେ ବିଜେପି ବିରୋଧରେ ଏକଜୁଟ ହୋଇ ଲଢିବା ପାଇଁ ଡିଏମକେ ସହ ରହିବା କଂଗ୍ରେସ ପାଇଁ ଜରୁରୀ। ମାତ୍ର ଷ୍ଟାଲିନଙ୍କ "ନିଅ କିମ୍ବା ଛାଡ଼" ଆଭିମୁଖ୍ୟ ଦଳୀୟ କର୍ମକର୍ତ୍ତାଙ୍କ ଆତ୍ମସମ୍ମାନରେ ଆଘାତ ଦେଇଛି। ଯଦି କଂଗ୍ରେସ ଏହି ସର୍ତ୍ତ ମାନିନିଏ, ତେବେ ତାହା ଦଳର ସାଂଗଠନିକ ଦୁର୍ବଳତାକୁ ଦର୍ଶାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ସମ୍ଭାବନା ଉପରେ ଆଲୋଚନା କରିବା ପାଇଁ ତାମିଲନାଡୁର ଆପ୍, ସିପିଆଇ,ଏମଏନଏମ୍ ଦଳର କାର୍ୟ୍ୟକର୍ତ୍ତା ଆଲୋଚନା ପାଇଁ ଡିଏମକେ ମୁଖ୍ୟାଳୟରେ ପଂହଚିଛନ୍ତି ।