କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜିଠାରୁ ଦୁଇଦିନିଆ ତାମିଲନାଡୁ ଗସ୍ତରେ ଅଛନ୍ତି । ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହଙ୍କ ଗସ୍ତକୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟରେ ବିଜେପି ତଥା ଏନଡିଏର ରଣନୀତିକୁ ଅମିତ ଶାହ ଆହୁରି ପ୍ରଭାବଶାଳୀ କରିବାକୁ ଚେଷ୍ଟା କରିବେ । ତାମିଲନାଡୁ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ସଭାପତି ଏନ. ନଗେନ୍ଦ୍ରନଙ୍କ ରାଜ୍ୟବ୍ୟାପୀ ଯାତ୍ରାର ଉଦଯାପନୀ ଉତ୍ସବରେ ଯୋଗଦେବେ । ଏଥିପାଇଁ ପୁଡୁକୋଟ୍ଟାଇରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Advertisment

ଏହା ସହିତ ଅମିତ ଶାହ ବିଜେପି ଓ ଏନଡିଏ ଅଂଶୀଦାର ଦଳ ଏଆଇଏଡିଏମକେ ଏବଂ ଅନ୍ୟଦଳର ନେତାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଭିନ୍ନ ଦଳ ଓ ଗୋଷ୍ଠୀକୁ ଏନଡିଏରେ ସାମିଲ କରିବା ଅମିତ ଶାହଙ୍କ ଗସ୍ତର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଉଛି ।   ତାମିଲନାଡୁ ପୂର୍ବରୁ ଅମିତ ଶାହ ଆଣ୍ଡାମାନ ନିକୋବରରେ ବିଭିନ୍ନ କାର୍ଯ୍ୟମରେ ଯୋଗଦେଇଥିଲେ । 

ଅଧିକ ପଢ଼ନ୍ତୁ---ପୂର୍ବ ସରକାର ଆଣ୍ଡାମାନକୁ ବୋଝ ଭାବୁଥିଲେ, ଏବେ ଏହା ଦେଶ ପାଇଁ ଧନର ଭଣ୍ଡାର : ଅମିତ୍ ଶାହ

  • ତାମିଲନାଡୁରେ ଅମିତ ଶାହ
  • ଦୁଇଦିନିଆ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ
  • ବିଧାନସଭା ନିର୍ବାଚନ ପୂର୍ବରୁ ଗସ୍ତକୁ ଗୁରୁତ୍ବ
  • ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ
  • ଏନଡିଏ ରଣନୀତିକୁ ପ୍ରଭାବଶାଳୀ କରିବା ଲକ୍ଷ୍ୟ
  • ବିଭିନ୍ନ ନେତାଙ୍କୁ ଅମିତ ଶାହ ଭେଟିବା କାର୍ଯ୍ୟକ୍ରମ 
  • ବିଭିନ୍ନ ଦଳଙ୍କୁ ମିଶାଇ ଏନଡିଏକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟ