ସ୍ତ୍ରୀର ଗଳାଚିପି ହତ୍ୟା କଲେ ଇସ୍ରୋର ଅବସରପ୍ରାପ୍ତ କର୍ମଚାରୀ

Advertisment

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଜଣେ ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ଗଳାଚିପି ହତ୍ୟା କରିଛନ୍ତି। ସାଇବର ସିଟି ବେଙ୍ଗାଲୁରୁ ବୋମ୍ମେହାଲି ଅଞ୍ଚଳର ଭର୍ଚୁସୋ ଆପାର୍ଟମେଣ୍ଟରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଜଣେ ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ଗଳାଚିପି ହତ୍ୟା କରିଛନ୍ତି। ସାଇବର ସିଟି ବେଙ୍ଗାଲୁରୁ ବୋମ୍ମେହାଲି ଅଞ୍ଚଳର ଭର୍ଚୁସୋ ଆପାର୍ଟମେଣ୍ଟରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି।

18bbs_44_18022026_111

Photograph: (kanaknews)

କନକବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଜଣେ ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ପତ୍ନୀଙ୍କୁ ଗଳାଚିପି ହତ୍ୟା କରିଛନ୍ତି। ସାଇବର ସିଟି ବେଙ୍ଗାଲୁରୁ ବୋମ୍ମେହାଲି ଅଞ୍ଚଳର ଭର୍ଚୁସୋ ଆପାର୍ଟମେଣ୍ଟରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ମୃତଦେହକୁ ଉଦ୍ଧାର କରିବା ସହ ଅବଲାହାଲ୍ଲୀ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗୀନ ସ୍ଥିତି : ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ଛାତ୍ରଛାତ୍ରୀ

ପ୍ରାଥମିକ ସୂଚନା ଅନୁସାରେ, ବୁଧବାର ୬୫ ବର୍ଷୀୟ ନାଗେଶ୍ୱର ରାଓ ତାଙ୍କ ପତ୍ନୀ ସନ୍ଧ୍ୟା ଶ୍ରୀଙ୍କୁ ଗାମୁଛାରେ ଗଳାଚିପି ହତ୍ୟା କରିଛନ୍ତି। ଦିନ ପ୍ରାୟ ୧୧ଟାରେ ଏହି ଘଟଣା ଘଟିଛି। ନାଗେଶ୍ଵର ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଜଣେ ସମ୍ପର୍କୀୟଙ୍କୁ ଏହି ବାବଦରେ ଜଣାଇଥିଲେ। ସମ୍ପର୍କୀୟ ଜଣକ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ଖବର ଦେବା ସହ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାଗେଶ୍ଵରଙ୍କୁ ଗିରଫ କରି ମୃତଦେହ ଉଦ୍ଧାର କରିଛି।

ପୁଲିସ ତଦନ୍ତରୁ ଜଣାପଡିଛି ଯେ ନାଗେଶ୍ଵର ରାଓ ମାନସିକ ବିକାରଗ୍ରସ୍ତ ଥିଲେ ଏବଂ ସେ ଆତ୍ମହତ୍ୟା କରିବାକୁ ବାରମ୍ଵାର ଯୋଜନା କରୁଥିଲେ, କିନ୍ତୁ ଏହି ପଦକ୍ଷେପ ନେବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ ଅପରାଧ ପଛରେ ଏହି ଗୋଟିଏ କାରଣ ବ୍ୟତିତ ଅନ୍ୟକିଛି କାରଣ ଜଣାପଡ଼ିନାହିଁ। ଅଧିକ ତଥ୍ୟ ସଂଗ୍ରହ ପାଇଁ ପୁଲିସ ଛାନଭୀନ କରୁଛି। ସେପଟେ ଆମେରିକାରେ ଥିବା ସନ୍ଧ୍ୟା ଶ୍ରୀଙ୍କ ଝିଅଙ୍କୁ ତାଙ୍କ ମଆଙ୍କ ମୃତ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି। ଖବର ପାଇ ସେ ଘରକୁ ଫେରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe