କନକବ୍ୟୁରୋ : ଶିକ୍ଷା ବର୍ଷ ଶେଷ ହୋଇ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଛି ।  ହେଲେ ଅନେକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଓ ଶ୍ରେଣୀଗୃହ ଅଭାବ ପାଇଁ ଅଭିଭାବକ ଆଉ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ।  ଏହା ପରିବର୍ତ୍ତେ ବେସରକାରୀ ସ୍କୁଲରେ ପିଲାଙ୍କୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। 

Advertisment

୨୦୨୭ ମାର୍ଚ୍ଚ ସୁଦ୍ଧା ୩ ଲକ୍ଷ ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ହେବେ ସାମିଲ

ସେରଗଡ଼ ବ୍ଲକ ଚଷାମହୁଲି ପ୍ରାଥମିକ ବିଦ୍ୟାଳୟ ।  ୧୯୧୨ରେ ସ୍ଥାପିତ ଏହି ବିଦ୍ୟାଳୟରେ ପୂର୍ବରୁ ଶହେରୁ ଅଧିକ ପିଲା ପାଠ ପଢ଼ୁଥିଲେ। ଏବେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଅଛନ୍ତି ମାତ୍ର ୪୭ ପିଲା ।  କାରଣ ଜଣେ ଶିକ୍ଷକ ଗୋଟିଏ କୋଠରୀରେ ସବୁ ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ୁଛନ୍ତି। ଶିକ୍ଷକ ଯେଉଁଦିନେ ଛୁଟିରେ ରୁହନ୍ତି, ସେଦିନ ପିଲା ଆସି ଖେଳକୁଦ କରି ଫେରିଯାଆନ୍ତି  । 

ଯେଉଁଥିପାଇଁ ଗାଁର ଅଧାରୁ ଅଧିକ ପିଲା ବେସରକାରୀ ସ୍କୁଲ୍‌ ମହାଁ। କେବଳ ଏହି ସ୍କୁଲ ନୁହେଁ ପି.କରଡାକଣା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ୬ଟି ଶ୍ରେଣୀର ପିଲା ଗୋଟିଏ କୋଠରୀରେ ବସୁଛନ୍ତି ।  ଧରାକୋଟ ବ୍ଳକର ଅନେକ ସ୍କୁଲରେ ସମାନ ସ୍ଥିତି। ଗଞ୍ଜାମ ଜିଲ୍ଲାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବର୍ଷକୁ ବର୍ଷ ପିଲାଙ୍କ ସଂଖ୍ୟା ହ୍ରାସ ପାଉଛି। କାହିଁକି ସରକାରୀ ସ୍କୁଲ୍‌ରେ ଉପସ୍ଥାନ କମୁଛି ? 

କାରଣ ହେଉଛି ଶିକ୍ଷକ ଅଭାବ ଓ ଶ୍ରେଣୀଗୃହ ସମସ୍ୟା। ନୂତନ ଶିକ୍ଷା ବର୍ଷ ଆରମ୍ଭରୁ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ସଚେତନ କରି ବସିପଡ଼ୁଛି ପ୍ରଶାସନ ।  ବିଦ୍ୟାଳୟ ଆନୁସଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବାକୁ କୌଣସି ବ୍ୟବସ୍ଥା ହେଉନଥିବାରୁ ପିଲାଙ୍କ ଉପସ୍ଥାନ କମୁଥିବା ଅଭିଯୋଗ ହୋଇଛି ।