ଗଞ୍ଜାମ କବିସୂର୍ଯ୍ୟନଗରରେ ପୌର ପରିଷଦ ମିଶ୍ରଣକୁ ବିରୋଧ, ବିନା ଜନଶୁଣାଣିରେ ମିଶାଯାଇଥିବା ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

Advertisment

ନୂଆ ସରକାର ଆସିଲେ। ଦାବିପୂରଣ ହେଲା। ଏନଏସିରୁ ପୌରପରିଷଦ ଦେଲା କବିସୂର୍ଯ୍ୟନଗର। ପୂର୍ବରୁ ୧୮ଟି ୱାର୍ଡ ଥିଲା, ପରେ ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ଗାଁର ୨ଟି ୱାର୍ଡର ୧ ହଜାର ୮୧୫ ଲୋକ ଓ ଗୁଡ଼ିଆଳି ପଞ୍ଚାୟତର ୫ ହଜାର ୯୮୬ ଭୋଟରଙ୍କୁ କବିସୂର୍ଯ୍ୟନଗର ପୌରପରିଷଦରେ ସଂଯୋଗ କରାଯାଇଛି। କିନ୍ତୁ ବିନା ଜନଶୁଣାଣିରେ ହୋଇଥିବା ମିଶ୍ରଣକୁ ନେଇ ତାତିଛନ୍ତି ଲୋକ। 

A2

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ୫ଟି ପୌର ପରିଷଦ ଓ ୨ଟି ଏନଏସି ଘୋଷଣା ହୋଇଛି। କବିସୂର୍ଯ୍ୟନଗର ନୂତନ ଭାବେ ଘୋଷଣା ହୋଇଥିବା ପୌରପରିଷଦରେ ହେବ ଶୀଘ୍ର ନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ପରେ ଅଣ୍ଟା ଭିଡ଼ିଲେଣି ଦଳୀୟ କର୍ମୀ ଓ ନେତା। କିନ୍ତୁ ଗଞ୍ଜାମ କବିସୂର୍ଯ୍ୟନଗର ପୌରପରିଷଦରେ ବିନା ଜନଶୁଣାଣିରେ କି ମିଶାଇ ଥିବାରୁ ବିରୋଧ କଲେ ପଞ୍ଚାୟତ ବାସୀ। 

ଅଧିକ ପଢ଼ନ୍ତୁ : ବଦଳିବ କି ଗଞ୍ଜାମ ଗଣିତ? ଜେଲ୍‌ରେ ଜିଲ୍ଲା ବିଜେଡି ସଭାପତି

ନୂଆ ସରକାର ଆସିଲେ। ଦାବିପୂରଣ ହେଲା। ଏନଏସିରୁ ପୌରପରିଷଦ ଦେଲା କବିସୂର୍ଯ୍ୟନଗର। ପୂର୍ବରୁ ୧୮ଟି ୱାର୍ଡ ଥିଲା, ପରେ ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ଗାଁର ୨ଟି ୱାର୍ଡର ୧ ହଜାର ୮୧୫ ଲୋକ ଓ ଗୁଡ଼ିଆଳି ପଞ୍ଚାୟତର ୫ ହଜାର ୯୮୬ ଭୋଟରଙ୍କୁ କବିସୂର୍ଯ୍ୟନଗର ପୌରପରିଷଦରେ ସଂଯୋଗ କରାଯାଇଛି। କିନ୍ତୁ ବିନା ଜନଶୁଣାଣିରେ ହୋଇଥିବା ମିଶ୍ରଣକୁ ନେଇ ତାତିଛନ୍ତି ଲୋକ। 

ରାଜ୍ୟ ନିର୍ବାଚନ କମିଶନ୍‌ ଜୁନ୍‌ ସୁଦ୍ଧା ନିର୍ବାଚନ ହେବା ନେଇ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇଛି। ଦଖଲ କରିବା ପାଇଁ ରାଜନୈତିକ ଦଳ ମାନେ ଏବେ ଠୁ ପ୍ରସ୍ତୁତି ଆରମ୍ଭ କଲେଣି। ଗତ ସାଧାରଣ ନିର୍ବାଚନ ପରେ କବିସୂର୍ଯ୍ୟନଗରରେ  ବିଜେଡି ସତେ ଯେମିତି ଉଭାନ ହୋଇଯାଇଛି, କଂଗ୍ରେସର ସଂଗଠନ ବି ଶୂନ। ତଥାପି ବିଜେଡି ଓ ବିଜେପି ପ୍ରଥମ ପୌର ପରିଷଦ ଚୌକି ହାତେଇବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କିନ୍ତୁ ବୁଦ୍ଧିଜିବୀଙ୍କ ମତରେ କୌଣସି ଦଳ ନୁହେଁ ପୌର ନିର୍ବାଚନରେ ନୂଆ ସମୀକରଣ ଦେଖିବାକୁ ମିଳିବ।

ଅଧିକ ପଢ଼ନ୍ତୁ : ସଚେତନତା ବଢ଼ୁଛି, ହେଲେ ହାରୁନି ଏଡ୍‌ସ ରାକ୍ଷସ ! ଗଞ୍ଜାମ ଜିଲ୍ଲା ଏବେ ବି ଓଡ଼ିଶାର ଏଡ୍‌ସ ରାଜଧାନୀ

ଆଜି ବି କବିସୂର୍ଯ୍ୟନଗରରେ ଲୋକଙ୍କୁ ମୌଳିକ ସୁବିଧା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୬୫ ବର୍ଷର ଏ ସହରରେ ଶୌଚାଳୟଟିଏ ନାହିଁ । ସାହିକୁ ଭଲ ରାସ୍ତା ନାହିଁ। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଅନ୍ୟପଟେ କବିସୂର୍ଯ୍ୟନଗରରେ ଅସଜଡ଼ା ରାଜନୀତି, ଦୁର୍ବଳ ନେତୃତ୍ୱ ଭିତରେ ପୌରପରିଷଦ କିଏ ହାତଉଛି ତାକୁ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe