କନକ ବ୍ୟୁରୋ : ଇରାନୀ ସୁରକ୍ଷା ବାହିନୀ ସାରା ଦେଶରେ ପ୍ରଦର୍ଶନକାରୀଙ୍କ ବିରୋଧରେ ରକ୍ତମୁଖା ହୋଇଛନ୍ତି। ସେମାନେ ସରକାରଙ୍କ ନିର୍ଦ୍ଦେଶରେ ନରସଂହାର ଚଳାଇଛନ୍ତି। ଗଣମାଧ୍ୟମ ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି, ଗତ ୪୮ ଘଣ୍ଟା ମଧ୍ୟରେ ୨୦୦୦ ଲୋକଙ୍କ ଜୀବନ ଯାଇଛି। ସୁରକ୍ଷା ବାହିନୀଙ୍କ ସୁରକ୍ଷା ପଦକ୍ଷେପ ଯୋଗୁ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଇରାନରେ ଇଣ୍ଟରନେଟ୍ ବନ୍ଦ ରହିଛି। ତେଣୁ ଏହି ସୂଚନାର ସତ୍ୟତା ନିଶ୍ଚିତ କରାଯାଇ ପାରି ନାହିଁ।
ତେହେରାନର ଦକ୍ଷିଣରେ ଥିବା କାହରିଜାକରୁ ପଠାଯାଇଥିବା ଫୁଟେଜରେ ମୃତଦେହଗୁଡ଼ିକ ବ୍ୟାଗରେ ରଖାଯାଇଛି। ବ୍ୟାଗ୍ରେ ବହୁ ମୃତଦେହ ରହିଥିବାର ଦେଖାଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ ଘଟଣାସ୍ଥଳେ ମୃତଦେହ ପଡ଼ିଥିବା କହିଛନ୍ତି। ସେହିପରି ନିକଟବର୍ତ୍ତୀ ଏକ ଶିଳ୍ପ ସେଡ୍ରେ ମଧ୍ୟ କିଛି ମୃତଦେହ ପଡ଼ିଥିବା ରିପୋର୍ଟ କରିଛନ୍ତି। ପୂର୍ବ ତେହେରାନର ଫାର୍ଦିସ୍, କାରାଜ ଏବଂ ଅଲଗାଦିର ହସ୍ପିଟାଲରୁ ପଠାଯାଇଥିବା ଭିଡିଓଗୁଡ଼ିକରେ ମୃତଦେହ ପଡ଼ି ରହିଥିବା ସଦଖିବାକୁ ମିଳୁଛି।ଏହା ଦେଶରେ ଜାରି ରହିଥିବା ନରସଂହାରକୁ ସୂଚିତ କରୁଛି ।
ଇରାନରେ ତେଜୁଛି ଗୃହଯୁଦ୍ଧ, ୧୧୧ ସହରକୁ ମାଡ଼ିଲାଣି ଜନଆନ୍ଦୋଳନ
ଜାନୁଆରି ୮ ତାରିଖଠାରୁ ଦେଶରେ ଇଣ୍ଟରନେଟ୍ ବନ୍ଦ ହେବା ଯୋଗୁ ଘଟଣାଗୁଡ଼ିକର ସମ୍ପୂର୍ଣ୍ଣ ଚିତ୍ର ପାଇବା ପ୍ରାୟ ଅସମ୍ଭବ ହୋଇପଡ଼ିଛି। ଇଣ୍ଟରନେଟ୍ ବନ୍ଦ ହୋଇଥିଲେ ମଧ୍ୟ ଷ୍ଟାରଲିଙ୍କ୍ ଏବଂ ଅନ୍ୟାନ୍ୟ ସୀମିତ ଚ୍ୟାନେଲ ମାଧ୍ୟମରେ ଭିଡିଓ ଏବଂ ବାର୍ତ୍ତା ଇରାନ ଇଣ୍ଟରନ୍ୟାସନାଲ କାର୍ୟ୍ୟାଳୟରେ ପହଞ୍ଚିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କାରାଜର ଫାର୍ଦିସ୍ ଅଞ୍ଚଳ ଏବଂ ତେହେରାନର କିଛି ଅଂଶରେ ହିଂସା ବ୍ୟାପକ ହୋଇଛି। ଦେଶର ପଶ୍ଚିମ ପ୍ରଦେଶ ଇଲାମ ଏବଂ କେରମାନଶାହ ସମେତ ଦେଶର ଅନ୍ୟ କେତେକ ସ୍ଥାନରୁ ମଧ୍ୟ ସମାନ ରିପୋର୍ଟ ଆସିଛି।
ଭେନେଜୁଏଲା ପରେ ଟ୍ରମ୍ପଙ୍କ ଆଖି ଏବେ ଇରାନ ଉପରେ, ଡ଼ରିକି ଋଷ ପଳେଇବେ ବୋଲି ପ୍ରସ୍ତୁତ ହେଉଛନ୍ତି ଖାମନେଇ !
ଇରାନରେ ଚାଲିଥିବା ନରସଂହାର ନେଇ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ୍ଙ୍କୁ ଇରାନରେ ସମ୍ଭାବ୍ୟ ସାମରିକ ବିକଳ୍ପଗୁଡ଼ିକ ବିଷୟରେ ସମ୍ପ୍ରତି ସୂଚନା ଦିଆଯାଇଛି। ଏହି ବିକଳ୍ପଗୁଡ଼ିକରେ ତେହେରାନର କିଛି ମନୋନୀତ ସ୍ଥାନ ଉପରେ ଆକ୍ରମଣ ଅନ୍ତର୍ଭୁକ୍ତ ରହିଛି। ଯେଉଁଥିରେ ଶାସନର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ପ୍ରଶାସନିକ ଭିତ୍ତିଭୂମି ସହିତ ଜଡିତ ଅଣ-ସାମରିକ ଲକ୍ଷ୍ୟସ୍ଥଳ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ତେବେ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ କରାଯିବ କି ନାହିଁ ସେ ନେଇ ଏପର୍ୟ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/11/11bbs_12_11012026_111-2026-01-11-12-26-02.jpg)