ରାଜଧାନୀରେ ଅଙ୍ଗନୱାଡ଼ି ଦିଦିଙ୍କ ରଣହୁଙ୍କାର; ୧୧ ଦଫା ଦାବିରେ ଶକ୍ତି ପ୍ରଦର୍ଶନ

ସ୍ଥାୟୀ ଚାକିରି, ଦରମା ବୃଦ୍ଧି ଓ ପଦୋନ୍ନତି ସମେତ ୧୧ ଦଫା ଦାବି ରେ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ । ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ।

Anganwadi Workers

Anganwadi Workers Photograph: (Kanak News)

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବା ଆଗରୁ ତାତିଲେ ଅଙ୍ଗନୱାଡ଼ି କର୍ମୀ । କାମ ବଢ଼ୁଛି, ଦରମା ବଢ଼ୁନି । ମୋବାଇଲ୍ ନାହିଁ, ଅଥଚ ବିଭିନ୍ନ ଆପ୍‌ରେ କାମ କରିବାକୁ ପଡ଼ୁଛି । ନା ଅଛି ସାମାଜିକ ସୁରକ୍ଷା, ନା ଚାକିରିର ସ୍ଥାୟିତ୍ୱ । ଏଭଳି ୧୧ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ।

ଅଧିକ ପଢ଼ନ୍ତୁ : ରାଜରାସ୍ତାରେ ଗର୍ଜିଲେ ଅଙ୍ଗନବାଡ଼ି ଦିଦି : ଦରମା ବୃଦ୍ଧି ସହ ରଖିଲେ ୧୧ ଦଫା ଦାବି

ସ୍ଥାୟୀ ଚାକିରି, ଦରମା ବୃଦ୍ଧି ଓ ପଦୋନ୍ନତି ସମେତ ୧୧ ଦଫା ଦାବି ରେ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ । ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା । ଲୋୟର ପିଏମ୍‌ଜିରୁ ବିଶାଳ ଶୋଭାଯାତ୍ରାରେ ଯାଇ ଧାରଣାସ୍ଥଳରେ ଗର୍ଜିଛି ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ । ଦୀର୍ଘ ଦିନର ଦାବି ପୂରଣ ପାଇଁ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଏହି ସଂଗଠନ ଏଭଳି ଶକ୍ତି ପ୍ରଦର୍ଶନ କରିଛି । ଏଥିସହ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦାବି କରିଛି ସଂଘ ।

ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରମୁଖ ଦାବି

  • - ଆଇସିଡିଏସ୍ ପ୍ରକଳ୍ପକୁ ସ୍ଥାୟୀ କରିବା
  • - ଅଙ୍ଗନବାଡ଼ି କର୍ମୀ ଓ ସହକର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା
  • - ମାସିକ ୧୮ହଜାର ଟଙ୍କା ଓ ସହକର୍ମୀଙ୍କ ୯ହଜାର ଟଙ୍କା ଦରମା
  • - ଯୋଗ୍ୟତା ଭିତ୍ତିରେ ଅଙ୍ଗନବାଡ଼ି କର୍ମୀଙ୍କୁ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି
  • - ସରକାରଙ୍କ ପକ୍ଷରୁ ଫାଇଭ୍‌-ଜି ମୋବାଇଲ୍ ପ୍ରଦାନ ଓ ସିମ୍ ରିଚାର୍ଜ
  • - ଶତ ପ୍ରତିଶତ ସିଧାସଳଖ ପଦୋନ୍ନତି ଓ ଅବସରକାଳୀନ ସହାୟତା
  • - ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ

ଦାବି ପୂରଣ ନହେଲେ ବିଧାନସଭା ଶୀତ ଅଧିବେଶନ ସାରା ରାଜରାସ୍ତାରେ ବସିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟ ବନ୍ଦ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe