ଭାରତ ରତ୍ନ ରାମ ସୂତାରଙ୍କ ଦେହାନ୍ତ: ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ପାଇଁ ଥିଲେ ବେଶ ପରିଚିତ

Advertisment

ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ତେବେ ହାତର ଯାଦୁଗରୀ ଏମିତି ଥିଲା ଯେ, ତାଙ୍କ ଦ୍ୱାରା ଜୀବନ ହେଇ ଉଠୁଥିଲା ପଥର । ସେ ଯେକୌଣସି ପଥରକୁ ଛୁଇଁଲେ ତାହା ଏକ ଉଲ୍ଲେଖନୀୟ ମୂର୍ତ୍ତିରେ ପରିଣତ ହେଇଯାଉଥିଲା ।

ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ତେବେ ହାତର ଯାଦୁଗରୀ ଏମିତି ଥିଲା ଯେ, ତାଙ୍କ ଦ୍ୱାରା ଜୀବନ ହେଇ ଉଠୁଥିଲା ପଥର । ସେ ଯେକୌଣସି ପଥରକୁ ଛୁଇଁଲେ ତାହା ଏକ ଉଲ୍ଲେଖନୀୟ ମୂର୍ତ୍ତିରେ ପରିଣତ ହେଇଯାଉଥିଲା ।

Ram Sutar

Ram Sutar Photograph: (kanak news)

କନକ ବ୍ୟୁରୋ: ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ହୋଇଥିଲା । ତେବେ ହାତର ଯାଦୁଗରୀ ଏମିତି ଥିଲା ଯେ, ତାଙ୍କ ଦ୍ୱାରା ଜୀବନ ହେଇ ଉଠୁଥିଲା ପଥର । ସେ ଯେକୌଣସି ପଥରକୁ ଛୁଇଁଲେ ତାହା ଏକ ଉଲ୍ଲେଖନୀୟ ମୂର୍ତ୍ତିରେ ପରିଣତ ହେଇଯାଉଥିଲା ।

ଜାଣିରଖିବା ଉଚିତ ଯେ, ରାମ ସୂତାର ୬୭ ବର୍ଷ ତଳେ ୧୯୫୯ ମସିହାରେ ତାଙ୍କ ଜନ୍ମସ୍ଥାନ ମହାରାଷ୍ଟ୍ରରୁ ଦିଲ୍ଲୀ ଚାଲିଆସିଥିଲେ । ଆଉ ସେଠାରେ ରହି ହିଁ କାମ କରୁଥିଲେ । ହେଲେ ଏବେ  ତାଙ୍କ ପୁଅ ଅନିଲ ସୂତାର ତାଙ୍କ ଦେହାନ୍ତ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି, ମୁଁ ଆପଣଙ୍କୁ ବହୁତ ଦୁଃଖର ସହିତ ଜଣାଇ ଦେଉଛି ଯେ ମୋ ପିତା ରାମ ଭାଞ୍ଜୀ ସୂତାର ଡିସେମ୍ବର ୧୭ ତାରିଖ ମଧ୍ୟରାତ୍ରିରେ ଆମ ଘରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଏଥିସହ ତାଙ୍କ ଶେଷକୃତ୍ୟ ଏବଂ ରୀତିନୀତି ଡିସେମ୍ବର ୧୮ ତାରିଖ ସକାଳ ୧୧ଟାରେ କରାଯିବ । ତାଙ୍କ ଶେଷଯାତ୍ରା ନୋଏଡାର ସେକ୍ଟର ୧୯, A2 ରୁ ଆରମ୍ଭ ହେବ ଏବଂ ସୁପରନୋଭା ବିଲଡିଂ ନିକଟସ୍ଥ ସେକ୍ଟର ୯୪ର ଶ୍ମଶାନ ନିକଟକୁ ଯିବ।

ଆହୁରି ପଢ଼ନ୍ତୁ : ‘୮ ମାସରେ ୧୦ ଯୁଦ୍ଧ ରୋକିଛି’: ପୁଣି ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଲେ ଟ୍ରମ୍ପ

ରାମ ସୂତାରଙ୍କ ଜନ୍ମ ୧୯ ଫେବୃଆରୀ ୧୯୨୫ ମସିହାରେ ଗୁଜୁରାଟର ଗୋଧ୍ରାରେ ହୋଇଥିଲା, ସେ ତାଙ୍କ କ୍ୟାରିଅରରେ ଅନେକ ପ୍ରସିଦ୍ଧ ମୂର୍ତ୍ତି ନିର୍ମାଣ କରିଛନ୍ତି, ସେଥିମଧ୍ୟରୁ କିଛି ପ୍ରମୁଖ ହେଉଛି...

  • ଷ୍ଟାଚ୍ୟୁ ଅଫ୍ ୟୁନିଟି: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଉତ୍ସର୍ଗୀକୃତ, ଏହା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୧୮୨ ମିଟର
  • ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି: ରାମ ସୂତାର ମହାତ୍ମା ଗାନ୍ଧୀଙ୍କ ୩୫୦ରୁ ଅଧିକ ପ୍ରତିମୂର୍ତ୍ତି ତିଆରି କରିଛନ୍ତି, ଯାହା ସାରା ବିଶ୍ୱରେ ସ୍ଥାପିତ
  • ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି: ସେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଅନେକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ମୁମ୍ବାଇର ଚୈତ୍ୟଭୂମିରେ ସ୍ଥାପିତ ହୋଇଛି
  • ଭଗବାନ ଶିବଙ୍କ ମୂର୍ତ୍ତି: ବେଙ୍ଗାଲୁରୁରେ ଅବସ୍ଥିତ ଭଗବାନ ଶିବଙ୍କ ୧୫୩ ଫୁଟ ଉଚ୍ଚ ମୂର୍ତ୍ତି ମଧ୍ୟ ତାଙ୍କର ପ୍ରମୁଖ କୃତି ମଧ୍ୟରୁ ଗୋଟିଏ
  • ଛତ୍ରପତି ସମ୍ୱାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି: ପୁଣେର ମୋଶୀରେ ଅବସ୍ଥିତ ଛତ୍ରପତି ସମ୍ୱାଜୀ ମହାରାଜଙ୍କ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ମଧ୍ୟ ତାଙ୍କର ଅନ୍ୟତମ ପ୍ରମୁଖ କାର୍ଯ୍ୟ

ରାମ ସୂତାର ତାଙ୍କ କାର୍ଯ୍ୟ ପାଇଁ ଅନେକ ପୁରସ୍କାର ପାଇଛନ୍ତି, ଯେପରିକି ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ। ୨୦୧୯ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe