ଉପାନ୍ତ ନୁହେଁ ଉପକୂଳର ଦୁର୍ଦ୍ଦଶା; ବିଲ ହିଡ଼କୁ ବାଉଁଶ ପୋଲ ଯାତାୟାତର ଏକମାତ୍ର ଭରସା

Advertisment

ଗାଁରୁ ବାହାରିବାକୁ ରାସ୍ତା ନାହିଁ । ବିପଦସଙ୍କୁଳ ଭାବେ ବାଉଁଶ ଚାରରେ ପାର ହୁଅନ୍ତି ଲୋକେ । ଛାତ୍ରଛାତ୍ରୀ ଏହି ପୋଲରେ ପାର ହେବାର ଦୃଶ୍ୟକୁ ଦେଖିଲେ ଭୟ ଲାଗୁଛି । ଉପାନ୍ତ ନୁହେଁ, ଉପକୂଳର ଏ ଦୁର୍ଦ୍ଦଶା । ନାହିଁ ନାହିଁର ଗାଁ ବନ୍ଧପୁର । ପକ୍କା ରାସ୍ତା କ’ଣ ଜାଣନି ରାଜନଗର ବ୍ଲକ ବ୍ରାହ୍ମଣସାହିର ରାଜସ୍ୱ ଗାଁ ବନ୍ଧପୁର ଗାଁ ।

ଗାଁରୁ ବାହାରିବାକୁ ରାସ୍ତା ନାହିଁ । ବିପଦସଙ୍କୁଳ ଭାବେ ବାଉଁଶ ଚାରରେ ପାର ହୁଅନ୍ତି ଲୋକେ । ଛାତ୍ରଛାତ୍ରୀ ଏହି ପୋଲରେ ପାର ହେବାର ଦୃଶ୍ୟକୁ ଦେଖିଲେ ଭୟ ଲାଗୁଛି । ଉପାନ୍ତ ନୁହେଁ, ଉପକୂଳର ଏ ଦୁର୍ଦ୍ଦଶା । ନାହିଁ ନାହିଁର ଗାଁ ବନ୍ଧପୁର । ପକ୍କା ରାସ୍ତା କ’ଣ ଜାଣନି ରାଜନଗର ବ୍ଲକ ବ୍ରାହ୍ମଣସାହିର ରାଜସ୍ୱ ଗାଁ ବନ୍ଧପୁର ଗାଁ ।

Remote Village

Remote Village Photograph: (Kanak News)

କନକ ବ୍ୟୁରୋ : ସରକାର ପରେ ସରକାର ବଦଳୁଛନ୍ତି । ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଛନ୍ତି । ହେଲେ ଏସବୁ କେବଳ ବାହାସ୍ପଟ ପରି ମନେ ହେଉଛି । ରାସ୍ତା ନାହିଁ, ବିଦ୍ୟାଳୟ ନାହିଁ, ପିଇବାକୁ ପାଣି ନାହିଁ । ଉପକୂଳ ଓଡ଼ିଶାର ଏ ଚିତ୍ର ସରକାରଙ୍କ ପ୍ରତ୍ୟେକଟି ପ୍ରତିଶ୍ରୁତିକୁ ଉପହାସ କରୁଛି ।

ଗାଁରୁ ବାହାରିବାକୁ ରାସ୍ତା ନାହିଁ । ବିପଦସଙ୍କୁଳ ଭାବେ ବାଉଁଶ ଚାରରେ ପାର ହୁଅନ୍ତି ଲୋକେ । ଛାତ୍ରଛାତ୍ରୀ ଏହି ପୋଲରେ ପାର ହେବାର ଦୃଶ୍ୟକୁ ଦେଖିଲେ ଭୟ ଲାଗୁଛି । ଉପାନ୍ତ ନୁହେଁ, ଉପକୂଳର ଏ ଦୁର୍ଦ୍ଦଶା । ନାହିଁ ନାହିଁର ଗାଁ ବନ୍ଧପୁର । ପକ୍କା ରାସ୍ତା କ’ଣ ଜାଣନି ରାଜନଗର ବ୍ଲକ ବ୍ରାହ୍ମଣସାହିର ରାଜସ୍ୱ ଗାଁ ବନ୍ଧପୁର ଗାଁ । ବିଲ ହିଡ଼ରେ ଯା’ଆସ କରନ୍ତି । ଗାଁରୁ ବାହାରିବାକୁ ହେଲେ ସାହାରା ସାଜେ ବାଉଁଶ ପୋଲ । ବର୍ଷା ଦିନେ ଗାଁରୁ ବାହାରିବା ମୁସ୍କିଲ ହୋଇଯାଏ । ଗାଁରେ ବିଦ୍ୟାଳୟ କି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ । ୪ କିମି ଚାଲିଚାଲି ପଢ଼ିବାକୁ ଯାଉଛନ୍ତି ପିଲା ।

ଅଧିକ ପଢ଼ନ୍ତୁ : ସରକାର ବୁଝୁନାହାନ୍ତି ଡଙ୍ଗରିଆଙ୍କ ଦୁଃଖ ! ପେଟପାଟଣା ପାଇଁ ଦାଦନ ମୁହାଁ ଡଙ୍ଗରିଆ

ପାନୀୟ ଜଳ କଥା ନକହିଲେ ଭଲ । ୭୦ ପରିବାର ପାଇଁ ଗୋଟିଏ ନଳକୂପ ରହିଛି । ପାଣି ପାଇଁ ପ୍ରତିଦିନ ଚାଲେ ପ୍ରତଯୋଗିତା । ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ପାଣି ମିଳେ । ଅନ୍ୟପଟେ ଜିଲ୍ଲାପାଳ କହୁଛନ୍ତି ବିଡିଓଙ୍କ ସହ କଥା ହୋଇ ଯୋଜନା କରାଯିବ । ଯଦି ଉପକୂଳର ଅବସ୍ଥା ଏମିତି ତାହେଲେ ଉପାନ୍ତର ଅବସ୍ଥା କ’ଣ ହେଉଥିବ ତାହା ସହଜରେ ଅନୁମେୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe