କନକ ବ୍ୟୁରୋ : ନାହିଁ ରାସ୍ତା କି ପାନୀୟ ଜଳର ବ୍ୟବସ୍ଥା। ଶିକ୍ଷା, ବିଜୁଳି ସବୁଥିରୁ ଏମାନେ ବଞ୍ଚିତ । ସ୍ବାଧୀନତାର ୭୮ ବର୍ଷ ପରେ ବି ଅବହେଳିତ ରହିଛି ଅନେକ ଗାଁ । ଲୋକେ ଅଭିଯୋଗ କରୁଛନ୍ତି, ଦିଲ୍ଲୀ ଯାଏଁ ଯାଇଛନ୍ତି । ପ୍ରତିଶ୍ରୁତି ମିଳିଛି, ପାଳନ ହୋଇନି । ହଁ, ଆମେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ କଥା କହୁଛୁ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନ୍ଦେର ପଞ୍ଚାୟତର କୁଇମୁଣ୍ଡା ଗାଁ । ଜଙ୍ଗଲ ଭିତରେ ଥିବା ଏହି ଗାଁ ବିକାଶ କ’ଣ ଜାଣେନି । ଗାଁକୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡ଼େ । ବିଶୁଦ୍ଧ ପାଣି ଟିକେ ମିଳିବା ବି କଷ୍ଟକର । ପିଇବା ପାଣିର କୌଣସି ବ୍ୟବସ୍ଥା ନାହିଁ । ବିଜୁଳି ନଥିବାରୁ ଅନ୍ଧାରରେ ରାତି କଟୁଛି । ଏମିତି ପରିସ୍ଥିତିରେ ସରକାରୀ ଜଙ୍ଗଲ ଜମିରେ ଝୁମ୍ପୁଡ଼ି ଘରେ ପଡ଼ିଛନ୍ତି ୨୦ ଶବର ପରିବାର ।
ବଲାଙ୍ଗିରରେ ଧାନ କିଣାରେ ଅବ୍ୟବସ୍ଥା । ମିଲର୍ସ ମନମାନି ପାଇଁ ଚିନ୍ତାରେ ଚାଷୀ ।
ଗାଁରେ ବିଦ୍ୟାଳୟ କି ଅଙ୍ଗନବାଡ଼ି ନାହିଁ । ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ପଡ଼େ । ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରିବା ସହ ଦିଲ୍ଲୀ ଯାଇ ନିଜ ସମସ୍ୟା ଜଣାଇଛନ୍ତି ଗାଁ ଲୋକ । ହେଲେ ଫଳ ଶୂନ। ଅନ୍ୟପଟେ ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର, ଆମେ ଏ ବିଷୟରେ ଅବଗତ ନଥିଲୁ। ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ।
ଶ୍ରେଷ୍ଠ ରାଜ୍ୟ ଓଡ଼ିଶା, ଶ୍ରେଷ୍ଠ ଜିଲ୍ଲା ବଲାଙ୍ଗିର ; ଜାତୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଘୋଷଣା
କୌତୂହଳ କଥା ହେଲା, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଖପ୍ରାଖୋଲ ବିଡିଓ । ଏମିତି ପରିସ୍ଥିତିରେ କେବେ କୁଇମୁଣ୍ଡା ଗ୍ରାମବାସୀ ମୌଳିକ ସୁବିଧା ପାଇବେ ତାକୁ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/bolangiri-2025-10-29-18-04-46.jpg)