କନକ ବ୍ୟୁରୋ: ଆଦାନୀ କୋଇଲା ଖଣିର କ୍ଲଷ୍ଟର ହେଡଙ୍କୁ ପତ୍ର ଲେଖିଥିଲେ ବଲାଙ୍ଗୀର ଡିଏଫଓ । ଅଦାନୀ ସୁନ୍ଦରଗଡ ବିଜାହାନରେ କରିବାକୁ ଯାଉଥିବା କୋଇଲା ଖଣିର ଜଙ୍ଗଲ ଭରଣା ପାଇଁ ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ବନୀକରଣ କରିବାକୁ ଦିଆଯାଇଥିବା ଜମି ଉପରେ ଲେଖାଯାଇଥିଲା ଏହି ଚିଠି । ୨୦୨୨ରେ ବିଜାହାନ୍ ଖୋଲା ମୁହଁ କୋଇଲା ଖଣି ଅଦାନୀ ହାତକୁ ଆସିଛି । ଖଣିର ୧୧୦୦ ହେକ୍ଟର ଅଞ୍ଚଳ ମଧ୍ୟରୁ ୬୦୮.୬୪ ଜଙ୍ଗଲ ଜମି ରହିଛି । ଆଦାନୀର ଏହି ଖଣି ହେଲେ ସୁନ୍ଦରଗଡ ଜିଲ୍ଲାର ମାନଚିତ୍ରରୁ ୬୦୮.୬୪ ରିର୍ଜଭ ଫରେଷ୍ଟ ଉଡ଼ିଯିବ । ଏଥିପାଇଁ ପରିବେଶ ମନ୍ତ୍ରାଳୟ ଅଦାନୀକୁ ୪୯୫.୫୪ ହେକ୍ଟର ଜମିରେ ଘଞ୍ଚ ଜଙ୍ଗଲ କରିବା ପାଇଁ ନିର୍ଦେଶ ଦେଇଛି । ଏଥିପାଇଁ ବାଲାଙ୍ଗିରରେ ଶାଗ ମାଛ ଦରରେ ଜମି କିଣି ଗ୍ରୀନ ଫିଲ୍ଡ ପ୍ରସ୍ତୁତ କରିବାକୁ ଲାଗପଡିଛି ଅଦାନୀ ।
ଭିଟାମାଟି ଛାଡିବାକୁ ନାରାଜ ଲୋକେ
ଧୂଳି ଖାଇବେ କିଏ, ବଲାଙ୍ଗୀରରେ କାହିଁକି ଜଙ୍ଗଲ?
ସୁନ୍ଦରଗଡରେ ଖଣି ଆଉ ବଲାଙ୍ଗିରରେ ଜଙ୍ଗଲକୁ ନେଇ ଖଣି ହେବାକୁ ଥିବା ୪ଟି ଗାଁର ଲୋକେ ଜୋରଦାର ବିରୋଧ କରିଛନ୍ତି । ସେମାନେ ପ୍ରଶ୍ନ କରିଛନ୍ତି, କୋଇଲା ଗୁଣ୍ଡରେ ଆମେ ଜୀବନ ଜୀଇଁବୁ ବଲାଙ୍ଗିରରେ କାହିଁକି ଜଙ୍ଗଲ ହେବ ? ଯଦି ଅଦାନୀ ଏହିଭଳି କରେ ତାହା ହେଲେ ଚୁପ୍ ନବସିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଜୀବନ ପଛେ ଚାଲିଯିବ ହେଲେ ଅଦାନୀ କୁ ଇଞ୍ଚେ ହେଲେ ଜମି ଦେବୁ ନାହିଁ ବୋଲି ସିଧାସଳଖ କହିଛନ୍ତି ଗ୍ରାମବାସୀ ।
ପ୍ରଶ୍ନ ଉଠୁଛି ଅଦାନୀ ସୁନ୍ଦରଗଡରେ ଖଣି କରି କଣ ପାଇଁ ବଲାଙ୍ଗିରରେ ଜଙ୍ଗଲ ତିଆରି କରିବାକୁ ଯୋଜନା କରିଛି ? ଖଣି ପାଇଁ ଅଦାନୀ କୁ ୧୧୦୦ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ । ୨୦୧୩ ଆରଆର ଆକ୍ଟ ଅନୁସାରେ ବିସ୍ଥାପିତଙ୍କୁ ଟଙ୍କା ଏବଂ ସୁବିଧା ଦେବା ପାଇଁ ପଡିବ । ଆଉ ସୁନ୍ଦରଗଡରେ ଜଙ୍ଗଲ କଲେ ଅଦାନୀକୁ ୪୯୫.୫୪ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ହେବ, ଯାହାର ମୂଲ୍ୟ କୋଟିକୋଟି ହେବ । ଏଥିରୁ ବଞ୍ଚିବା ପାଇଁ ଗନ୍ଧମାର୍ଦ୍ଦନରେ ଦଲାଲ ଲଗାଇ ଜମି କିଣିବାରେ ଲାଗିଛି ଅଦାନୀ । ଏଠାରେ ପୂର୍ବରୁ ଜଙ୍ଗଲ ରହିଛି, ତେଣୁ ଆଉ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା କମ୍ପାନିକୁ ପଡିବ ନାହିଁ । ଆଉ ଗଛ ଲଗାଇବା ପାଇଁ ଥିବା ହେବାକୁ ଥିବା ହଜାର ହଜାର କୋଟିର ଲାଭ ଅଦାନୀ ପାଇବ ।