୨୦୨୬ ରେ ଓଡ଼ିଶା ରାଜନୀତିରେ ହେବ କି ବଡ଼ ପରିବର୍ତ୍ତନ, ପୁରୁଖା ଓ ଯୁବ ନେତାଙ୍କୁ ନେଇ ଗଠନ ହୋଇପାରେ ଆଞ୍ଚଳିକ ଦଳ

Advertisment

ଶାସନତନ୍ତ୍ରରୁ ବିଜେଡ଼ି କ୍ଷମତାଚ୍ୟୁତ ହେବା ପରେ ଓଡ଼ିଶା ରାଜନୀତି କଡ ଲେଉଟାଇବା ଆରମ୍ଭ କରିଛି। କିଛି ନେତା ବିଜେଡି ଶିବିରରୁ ବିଜେପି କ୍ୟାମ୍ପକୁ ଡିଆଁ ମାରିଛନ୍ତି। ବିଜେଡିରେ ଭବିଷ୍ୟତ ନଥିବା ଆକଳନ କରି କିଛି ନେତା ବିକଳ୍ପ ସନ୍ଧାନରେ। ଏଭଳି ସ୍ଥିତିରେ ଓଡ଼ିଶା ରାଜନୀତିର ଧୂରନ୍ଧର ବିଜୟ ମହାପାତ୍ରଙ୍କ ବୟାନ ଅନେକ କିଛି ଇସାରା କରୁଛି। ନବୀନଙ୍କ ଜିଲ୍ଲାରୁ ବିଜୟଙ୍କ  'ଓଡ଼ିଶା ରାଜନୀତି ବଡ ପରିବର୍ତ୍ତନ ଦେଖିବ' ବୟାନ ବିକଳ୍ପ ଖୋଜୁଥିବା ନେତାଙ୍କ ମନରେ ବିଶ୍ବାସ ଜନ୍ମାଇଛନ୍ତି ବିଜୟ।

odisha

କନକ ବ୍ୟୁରୋ : ୨୦୨୬ରେ ଓଡ଼ିଶା ରାଜନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପରାଜୟ ପରେ ବିଜେଡି ଶକ୍ତି ହରାଉଥିବା ବେଳେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ବଳ ଗୋଟାଉଛି। ଏସବୁ ଭିତରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବୟାନ ରାଜ୍ୟ ରାଜନୀତିରେ ଭୃକ୍ରୁଞ୍ଚନ ସୃଷ୍ଟି କରିଛି । 

ବଦଳିଯିବ ବିଧାନସଭାର ରୂପରେଖ; କଡ଼ ଲେଉଟାଇବ ଓଡ଼ିଶା ରାଜନୀତି

ଶାସନତନ୍ତ୍ରରୁ ବିଜେଡ଼ି କ୍ଷମତାଚ୍ୟୁତ ହେବା ପରେ ଓଡ଼ିଶା ରାଜନୀତି କଡ ଲେଉଟାଇବା ଆରମ୍ଭ କରିଛି। କିଛି ନେତା ବିଜେଡି ଶିବିରରୁ ବିଜେପି କ୍ୟାମ୍ପକୁ ଡିଆଁ ମାରିଛନ୍ତି। ବିଜେଡିରେ ଭବିଷ୍ୟତ ନଥିବା ଆକଳନ କରି କିଛି ନେତା ବିକଳ୍ପ ସନ୍ଧାନରେ। ଏଭଳି ସ୍ଥିତିରେ ଓଡ଼ିଶା ରାଜନୀତିର ଧୂରନ୍ଧର ବିଜୟ ମହାପାତ୍ରଙ୍କ ବୟାନ ଅନେକ କିଛି ଇସାରା କରୁଛି। ନବୀନଙ୍କ ଜିଲ୍ଲାରୁ ବିଜୟଙ୍କ  'ଓଡ଼ିଶା ରାଜନୀତି ବଡ ପରିବର୍ତ୍ତନ ଦେଖିବ' ବୟାନ ବିକଳ୍ପ ଖୋଜୁଥିବା ନେତାଙ୍କ ମନରେ ବିଶ୍ବାସ ଜନ୍ମାଇଛନ୍ତି ବିଜୟ। ଏସବୁ ଭିତରେ ରାଜ୍ୟ ରାଜନୀତିର ଅନେକ ପୁରୁଖା ଓ ଅନୁଭବୀ ନେତାଙ୍କ ଲୁଚାଛପା ବୈଠକ, ନୂଆ ଆଞ୍ଚଳିକ ଦଳ ଗଠନକୁ ବଳ ଦେଉଛି ।

 ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚା ସେତେବେଳେ ବଢିଛି ଯେତେବେଳେ ରାଜ୍ୟର ଅନେକ ବରିଷ୍ଠ ଓ ଯୁବ ନେତୃତ୍ବ ନିଜର ରାଜନୈତିକ କ୍ୟାରିୟର ସଜାଡିବାକୁ ନେବାକୁ ଜାତୀୟ ଦଳ ଉପରେ ଭରସା କରିପାରୁନାହାନ୍ତି। ବିଜେଡିରୁ ବିଦା ହୋଇଥିବା ଅନେକ ନେତା ମଧ୍ୟ ଏହି ତାଲିକାରେ ସାମିଲ। ବିଜୟ ମହାପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ମହମ୍ମଦ ମୋକିମ, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ଖାରବେଳ ସ୍ବାଇଁ, ଭୂପିନ୍ଦର ସିଂଙ୍କ ଭଳି ଅନେକ ନେତା ମଝିରେ ମଝିରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ବଳ ଦେଉଛନ୍ତି। ଏହାବାଦ୍ ବିଜେଡି ଓ କଂଗ୍ରେସରେ ଅଲୋଡା ଏବଂ  ବିଜେପିରେ ଅସନ୍ତୁଷ୍ଟ ଥିବା ନେତା ମଧ୍ୟ ନୂଆ ଆଞ୍ଚଳିକ ଦଳ ଗଠନକୁ ଭିତିରି ସମର୍ଥନ ଦେଉଛନ୍ତି ।  ଏମିତି ବି ଚର୍ଚ୍ଚା ହେଉଛି, ପଞ୍ଚାୟତ ନିର୍ବାଚନର ଫଳାଫଳକୁ କିଛି ନେତା ଅପେକ୍ଷା କରିଛନ୍ତି। ଏହାପରେ ହୁଏତ ଓଡ଼ିଶା ରାଜନୀତି କଡ ଲେଉଟାଇପାରେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe