ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ: ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ

Advertisment

ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ । ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ । ଦ୍ୱିତୀୟ ବିମାନ ବାହକ ପଠାଇବାକୁ ପ୍ରସ୍ତୁତି ।

ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ । ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ । ଦ୍ୱିତୀୟ ବିମାନ ବାହକ ପଠାଇବାକୁ ପ୍ରସ୍ତୁତି ।

Trump threatens Khamenei

Trump threatens Khamenei Photograph: (Google)

କନକ ବ୍ୟୁରୋ;  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନରେ ଶାସନ ପରିବର୍ତ୍ତନ ସର୍ବୋତ୍ତମ ପଦକ୍ଷେପ ହେବ । ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ ତେହେରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପରେ ଗମ୍ଭୀରତାର ସହିତ ବିଚାର କରୁଛି । ଉତ୍ତର କାରୋଲିନାର ଫୋର୍ଟ ବ୍ରାଗରେ ସୈନ୍ୟମାନଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, ଇସଲାମିକ ଧର୍ମତାନ୍ତ୍ରିକ ଶାସନକୁ ହଟାଇବାର ଧାରଣା ଅତ୍ୟନ୍ତ ସକାରାତ୍ମକ ହେବ। ୪୭ ବର୍ଷ ଧରି, ଇରାନ ସହ ସମ୍ପର୍କ କେବଳ କଥାବାର୍ତ୍ତାରେ ସୀମିତ ରହିଛି। ଏପରି ମନେ ହେଉଛି ଶାସନ ପରିବର୍ତ୍ତନ ହେଉଛି ସର୍ବୋତ୍ତମ ପଦକ୍ଷେପ, ଯାହା ଆଗକୁ ହୋଇପାରେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ସର୍ବୋଚ୍ଚ ଶାସକ ଆୟୋତୋତଲ୍ଳା ଅଲ୍ଲୀ ଖେମିନିଙ୍କୂ ଏକ ଧମକ ଭାବେ ଦେଖାଯାଉଛି।

ଦ୍ୱିତୀୟ ବିମାନ ବାହକ ପଠାଇବାକୁ ପ୍ରସ୍ତୁତି
ଟ୍ରମ୍ପ କହିଛନ୍ତି, ଆମେରିକା ମଧ୍ୟପ୍ରାଚ୍ୟରେ ଦ୍ୱିତୀୟ ବିମାନ ବାହକ ଦଳ ମୁତୟନ କରାଯିବାକୁ ଚିନ୍ତା କରୁଛି। ବିଶ୍ୱର ସର୍ବବୃହତ ବିମାନ ବାହକ ୟୁଏସ୍‌ଏସ୍ ଜେରାଲ୍ଡ ଆର. ଫୋର୍ଡ କାରିବିଆନରୁ ବାହାରି ମଧ୍ୟପ୍ରାଚ୍ୟକୁ ଯିବ, ଯେଉଁଠାରେ ଏହା ପୂର୍ବରୁ ଉପସ୍ଥିତ ଥିବା ଆମେରିକୀୟ ଯୁଦ୍ଧଜାହାଜ ଓ ସାମରିକ ଦଳ ସହିତ ଯୋଗଦେବ। ଯଦି ଆମେ ଏକ ଚୁକ୍ତି କରିପାରିବା ନାହିଁ, ତେବେ ଆମକୁ ଏଭଳି ଆବଶ୍ୟକତା ପଡ଼ିବ। ଦ୍ୱିତୀୟ ବିମାନ ବାହକ ଖୁବ୍ ଶୀଘ୍ର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିବ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପାଇଁ ପ୍ରସ୍ତୁତି
ଉପସାଗରୀୟ ଦେଶଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଇରାନ ଉପରେ ଯେକୌଣସି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଆଉ ଏକ ଆଞ୍ଚଳିକ ସଂଘର୍ଷ ସୃଷ୍ଟି କରିପାରେ। ମଧ୍ୟପ୍ରାଚ୍ୟ ପୂର୍ବରୁ ଗାଜା ଷ୍ଟ୍ରିପରେ ଇସ୍ରାଏଲ-ହମାସ ଯୁଦ୍ଧରୁ ମୁକୁଳିବା ପାଇଁ ସଂଘର୍ଷ କରୁଛି । ଏହି ସମୟରେ, ଇରାନରେ ଗତ ମାସରେ ଦେଶବ୍ୟାପୀ ପ୍ରତିବାଦ ଯୋଗୁ ସ୍ଥିତି ଅଧିକ ଖରାପ ହୋଇଯାଇଥିବା ଉପସାଗରୀୟ ଦେଶଗୁଡ଼ିକ କହିଛନ୍ତି । 

ଅଧିକ ପଢନ୍ତୁ: ପଛକୁ ହଟିଲା ଆମେରିକା : ଚୁକ୍ତି ସର୍ତ୍ତାବଳୀ ହ୍ରାସ କଲେ ଟ୍ରମ୍ପ, ଅଙ୍କାରାରେ ଶାନ୍ତି ଆଲୋଚନା

ଗୁଳିମାଡ଼ରେ ଖସିଲା ଇରାନୀ ଡ୍ରୋନ୍
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ୟୁଏସ୍‌ଏସ୍ ଫୋର୍ଡ ପୂର୍ବରୁ ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ୟୁଏସ୍‌ଏସ୍ ଆବ୍ରାହମ ଲିଙ୍କନ ସହ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ ସହିତ ନିୟୋଜିତ ହେବ। ଗତ ସପ୍ତାହରେ ଆମେରିକୀୟ ସେନା ଲିଙ୍କନ ନିକଟରେ ପହଞ୍ଚିଥିବା ଏକ ଇରାନୀ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଥିଲା । ସେହି ଦିନ, ଇରାନ ହର୍ମୁଜ୍ ପ୍ରଣାଳୀରେ ଏକ ଆମେରିକୀୟ ପତାକା ଜାହାଜକୁ ଅଟକାଇବାକୁ ଚେଷ୍ଟା କରିଥିଲା। ୟୁଏସ୍‌ଏସ୍ ଫୋର୍ଡର ମଚୟତନ ଶୀଘ୍ର କରାଯିବାକୁ ଯୋଜନା କରାଯାଉଛି । ଗତ ଅକ୍ଟୋବରରେ, ଭେନେଜୁଏଲାରେ ଏକ ବଡ଼ ସାମରିକ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଟ୍ରମ୍ପ ପ୍ରଶାସନ ଏହାକୁ ଭୂମଧ୍ୟସାଗରରୁ କାରିବିଆନକୁ ପଠାଇଥିଲେ। ଏବେ ଏହା ଇରାନ ମୁହାଁ ହେବାକୁ ଯାଉଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe