ସରକାରୀ କାର୍ଯ୍ୟାଳୟରେ ବୁଲା କୁକୁରଙ୍କୁ ଖାଇବା ଦେବା ମନା : ସୁପ୍ରିମକୋର୍ଟ

ଦେଶରେ ବୁଲା କୁକୁର ପ୍ରସଙ୍ଗ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।  ଏ ନେଇ ଆସନ୍ତା ସପ୍ତାହରେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଅଦାଲତ କହିଛନ୍ତି

112

Photograph: (KANAKNEWS)

କନକବ୍ୟୁରୋ : ଦେଶରେ ବୁଲା କୁକୁର ପ୍ରସଙ୍ଗ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।  ଏ ନେଇ ଆସନ୍ତା ସପ୍ତାହରେ ନିର୍ଦ୍ଦେଶନାମା ଜାରି କରିବେ ବୋଲି ଅଦାଲତ କହିଛନ୍ତି। ବିଶେଷକରି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିସରରେ ଯେଉଁଠି କର୍ମଚାରୀ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ସେମାନଙ୍କୁ ଉତ୍ସାହିତ କରୁଛନ୍ତି ସେ ନେଇ ନିର୍ଦ୍ଦେଶନାମା ଆସିବ । 

Pakistan: ଯୁଦ୍ଧ ବିମାନ ପରେ ଦେବ ସବ୍‌ମେରାଇନ୍, ପାକିସ୍ତାନ ପ୍ରେମ ଛାଡ଼ି ପାରୁନି ଚୀନ

ଅଧିକ ପଢନ୍ତୁ.... 

ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହଟା ଓ ବିଚାରପତି ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆମିକସ୍‌ କ୍ୟୁରି ବା ନ୍ୟାୟ ମିତ୍ରଙ୍କୁ ଆଜି ଏକ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ଠାରୁ ଯେଉଁ ସତ୍ୟପାଠ ମିଳିବ, ତାହାକୁ ଆଧାର କରି ଏକ ରିପୋର୍ଟ ପ୍ରସ୍ତୁତ କରନ୍ତୁ । ‌

ନୂଆପଡ଼ା: ବ୍ୟକ୍ତିଗତ ସ୍ତରକୁ ଗଲାଣି ରାଜନୀତି, ଲୋକଙ୍କ ପ୍ରସଙ୍ଗ ଛାଡ଼ି ପରସ୍ପର କଥା କଟାକଟି

ଅଧିକ ପଢନ୍ତୁ..... 

ସେହି ରିପୋର୍ଟରେ ବୁଲା କୁକୁରଙ୍କ ସଂଖ୍ୟା, କୁକୁର କାମୁଡ଼ା ସଂଖ୍ୟା, ବନ୍ଧ୍ୟାକରଣ, ଟିକାକରଣ, କୁକୁରଙ୍କ ପାଇଁ ଉପଲବ୍ଧ ଆଶ୍ରୟସ୍ଥଳ ଏବଂ ବହୁଦିନ ଧରି ରଖାଯାଇଥିବା କୁକୁରଙ୍କ ସଂଖ୍ୟା ଆଦି ତଥ୍ୟ ଉଲ୍ଲେଖ ରହିବ। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ତଥ୍ୟ ଏଥିରେ ରହିବ । 

ଆଜି ଶୁଣାଣି ଆରମ୍ଭରେ ସଲିସିଟର ଜେନେରାଲ୍‌ ତୁଷାର ମେହଟା ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ଅଧିକାଂଶ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସେମାନଙ୍କ ଅନୁପାଳନ ରିପୋର୍ଟ ଦାଖଲ କରିଛନ୍ତି। ଖଣ୍ଡପୀଠ ମୁଖ୍ୟ ସଚିବମାନଙ୍କ ହାଜରକୁ ରେକର୍ଡ କରିଥିଲେ। ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶାବଳୀ  ପାଳନ କରିଲେ ଆଗାମୀ ଦିନରେ ମୁଖ୍ୟ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ । 

ଅନୁପାଳନ ରିପୋର୍ଟରେ ଯଦି କିଛି ଅଭାବ ରହିଯାଏ ତା’ହେଲେ ଆମେ ସେମାନଙ୍କୁ ପୁଣି ଥରେ ଡାକିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ‌ତେବେ ସୁପ୍ରିମ୍‌କୋର୍ଟ ଆଜି କୌଣସି ବିସ୍ତୃତ ଶୁଣାଣି କରି ନଥିଲେ। ମାମଲାର ବିଚାର ଆସନ୍ତା ୭ ତାରିଖରେ କରିବା ପାଇଁ ତାଲିକାଭୁକ୍ତ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe