ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା : କହିଲେ,ଲାଗିଲା ପୃଥିବୀ ଫାଟିଯିବ …

‘ଯେତେବେଳେ ବିସ୍ଫୋରଣ ହେଲା ମୁଁ ପାଖରେ ଥିବା ମୋ ଦୋକାନରେ ବସିଥିଲି । ଏତେ ଜୋରରେ ଶବ୍ଦ ହେଲା ଯେ ମୁଁ ଜୀବନରେ ପ୍ରଥମଥର ପାଇଁ ଏଭଳି ଶବ୍ଦ ଶୁଣିଥିଲି । ଲାଗିଲା ଯେମିତି ପୃଥିବୀ ଫାଟିଯିବ । ’  

Eye witness

Eye witness Photograph: (KanakNews)

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ ପରେ ସାରା ଦେଶ ଏବେ ଛାନିଆରେ । ଦିଲ୍ଲୀ ପ୍ରସିଦ୍ଧ ଲାଲ୍‌କିଲ୍ଲା ନିକଟରେ ଏକ କାର୍‌ରେ ହୋଇଥିଲା ଏହି ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଗୋଟିଏ ନୁହେଁ ଜଳିଗଲା ଗୋଟିଏ ପରେ ଗୋଟିଏ ୩ ଟି କାର୍ । ଘଟଣାସ୍ଥଳରେ ପୁଲିସ ଟିମ୍ ଛାନଭିନ୍‌ ଆରମ୍ଭ କଲା । ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏଲ୍‌ଏନ୍‌ଜେପି ହସ୍ପିଟାଲରେ ୧୦ ଜଣଙ୍କ ମୃତଦେହ ରହିଛି । ଅନେକ ଆହତ ଏବେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ମିଳୁଛି । ଏହି ଅଘଟଣ ପରେ ଦିଲ୍ଲୀ ସମେତ ମୁମ୍ୱାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଏହା ସହ ଦେଶର ପ୍ରମୁଖ ସହରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏମିତିକି ପୁରୀରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । 

ତେବେ ଦିଲ୍ଲୀର ଏଭଳି ଭୟାବହ ବିସ୍ଫୋରଣ ପରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଯେଉଁଥିରେ ସେ କହୁଛନ୍ତି … 

‘ଯେତେବେଳେ ବିସ୍ଫୋରଣ ହେଲା ମୁଁ ପାଖରେ ଥିବା ମୋ ଦୋକାନରେ ବସିଥିଲି । ଏତେ ଜୋରରେ ଶବ୍ଦ ହେଲା ଯେ ମୁଁ ଜୀବନରେ ପ୍ରଥମଥର ପାଇଁ ଏଭଳି ଶବ୍ଦ ଶୁଣିଥିଲି । ଲାଗିଲା ଯେମିତି ପୃଥିବୀ ଫାଟିଯିବ । ଚେୟାର ଉପରେ ବସିଥିଲି ପଡୁଥିଲି ଆଉ ଉଠୁଥିଲି । ଲାଗିଲା ଯେମିତି ଆମେ ମୃତ୍ୟୁକୁ ଆଖି ଆଗରେ ଦେଖୁଛୁ । ଆଖପାଖରେ ଥିବା ଲୋକଙ୍କୁ ଦେଖି ଆମେ କୋଲ୍ଡଡ୍ରିଙ୍କ୍ ପିଆଇଲୁ । ଏଭଳି ବିସ୍ଫୋରଣ ଆଗରୁ କେବେ ଦେଖିନଥିଲୁ ।’

 
  
ତେବେ ଘଟଣାକୁ ନେଇ କେବଳ ପ୍ରତ୍ୟକ୍ଷଦର୍ଶୀ ନୁହେଁ ଆଖପାଖରେ ଥିବା ଲୋକ ମଧ୍ୟ ଖୁବ୍ ଭୟଭିତ ହୋଇଯାଇଛନ୍ତି । ବିସ୍ଫୋରଣ ସ୍ଥଳରେ NIA ଓ NSG ଟିମର ତନାଘନା ଆରମ୍ଭ ହୋଇଛି । ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ଏଭଳି ବିସ୍ଫୋରଣ ହୋଇଛି । ତେବେ ନିଆଁକୁ ଆୟତ୍ତ କରିବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । ପୁଲିସ ପୂରା ଅଞ୍ଚଳକୁ ସିଲ୍ କରି ତନାଘନା କରୁଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଏହାସହ ଫୋରେନସିକ୍ ଦଳ ମଧ୍ୟ ପହଞ୍ଚୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe