କନକ ବ୍ୟୁରୋ : ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡିଶାକୁ ରେଡ଼ ଆଲର୍ଟ । ପବନକୁ ନେଇ ମଧ୍ୟ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡିଶାରେ ସର୍ବାଧିକ ପବନ ୬୦ରୁ ୭୦ ଏବଂ ଝଟ୍କା ପବନ ୮୦ ଯାଏଁ ରହିବ । ଦକ୍ଷିଣ ଓଡ଼ିଶାର ପାଞ୍ଚ ଜିଲ୍ଲାକୁ ସର୍ବାଧିକ ପବନ ନେଇ ରେଡ଼ ଆଲର୍ଟ ଜାରି କରାଯାଇଛି । ୨୭ ରୁ ଆରମ୍ଭ ହେବ ବର୍ଷା , ୨୮ ଓ ୨୯ ରେ ବର୍ଷା ସହ ପବନ ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ୩୦ ରେ ବି ହାଲୁକା ବର୍ଷା ହେବ । ୨୬ ରୁ ୩୦ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସମସ୍ତ ବନ୍ଦର ଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୧୦୪୦ କିଲୋମିଟର ଦୂରରେ ସମ୍ଭାବ୍ୟ ବାତ୍ୟା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ ।
ସେନାକୁ ମିଳିବ ନୂଆ ଶକ୍ତି ; ଭାରତର କବଚ ସାଜିବ ‘ଭୈରବ’
ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ସମୁଦ୍ର ଉପକୂଳବାସୀଙ୍କୁ ମାଇକ ଯୋଗେ ସତର୍କତା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ମତ୍ସ୍ୟ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଦିଘା ନିକଟ ଉଦୟପୁର ଠାରୁ ତାଳସାରୀ, ବିଚିତ୍ରପୁର ଓ କୀର୍ତ୍ତନୀୟ ସମୁଦ୍ର ମୁଁହାଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଜାଗ ରହିବା ପାଇଁ ସତର୍କ କରାଯାଉଛି । ଏହା ସହ ଆସନ୍ତା ୨୬ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବାଲେଶ୍ୱରରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସମୁଦ୍ର ଉପକୂଳ ବର୍ତ୍ତୀ ଓ ତଳିଆ ଅଞ୍ଚଳବାସୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନ ରଖିବା ପାଇଁ କୁହାଯାଇଛି ।
ଅନ୍ୟପଟେ ବାତ୍ୟା ଓ ବର୍ଷାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ଏବଂ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ପାରାଦୀପରେ ସମୁଦ୍ର ଭିତରେ ଥିବା ମସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/25/cyclone-update-2025-10-25-15-26-10.jpg)