କନକ ବ୍ୟୁରୋ: ୧୯୬ ରନର ବିଶାଳ ଲକ୍ଷ୍ୟ ପିଛା କରୁଥିବା ଭାରତ ମାତ୍ର ୪୧ ରନ୍ରେ ଦୁଇଟି ୱିକେଟ୍ ହରାଇ ସଙ୍କଟରେ ଥିଲା । ଏହି ସମୟରେ ସଞ୍ଜୁ ସାମସନ କ୍ରିଜକୁ ଆସି ଧୈର୍ଯ୍ୟ ଓ ଆକ୍ରମଣର ଏକ ଅଦ୍ଭୁତ ସମନ୍ୱୟ ଦେଖାଇଥିଲେ । ସେ ମାତ୍ର ୫୦ ବଲ୍ରେ ୧୨ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ୯୭ ରନ୍ ସଂଗ୍ରହ କରି ଭାରତକୁ ସେମିଫାଇନାଲରେ ପହଞ୍ଚାଇଥିଲେ । ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଛୋଟ ଛୋଟ ଭାଗିଦାରୀ କରି ସେ ଶେଷ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହିଥିଲେ । ଏହି ବିଜୟ ସହିତ ଅନେକ ରେକର୍ଡ ଭାରତ ଓ ୱେଷ୍ଟଇଣ୍ଡିଜ ସହ ଯୋଡ଼ି ହୋଇଛି ।
ଏହା ବି ପଢ଼ନ୍ତୁ: ‘ଫୋନ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟ ବନ୍ଦ କରିଥିଲି’
୧୯୬- କୋଲ୍କାତାରେ ୱେଷ୍ଟଇଣ୍ଡିଜ୍ ଦେଇଥିବା ୧୯୬ ରନ୍ର ବିଜୟ ଲକ୍ଷ୍ୟକୁ ସଫଳତା ସହ ପଶ୍ଚାତ୍ଧାବନ କରିଥିଲା ଭାରତ । ଏହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ତୃତୀୟ ସର୍ବୋଚ୍ଚ ପଶ୍ଚାତ୍ଧାବନ ବିଜୟ । ଭାରତ ଆଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ୨୩୦ ରନ୍ (୨୦୧୬) ଏବଂ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୦୬ ରନ୍ (୨୦୦୭) ରହିଛି ।
୧- ଟ୍ବେଣ୍ଟି-୨୦ ବିଶ୍ବକପ୍ର ଭାରତର ସର୍ବଶ୍ରେଷ୍ଠ ପଶ୍ଚାତ୍ଧାବନ ବିଜୟ । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ (୨୦୧୪) ୧୭୩ ରନ୍ ବିଜୟ ଥିଲା ସର୍ବଶ୍ରେଷ୍ଠ । ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ତୃତୀୟ ବଡ଼ ବିଜୟ ।
୯୭*- ଇଣ୍ଡିଜ୍ ବିପକ୍ଷରେ ସଞ୍ଜୁ ସାମ୍ସନ୍ଙ୍କ ୯୭* ରନ୍ର ପାଳି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ବ୍ୟାଟର୍ ଭାବେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର୍ । ତାଙ୍କ ଆଗରେ ସୁରେଶ ରାଇନା (ଦକ୍ଷିଣ ଆଫ୍ରିକା ବିପକ୍ଷ ୧୦୧ ରନ୍, ୨୦୧୦) ରହିଛନ୍ତି । ଏହା ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପଶ୍ଚାତ୍ଧାବନରେ ଭାରତର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ୮୩* (ଅଷ୍ଟ୍ରେଲିଆ, ୨୦୧୬ ଏବଂ ପାକିସ୍ତାନ ୨୦୨୨)ଙ୍କ ନାମରେ ଥିଲା ।
୧୯: ୱେଷ୍ଟଇଣ୍ଡିଜ୍ର ସିମ୍ରନ ହେଟ୍ମାୟର ଚଳିତ ବିଶ୍ବକପ୍ରେ ୧୯ ଛକା ମାରିଛନ୍ତି । ଯାହା ଗୋଟିଏ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସର୍ବାଧିକ । ସେ ପାକିସ୍ତାନର ସାହିବଜାଦା ଫର୍ହାନ୍ (୧୮ ଛକା)ଙ୍କୁ ପଛରେ ପକାଇଛନ୍ତି । ସାହିବଜାଦା ଚଳିତ ପ୍ରତିଯୋଗିତାରେ ଏହି ସଫଳତା ପାଇଥିଲେ ।
୬- ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ୬ ଥର (୨୦୦୭, ୨୦୧୪, ୨୦୧୬, ୨୦୨୨, ୨୦୨୪, ୨୦୨୬) ସେମିଫାଇନାଲ୍ ପହଞ୍ଚିଛି । ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟ ଏହି ସଫଳତା ପାଇଛନ୍ତି ।
୭୦- ସାମ୍ସନ୍ (୯୭*) ଓ ତିଳକ ବର୍ମା (୨୭)ଙ୍କ ମଧ୍ୟରେ ରନ୍ ବ୍ୟବଧାନ ୭୦ । ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଥମ ଓ ଦ୍ବିତୀୟ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍ ମଧ୍ୟରେ ଭାରତର ସର୍ବାଧିକ ବ୍ୟବଧାନ । ପୂର୍ବରୁ ଭାରତର ଏହି ରେକର୍ଡ ୬୬ ରନ୍ ଥିଲା । ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ଶର୍ମା ୭୯* ଓ ହରଭଜନ ସିଂହ ୧୩ ରନ୍ ମଧ୍ୟରେ ବ୍ୟବଧାନ ୬୬ ଥିଲା । ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଏହା ଦ୍ବିତୀୟ ସର୍ବାଧିକ ବ୍ୟବଧାନ । ଗତ ସପ୍ତାହରେ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡର ହାରି ବ୍ରୁକ୍ ୧୦୦ ଓ ୱିଲ୍ ଜାକ୍ସ ୨୮ ମଧ୍ୟରେ ବ୍ୟବଧାନ ୭୨ ରନ୍ ଶ୍ରେଷ୍ଠ ରହିଛି ।
୮- ଇଡେନ୍ ଗାର୍ଡେନ୍ସରେ ଭାରତୀୟ ପୁରୁଷ ଦଳ ଲଗାତାର ୮ ବିଜୟ ପାଇଛି । ୨୦୧୧ରେ ଇଂଲଣ୍ଡ ବିପକ୍ଷଠୁ ଏହି ପଡ଼ିଆରେ ଭାରତର ବିଜୟଧାରା ଜାରି ରହିଛି । ଏହି ଫର୍ମାଟ୍ରେ ଗୋଟିଏ ପଡ଼ିଆରେ ଏହା ଭାରତର ସବୁଠୁ ଲମ୍ବା ବିଜୟଧାରା । ଏହି ୮ ବିଜୟ ଭିତରୁ କେବଳ ଇଣ୍ଡିଜ୍ ବିପକ୍ଷରେ ୫ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/record-wi-vs-ind-2026-03-02-20-38-59.jpg)