କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ କର ବା ମର ମ୍ୟାଚ୍‌ରେ ବିଜୟୀ ପାଳି ଖେଳିଥିବା ସଞ୍ଜୁ ସାମ୍‌ସନ୍‌ ଆତ୍ମବିଶ୍ବାସ ନ ହରାଇବା ପାଇଁ ନିଜର ଫୋନ୍‌ ଓ ସୋସିଆଲ୍‌ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରି ଦେଇଥିଲେ । ଭାରତର ୫ ୱିକେଟ୍‌ ବିଜୟ ପରେ ୫୦ ବଲ୍‌ରୁ ୯୭* ରନ୍‌ କରିଥିବା ୩୧ ବର୍ଷୀୟ ସାମ୍‌ସନ୍‌ କହିଛନ୍ତି ଯେ, "ସଟ୍‌ ଚୟନ ଉପରେ ମୁଁ କାମ କରୁଥିଲି । ସାମନ ସେଟ୍‌ଅପ୍‌ରେ ପ୍ରଦର୍ଶନ କରୁଥିବାରୁ ବେଶୀ କିଛି ବଦଳାଇବାକୁ ଚାହୁ ନଥିଲି । ନିଜ ଉପରେ ବିଶ୍ବାସ ରଖିଥିଲି । ଲଗାତାର ବିଫଳ ହେବା ପରେ ନିଜ ଫୋନ୍‌ ଓ ସୋସିଆଲ୍‌ ମିଡିଆ ଆକାଉଣ୍ଟ ବନ୍ଦ କରି ନିଜ କଥା ଶୁଣିଥିଲି । ଭଲ ମ୍ୟାଚ୍‌ ହୋଇଥିବାରୁ ବହୁତ ଖୁସି । ଲକ୍ଷ୍ୟ କଷ୍ଟକର ଥିଲା । ଆମର ବ୍ୟାଟିଂ ଶକ୍ତି ଏବଂ କାକର ପଡ଼ିବା ଦେଖି ଅନୁଭବ କଲି ଯେ ଇଡେନ୍‌ ଗାର୍ଡେନ୍ସରେ ୧୯୦ ରନ୍‌ ପିଛା କରିବା ସହଜ ହେବ । କିନ୍ତୁ ନିୟମିତ ୱିକେଟ୍‌ ହରାଇବା ଏକ ଚ୍ୟାଲେଞ୍ଜ ହୋଇଥିଲା । ହେଲେ ମୋର ଅଭିଜ୍ଞତା ଏଠାରେ ବଡ଼ ଭୂମିକା ଗ୍ରହଣ କରିଥିଲା ।"

Advertisment

ଏହା ବି ପଢ଼ନ୍ତୁ: ବିଶ୍ବକପରୁ ଆଉଟ୍ ହେଲା ପାକିସ୍ତାନ : ପରାଜୟ ପରେ ରାଗିଲେ ସଲମାନ୍ ଆଗା , କହିଲେ ଭୁଲ୍ ରହିଲା କେଉଁଠି?

ସେ ଆହୁରି କହିଛନ୍ତି, "ଭଲ ଆରମ୍ଭ ପାଇଥିଲି, ‌ଯେତେବେଳେ ୱିକେଟ୍‌ ଖସିଲା, ଭାବିଲି ମୋତେ ଖେଳ ଶେ‌ଷ କରିବାକୁ ପଡ଼ିବ । ତାହା ହିଁ କଲି । ହେଲେ ଯିଏ ଯାହା ଚାହେ ତାହା ହୁଏନି । କିନ୍ତୁ ଏହି ଖେଳରେ ସେପରି ହେଲାନି ତେଣୁ ଈଶ୍ବରଙ୍କ ପାଖରେ କୃତଜ୍ଞ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ କରିପାରି ନଥିଲି । ଏହା ପରେ ମୁଁ ଆତ୍ମଚିନ୍ତନ କରି ପୁଣି ଭଲ କରିବାର ବାଟ ପାଇବାକୁ ଚେଷ୍ଟା କରିଥିଲି । ଏବେ ଭଲ କଲି ଏବଂ ବଡ଼ ମ୍ୟାଚ୍‌ ଜିତାଇବାର ସ୍ବପ୍ନ ପୂରଣ କରିପାରିଥିବାରୁ ବହୁତ ଖୁସି ।"