ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି ; ଉଚ୍ଚସ୍ତରୀୟ ବୈଠକରେ ଏସଓପି ନେଇ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

Advertisment

ଆଜି ଗଣତି ମଣତି ପ୍ରକ୍ରିୟାବିଧି ବା ଏସ୍‌ଓପି ସଂପର୍କରେ ଆଲୋଚନା ପାଇଁ ବସିଥିଲା ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ପରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ସେପଟେ ଏହି ଗଣତି ମଣତି ସାରିବାକୁ ସରକାରଙ୍କୁ ୩ ମାସ ସମୟ ଦେଇଛନ୍ତି ହାଇକୋର୍ଟ । 

ଆଜି ଗଣତି ମଣତି ପ୍ରକ୍ରିୟାବିଧି ବା ଏସ୍‌ଓପି ସଂପର୍କରେ ଆଲୋଚନା ପାଇଁ ବସିଥିଲା ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ପରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ସେପଟେ ଏହି ଗଣତି ମଣତି ସାରିବାକୁ ସରକାରଙ୍କୁ ୩ ମାସ ସମୟ ଦେଇଛନ୍ତି ହାଇକୋର୍ଟ । 

Ratna bhandar

Ratna bhandar Photograph: (KanakNews)

କନକ ବ୍ୟୁରୋ : ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି । ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ସୁରକ୍ଷିତ ଅଛି କି ନାହିଁ, ତାକୁ ନେଇ ଅଗଣିତ ଭକ୍ତଙ୍କ ଉତ୍କଣ୍ଠା ଥିବା ବେଳେ, ଆଜି ଗଣତି ମଣତି ପ୍ରକ୍ରିୟାବିଧି ବା ଏସ୍‌ଓପି ସଂପର୍କରେ ଆଲୋଚନା ପାଇଁ ବସିଥିଲା ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ପରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । ସେପଟେ ଏହି ଗଣତି ମଣତି ସାରିବାକୁ ସରକାରଙ୍କୁ ୩ ମାସ ସମୟ ଦେଇଛନ୍ତି ହାଇକୋର୍ଟ । 

ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ ଚାବୁକ ପରେ, ଚେଇଁ ଉଠିଛନ୍ତି ସରକାର । ଆଜି ଦେଖିବାକୁ ମିଳିଥିଲା ଜୋରଦାର କସରତ । ପ୍ରଥମେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଘରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା, ସୁରକ୍ଷା ବ୍ୟବସ୍ଥା ଓ ପ୍ରାଶାସନିକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ମଞ୍ଜୁର କରିଥିବା ଗଣତି ମଣତିର ପ୍ରକ୍ରିୟା ବିଧି ବା ଏସ୍‌ଓପି ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଟେବୁଲକୁ । ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯୋଗ ଦେଇଥିଲେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖ । ଏହି ବୈଠକ ପରେ ସୂଚନା ଦିଆଯାଇଛି ଯେ, ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି । ୧୯୭୮ର ତାଲିକା ସହିତ ମେଳକ କରାଯିବ । ସମ୍ପୂର୍ଣ୍ଣ ଅଳଙ୍କାରାଦିର ଫଟୋଗ୍ରାଫ୍‌ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ । ଗଣତିମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଅଧିକ ପଢ଼ନ୍ତୁ---୧୦୦ ବସ୍ ଘୋଷଣା କରିଥିଲେ ସରକାର, ଖୋଦ୍ ପରିବହନ ମନ୍ତ୍ରୀଙ୍କ ଅଞ୍ଚଳକୁ ଗଡ଼ୁନି ଆମ ବସ୍

ରତ୍ନଭଣ୍ଡାରର ସୁରକ୍ଷା, ଚାବି ହଜିବା ଓ ରତ୍ନ ଚୋରି ହୋଇ ବାହାର ରାଜ୍ୟକୁ ଯିବା ଅଭିଯୋଗ ଆଦି ୨୦୨୪ ନିର୍ବାଚନରେ ବନିଥିଲା ପ୍ରମୁଖ ପ୍ରସଙ୍ଗ । ଏବେ ପୁଣି ଥରେ ଏହାକୁ ନେଇ ଜୋର୍ ଧରିଛି ରାଜନୀତି । ତେବେ ଗଣତି ମଣତି ଆରମ୍ଭ ହେବ ହେବ ବୋଲି ହୋଇପାରୁନି । ଆଜି ମଧ୍ୟ ସରକାର ଜଣାଇଛନ୍ତି ଯେ, ସରକାର ଏସ୍‌ଓପିକୁ ଅନୁମୋଦନ ଦେବା ପରେ ଗଣତିମଣତି ଆରମ୍ଭ ହେବ। ତେଣୁ ଏହି ଶୁଭ ଦିନ କେବେ ଆସିବ? ତାହା ଆଜିର ବୈଠକ ପରେ ବି ଅସ୍ପଷ୍ଟ ରହିଛି । ସତେ ଯେମିତି ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ! ସେପଟେ ୩ ମାସ ଭିତରେ ଗଣତି ମଣତି ସାରିବାକୁ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଜଷ୍ଟିସ ରଘୁବୀର ଦାସ କମିସନ ରିପୋର୍ଟ ଉପସ୍ଥାପନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe