କନକ ବ୍ୟୁରୋ :ବ୍ରହ୍ମପୁର ସହରରେ ୧୦୦ଟି ଆମ ବସ ଚଳାଇବାକୁ ସରକାର ଘୋଷଣା କଲେ। ହେଲେ ୨୫ଟି ବସ୍ ଆସିଲା। ମାତ୍ର ସହରର ସବୁ ଅଞ୍ଚଳକୁ ଛୁଇଁ ପାରିନି ଆମ ବସ୍ ସେବା। ଫଳରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଖୋଦ୍ ପରିବହନ ମନ୍ତ୍ରୀଙ୍କ ଅଞ୍ଚଳରେ ମୋ ବସ ସେବା ଅପହଞ୍ଚ। ସାରା ସହରରେ କେବେ ଗଡ଼ିବ ଆମ ବସ୍, ଚାହି ବସିଛନ୍ତି ଅଞ୍ଚଳବାସୀ।
ସହରର ଅନ୍ୟତମ ପ୍ରମୁଖ ରାସ୍ତା କୁହାଯାଉଥିବା ଗୋଷାଣୀ ନୂଆଁ ଗାଁ ଠାରୁ ରେଳ ଷ୍ଟେସନ ୪ନମ୍ବର ପ୍ଲଟଫାର୍ମ, ଶିଳ୍ପାଞ୍ଚଳ ଦେଇ ଇଞ୍ଜିନିୟର ସ୍କୁଲ ଛକ ଓ ଆଙ୍କୁଲି ଦେଇ ୧୬ଜାତୀୟ ରାଜପଥ, ଗୋପାଳପୁରକୁ ସଂଯୋଗ କରୁଥିବା ରାସ୍ତାରେ ଗଡ଼ୁନି ମୋ ବସ୍। ୨୦୨୪ ଅଗଷ୍ଟ ମାସରେ ଏ ନେଇ ଖବର ପ୍ରସାରଣ ପରେ ଗୋଟିଏ ବସ ଚାଲିଥିଲା। ତାହା ଏବେ ବନ୍ଦ ରହିଛି। ବନ୍ଦ ରହିଥିବା ସଂପୃକ୍ତ ରୁଟ୍ଟି ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ସେହି ଅଞ୍ଚଳର ବିଧାୟକ ଅଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ। ତଥାପି କାହିଁକି ଅଣଦେଖା ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ : ପୂରଣ ହେବ ଦୀର୍ଘ ୧୭ ବର୍ଷର ସ୍ବପ୍ନ ; ବାସ୍ତବ ରୂପ ନେବାକୁ ଯାଉଛି ଗ୍ରେଟର ବ୍ରହ୍ମପୁର ନକ୍ସା
ଗତ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରରେ ପୂର୍ବ ସରକାର ଆରମ୍ଭ କରିଥିଲେ ମୋ ବସ ସେବା। ପ୍ରଥମ ପର୍ୟ୍ୟାୟରେ ଆସିଥିବା ୨୦ଟି ବସରୁ ୧୯ଟି ବସ୍ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚଳାଚଳ କରିଥିଲା। ସରକାର ବଦଳିବା ପରେ ନୂଆ ସରକାର ବ୍ରହ୍ମପୁର ସହରକୁ ପୁଣି ୧୦୦ ଆମ ବସ ଦେବା ଲାଗି ଘୋଷଣା କଲେ। ମାସକ ତଳେ ପହଞ୍ଚିଥିବା ମାତ୍ର ୨୫ଗୋଟି ବସରୁ ହାତ ଗଣତି କେତୋଟି ସେହି ନିର୍ଦ୍ଦିଷ୍ଟ ରାସ୍ତାରେ ଗଡ଼ିବା ବ୍ୟତୀତ ଅନ୍ୟ ସବୁ ଠିଆ ହୋଇଛନ୍ତି। ଏ ନେଇ କ୍ରୁଟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଆଲୋଚନା ସରିଛି ଖୁବ୍ଶୀଘ୍ର ସହରର ସମସ୍ତ ଅଞ୍ଚଳକୁ ଆମ ବସ ସେବା ମିଳିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/a5-2026-02-16-18-39-46.jpg)