୧ ଏପ୍ରିଲରୁ ବଦଳୁଛି ରାସନ୍ କାର୍ଡ ନିୟମ : ତୁରନ୍ତ କରନ୍ତୁ ଏହି କାମ ନହେଲେ କାର୍ଡରୁ କଟିଯିବ ନାମ

Advertisment

୨୦୨୬ ମସିହାର ନୂତନ ନିୟମରେ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ଅନେକ ରାଜ୍ୟରେ ହିତାଧିକାରୀମାନଙ୍କୁ ଏକାଥରେ ୩ ମାସର ରାସନ୍ ପାଇବାର ବିକଳ୍ପ ଦିଆଯାଉଛି । ଏଥିପାଇଁ ଦୋକାନରେ ବାରମ୍ବାର ଧାଡ଼ିରେ ଛିଡ଼ା ହେବାର କୌଣସି ଆବଶ୍ୟକତା ନାହିଁ ।

୨୦୨୬ ମସିହାର ନୂତନ ନିୟମରେ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ଅନେକ ରାଜ୍ୟରେ ହିତାଧିକାରୀମାନଙ୍କୁ ଏକାଥରେ ୩ ମାସର ରାସନ୍ ପାଇବାର ବିକଳ୍ପ ଦିଆଯାଉଛି । ଏଥିପାଇଁ ଦୋକାନରେ ବାରମ୍ବାର ଧାଡ଼ିରେ ଛିଡ଼ା ହେବାର କୌଣସି ଆବଶ୍ୟକତା ନାହିଁ ।

Ration Card

Ration Card Photograph: (KanakNews)

କନକ ବ୍ୟୁରୋ : ଯଦି ଆପଣ ନୂଆ ରାସନ କାର୍ଡ ତିଆରି କରିବାକୁ ଚିନ୍ତା କରୁଛନ୍ତି କିମ୍ବା ପୂର୍ବରୁ ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ସରକାର ୧ ଏପ୍ରିଲ ୨୦୨୬ ରୁ ଅଧିକ କଠୋର ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିୟମଗୁଡ଼ିକର ଲକ୍ଷ୍ୟ ହେଉଛି ରାସନ କାର୍ଡ ତାଲିକାରୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ବାଦ୍ ଦେବା ଏବଂ ପ୍ରକୃତରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବା । ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ରାସନ କାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ୨୦୨୬ ପାଇଁ ନୂତନ ନିୟମ ଜାରି କରିଛନ୍ତି । ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ରାସନ କାର୍ଡରେ ତାଲିକାଭୁକ୍ତ ପ୍ରତ୍ୟେକ ପରିବାର ସଦସ୍ୟଙ୍କ ପାଇଁ e-KYC ବାଧ୍ୟତାମୂଳକ । ଏହାର ଅର୍ଥ ହେଉଛି ଯଦି ୨୮ ଫେବୃଆରି ୨୦୨୬ ସୁଦ୍ଧା KYC ପୂରଣ ନହୁଏ ତେବେ ୧ ମାର୍ଚ୍ଚରୁ ରାସନ ବନ୍ଦ ହୋଇପାରେ । ଏଥିପାଇଁ ଆପଣ ନିକଟସ୍ଥ ରାସନ ଦୋକାନକୁ ଯାଇ ଆପଣଙ୍କର ଟିପଚିହ୍ନ (ବାୟୋମେଟ୍ରିକ୍) ପ୍ରଦାନ କରି କିମ୍ବା ମେରା ରାସନ ଆପ୍ ବ୍ୟବହାର କରି ଆପଣଙ୍କର KYC ପୂରଣ କରିପାରିବେ ।

ଆଗକୁ ପଢ଼ନ୍ତୁ : ୧୩୦ ଟଙ୍କାରୁ କମ୍ ରିଚାର୍ଜରେ ହାଇ ସ୍ପିଡ୍ ଡାଟା : ଜିଓର ସବୁଠାରୁ ଶସ୍ତା ପ୍ଲାନ୍ , ଅନଲିମିଟେଡ୍ କଲିଂ ସାଙ୍ଗକୁ SMS ସୁବିଧା

କେୱାଇସି ପାଇଁ କୌଣସି କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ନାହିଁ । ନୂତନ ରାସନ କାର୍ଡ ପାଇଁ କେବଳ ଅନଲାଇନ୍ ଆବେଦନ ଗ୍ରହଣ କରାଯିବ । ଆଧାର କାର୍ଡ , ଆୟ ପ୍ରମାଣପତ୍ର , ବିଦ୍ୟୁତ୍ ବିଲ୍, କିମ୍ବା ବାସସ୍ଥାନ ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ଆବଶ୍ୟକ ହେବ । ଅନଲାଇନ୍ ଆବେଦନ ପରେ ଜଣେ ଖାଦ୍ୟ ଯୋଗାଣ ଅଧିକାରୀ ଯାଞ୍ଚ ପାଇଁ ଘରକୁ ଯିବେ, ଯାହା ପରେ କାର୍ଡ ଜାରି କରାଯିବ । ୨୦୨୬ ମସିହାର ନୂତନ ନିୟମରେ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ଅନେକ ରାଜ୍ୟରେ ହିତାଧିକାରୀମାନଙ୍କୁ ଏକାଥରେ ୩ ମାସର ରାସନ୍ ପାଇବାର ବିକଳ୍ପ ଦିଆଯାଉଛି । ଏଥିପାଇଁ ଦୋକାନରେ ବାରମ୍ବାର ଧାଡ଼ିରେ ଛିଡ଼ା ହେବାର କୌଣସି ଆବଶ୍ୟକତା ନାହିଁ । 

ସରକାରୀ ନିୟମ ଅନୁଯାୟୀ, ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ଆୟକର ବା ଇନକମ୍ ଟାକ୍ସ ଦେଉଥା’ନ୍ତି ତେବେ ଆପଣଙ୍କ ରାସନ କାର୍ଡ ବାତିଲ୍ ହେବ । 
-    ଯଦି ଘରେ ଆପଣଙ୍କ ଟ୍ରାକ୍ଟର ବ୍ୟତିତ ଅନ୍ୟ କୌଣସି ଚାରିଚକିଆ ଯାନ ଥିବ ତାହେଲେ ଆପଣ ରାସନ କାର୍ଡରୁ ବଞ୍ଚିତ ହେବେ । 
-    ନିର୍ଦ୍ଧାରିତ ସୀମାରୁ ଅଧିକ ଜମି କିମ୍ବା ବଡ଼ ପକ୍କା ଘର ଥିଲେ କାର୍ଡ କଟିଯିବ । 
-    ଯଦି ଲଗାତାର ୩ ମାସ ଧରି ରାସନ ନେଉନାହାନ୍ତି ତେବେ ସରକାର ଆପଣଙ୍କ ନାଁକୁ ଡିଲିଟ୍ କରିପାରନ୍ତି । 
-    ଯଦି ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଇଛି କିମ୍ବା ସେ ବିବାହ କରି ଅନ୍ୟ କୌଣସି ସ୍ଥାନକୁ ଚାଲିଯାଇଛନ୍ତି ତେବେ ତାଲିକାରୁ ନାଁ କଟିଯିବ । 
-    ଯଦି ଆପଣଙ୍କ କାର୍ଡରେ କୌଣସି ସଦସ୍ୟଙ୍କ ନାମ ଭୁଲ ଅଛି କିମ୍ବା ଆଧାର ଲିଙ୍କ୍ ହୋଇନାହିଁ, ତେବେ ତୁରନ୍ତ ନିକଟସ୍ଥ ରିଟେଲର କିମ୍ବା ପଞ୍ଚାୟତ ଅଫିସକୁ ଯୋଗାଯୋଗ କରନ୍ତୁ ।
 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe