Similipala Photograph: (kanak news)
କନକ ବ୍ୟୁରୋ : ବନ୍ୟପ୍ରାଣୀ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ଶିମିଳିପାଳ ଅଭୟାରଣ୍ୟ । ଏଥିରେ ଏବେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିହେବାକୁ ଯାଉଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ମିଳିଛି ନୂଆ ତଥ୍ୟ। ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ‘ଲାଇକେନ୍’ ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଞ୍ଚାର ହୋଇଛି ।
ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟ, ଜୈବ ବିବିଧତାରେ ପରିପୂର୍ଣ୍ଣ। ଏଠାରେ ଅନେକ ଔଷଧୀୟ ବୃକ୍ଷ ଲୁଚିରହିଛି, ଯାହା ଦୀର୍ଘକାଳୀନ ରୋଗରୁ ମୁକ୍ତି ଦିଏ। ଯାହାକୁ ଲୋକଲୋଚନକୁ ଆଣିଛନ୍ତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ଛାତ୍ର। ଶିମିଳିପାଳ ଜାତୀୟ ଉଦ୍ୟାନରୁ ଚିହ୍ନଟ କରିଛନ୍ତି ୧୪୮ ପ୍ରଜାତିର ଲାଇକେନ୍ ବା ଶୈବାଳ ଜାତୀୟ ଉଦ୍ଭିଦ। ଏଥିରେ ଓଡ଼ିଶାରେ ପ୍ରଥମ କରି ମିଳିଛି ‘କ୍ଲୋଡନିଆ ପ୍ରୋଟିକଲୋଜା’ ଲାଇକେନ୍। ଯାହାକୁ ବିଶ୍ବବିଦ୍ୟାଳୟର ଲାଇକେନ୍ ସଂଗ୍ରହାଳୟରେ ସଂରକ୍ଷଣ କରାଯାଇ ଗବେଷଣା କରାଯାଉଛି। ଯେଉଁଥିରେ ଜୀବାଣୁନାଶକ, ଆଣ୍ଟି-ଅକ୍ସିଡେଣ୍ଟ ଓ କ୍ୟାନ୍ସର୍ ବିରୋଧୀ ଗୁଣ ରହିଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ବଜିତ ରଥ ।
ଅଧିକ ପଢ଼ନ୍ତୁ---୧୦ ବର୍ଷ ହେଲା ଭଙ୍ଗା ଘରେ ବାଦଲ ; ମା’ଙ୍କ ମୃତ୍ୟ ପରଠୁ ହରାଇ ବସିଛନ୍ତି ମାନସିକ ଭାରସାମ୍ୟ
ରାଜ୍ୟ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ସହାୟତାରେ ଆରମ୍ଭ ହୋଇଥିବା ଏହି ଗବେଷଣାରେ ମାର୍ଗଦର୍ଶନ ଦେଇଛନ୍ତି ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ। ଏହି ଲାଇକେନ୍ର ସଠିକ୍ ସଂରକ୍ଷଣ କରାଗଲେ ଶିମିଳିପାଳ ଭବିଷ୍ୟତରେ ଏକ ପ୍ରାକୃତିକ ଔଷଧ ଗବେଷଣା ହବ୍ ଭାବେ ପରିଚିତ ହୋଇପାରିବ ।
Follow Us