କନକ ବ୍ୟୁରୋ : ଯେ କୌଣସି ବଡ଼ ଉତ୍ସବ ଆସେ ବଲିଉଡରେ ଭିନ୍ନ ମାହୋଲ ଦେଖିବାକୁ ମିଳେ । ଦଶହରା, ଦୀପାବଳି, ହୋଲିରେ ଅଲଗା ରଙ୍ଗ । ଏଥର ବି ଦୀପାଳବଳିରେ ବଲିଉଡରେ କିଛି ଖାସିୟତ୍ ଥିଲା । ଏଥର ଦୀୱାଲି ଦୀପିକା ପାଦୁକୋନ୍ ଓ ରଣବୀର କପୁରଙ୍କ ପାଇଁ ଥିଲା ସ୍ବତନ୍ତ୍ର । ରଣବୀର ,ଦୀପାକାଙ୍କ ପାଇଁ ଦୀପାବଳି ରଙ୍ଗୀନ ଆଲୋକରେ ଭରିଥିଲା , ଆଉ ଏ ରଙ୍ଗ ଥିଲା ଝିଅ ଦୁଆ ପାଇଁ । ପ୍ରଥମ ଥର ପାଇଁ ଝିଅ ଦୁଆକୁ ସାମ୍ନାକୁ ଆଣିଥିଲେ ରଣବୀର ଆଉ ଦୀପିକା । ବର୍ଷ ଟପିଯିବା ପରେ ଝିଅକୁ ସର୍ବ ସମ୍ମୁଖକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ବଲିଉଡ କପଲ । ବାପା, ମଆଙ୍କ ସହ ଦୁଆର ଫଟୋ ମନକୁ ଛୁଇଁଛି । କେହି କେହି କହୁଛନ୍ତି ଦୁଆ ଠିକ୍ ବାପା ରଣବୀର ସିଂଙ୍କ ପରି ଦେଖାଯାଉଛନ୍ତି । ଝିଅ ଦୁଆ ଓ ମାଆ ଦୀପିକା ଲାଲ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ରଣବୀର ପ୍ୟାଷ୍ଟେଲ କଲର ସେରୱାନୀରେ ନଜର ଆସିଛନ୍ତି ।
କେଉଁ କେଉଁ ଦେଶରେ ମହିଳା ହୋଇଛନ୍ତି ପ୍ରଧାନମନ୍ତ୍ରୀ, ଏହା ମଧ୍ୟରେ ଏସିଆ ମହାଦେଶର କେତେ ଦେଶ ସାମିଲ
ସୋସିଆଲ ମିଡିଆରେ ଝିଅ ଦୁଆ ସହ ଆଉ କିଛି ଫଟୋ ବି ସେୟାର କରିଛନ୍ତି ଦୀପିକା । ଆଉ ଏକ ଫଟୋରେ ଦୁଆକୁ ଦୀପିକାଙ୍କ କୋଳରେ ବସିଥିବା ଦେଖିବାକୁ ମିଳିଛି । ଦୀପିକା ଝିର ହାତକୁ ଧରି ପ୍ରଣାମ କରାଉଛନ୍ତି । ମାଆ ଲକ୍ଷ୍ମୀଙ୍କର ପୂଜା ସମୟରେ ଦୁହେଁ ମିଶି ପୂଜା କରୁଥିବା ଦେଖିବାକୁ ମିଳିଛି । ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଥିଲେ ଦୀପିକା ଭାରତୀୟ ସଂସ୍କୃତିକୁ ଗୁରୁତ୍ବ ଦିଅନ୍ତି । ତେଣୁ ନିଜ ଝିଅକୁ ମଧ୍ୟ ସଂସ୍କୃତି ବାବଦରେ ଶିଖାଇବାରେ ବୋଧହୁଏ ଇଏ ଆରମ୍ଭ ବୋଲି ନେଟିଜେନ୍ସ ମତ ଦେବା ସହ ଦୀପିକାଙ୍କ ଏପରି ଆଚରଣକୁ ଖୁବ୍ ପ୍ରଶଂସା କରିଛନ୍ତି । ଝିଅର ଫଟୋକୁ ଅଫିସିଆଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ପିଲାଦିନର ଆହୁରି ଅନେକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଦୁଆଙ୍କୁ ଖୁବ୍ ଜଲି ମୁଡରେ ଦେଖିବାକୁ ମିଳୁଛି ।
୨୦୨୪ ସେପ୍ଟେମ୍ବର ୮ ତାରିଖରେ ରଣବୀର ଓ ଦୀପିକାଙ୍କ କୋଳକୁ ଆସିଥିଲା ଝିଅ ଦୁଆ । ଏହାପରେ ଥରେ ଦୁହେଁ ମିଶି ମିଡିଆ ପର୍ସନଙ୍କୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ନିମନ୍ତ୍ରଣ କରିଥିଲେ ଏବଂ ସେମାନେ ନଚାହିବା ଯାଏଁ ଝିଅର ଫଟୋ ନନେବାକୁ ଅନୁରୋଧ କରିଥିଲେ । ମିଡିଆ ବି ତାଙ୍କର ଏହି ଅନୁରୋଧକୁ ସମ୍ମାନ ଦେଇଥିଲା । ତେବେ ନିକଟରେ ଦୀପିକା ଓ ରଣବୀର ବିଦେଶ ଗସ୍ତ ସମୟରେ ଏୟାରପୋର୍ଟରେ ଯାଉଥିବା ବେଳେ ଜଣେ ଯୁବକ ବିନା ଅନୁମତିରେ ଦୁଆଙ୍କର ଫଟୋ ନେଇଥିବାରୁ ଉକ୍ତ ଯୁବକଙ୍କୁ ଖୁବ୍ ବିରକ୍ତ ହେବା ସହ ମାଡ଼ ବି ମାରିଥିଲେ । ଅବଶ୍ୟ ଘଟଣାର ତୁରନ୍ତ ସମାଧାନ ହୋଇଯାଇଥିଲା ।
୨୦୧୮ ନଭେମ୍ବର ୧୫ ତାରିଖରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଦୀପିକା ଓ ରଣବୀର ସିଂ । ଇଟାଲିର ଲେକ୍ କୋମୋରେ ଉଭୟ କୋନକାନି ଓ ସିନ୍ଧି ରୀତିନରତିରେ ଦୁହିଁଙ୍କ ବିବାହ ହୋଇଥିଲା । ୨୦୨୪ରେ ଦୁହେଁ ଷଷ୍ଠ ବିବାହ ବାର୍ଷିକୀ ପାଳିଥିଲେ ଯାହା ଉଭୟଙ୍କ ପାଇଁ ସବୁଠୁ ଖାସ୍ ଥିଲା । କାରଣ ତାଙ୍କ ଜୀବନକୁ ପୂର୍ଣ୍ଣତା ଆଣିଦେଇଥିଲା ଝିଅ ଦୁଆ । ୨୦୨୪ ସେପ୍ଟେମ୍ବର ୮ରେ ଦୀପିକାଙ୍କ କୋଳକୁ ଆସିଥିଲା ଝିଅ ଦୁଆ । ଆଜି ସର୍ବ ସମ୍ମୁଖରେ ଝିଅ ସହ ଫଟୋ ସେୟର କରି ନିଜ ଖୁସି ବ୍ୟକ୍ତ କରିବା ସହ ସମସ୍ଥଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଛନ୍ତି ଦୀପିକା ଓ ରଣବୀର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/23/ranvir-dipikas-daughter-2025-10-23-15-24-17.jpg)